ନିମିଷକରେ ଛାରଖାର

ଯାଜପୁର ଜିଲା କୋରେଇ ଷ୍ଟେଶନରେ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ମାଲବାହୀ ଟ୍ରେନ୍‌। ଏହା ଏତେ ଭୟଙ୍କର ଥିଲା ଯେ, ୫୯ ବଗି ମଧ୍ୟରୁ ୧୪ଟି ଲାଇନଚ୍ୟୁତ୍‌ ହୋଇଥିଲା। ସେଥିମଧ୍ୟରୁ ୮ଟି ବଗି ପ୍ଲାଟ୍‌ଫର୍ମକୁ ଚଢ଼ିଯାଇଥିଲା। ଫଳରେ ନିମିଷକ ମଧ୍ୟରେ କୋରେଇ ଷ୍ଟେଶନ ଛାରଖାର ହୋଇଯାଇଥିଲା। ଟ୍ରେନ୍‌କୁ ଅପେକ୍ଷା କରିଥିବା ୩ ମହିଳା ଯାତ୍ରୀଙ୍କ ଜୀବନ ଚାଲିଯାଇଥିବାବେଳେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ବର୍ତ୍ତିଲେ ଅଢେଇ ମାସର ଶିଶୁପୁତ୍ର
କଣ୍ଢେଇ ବିନ୍ଧାଣୀ ତାଙ୍କ ଅଢେଇ ମାସର ଶିଶୁ ପୁତ୍ର ଓ ରୋଗିଣା ଶାଶୁ ପାର୍ବତୀ ବିନ୍ଧାଣୀଙ୍କୁ ନେଇ କଟକ ବଡ଼ ମେଡିକାଲକୁ ଯିବାକୁ ବାହାରିଥିଲେ। ଶାଶୁ ପାର୍ବତୀଙ୍କୁ ଟ୍ୟୁମର ରୋଗ ହୋଇଥିଲା। ତାଙ୍କ ଚିକିତ୍ସା କରି ଘରକୁ ଫେରିବାକୁ ଯୋଜନା ଥିଲା। ଏଥିପାଇଁ ଡିଏମୟୁ ଟ୍ରେନରେ କଟକକୁ ଯିବାକୁ ପ୍ଲାଟଫର୍ମରେ ଟିକେଟ କାଟି ଠିଆ ହୋଇଥିଲେ। କିନ୍ତୁ ଟ୍ରେନ ଦୁର୍ଘଟଣାରେ ପାର୍ବତୀ ଏବଂ କଣ୍ଢେଇଙ୍କ ଜୀବନ ଚାଲି ଯାଇଥିବାବେଳେ ସୌଭାଗ୍ୟବଶତଃ ଅଢ଼େଇ ମାସର ଶିଶୁପୁତ୍ର ବଞ୍ଚତ୍ୟାଇଛି। କଣ୍ଢେଇ ଉପସ୍ଥିତ ବୁଦ୍ଧି ଖଟାଇ ପୁଅକୁ ଫୋପାଡ଼ି ଦେବାରୁ ତା’ର ଜୀବନ ବଞ୍ଚତ୍ ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି।
ଅବ୍‌ଜୁଲ ବିବି ଏକମାତ୍ର ରୋଜଗାରକ୍ଷମ ଥିଲେ
କୋରେଇ ଥାନା ଅନ୍ତର୍ଗତ ଫାଜଲପୁର (ଶଙ୍ଖପାରି)ର ଅବଜୁଲ ବିବିଙ୍କ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ସ୍ବାମୀ ସେକ ମୟିଉଦ୍ଦିନ ଜଣେ ଭିନ୍ନକ୍ଷମ ହୋଇଥିବାରୁ ଘରେ ରୁହନ୍ତି। ତେଣୁ ଏକମାତ୍ର ରୋଜଗାରକ୍ଷମ ଅବଜୁଲଙ୍କ ମୃତ୍ୟୁପରେ ୨ ପୁଅ ଓ ୨ ଝିଅ ଅନାଥ ହୋଇଯାଇଛନ୍ତି। ଝିଅଙ୍କୁ ଏବେ କେମିତି ବିବାହ କରାଇବେ ସେହି ଚିନ୍ତାରେ ରହିଛନ୍ତି ମୟିଉଦ୍ଦିନ। ତେଣୁ ଅବଜୁଲିଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ଜଣଙ୍କୁ ରେଲଓ୍ବେରେ ଚାକିରି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ରେଳ କର୍ମଚାରୀ ଆହତ
ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ରେଳ କର୍ମଚାରୀ ସୁନୀଲ ବିନ୍ଧାଣୀଙ୍କ ଉପରେ ଏକ ଲୁହା ଏଙ୍ଗେଲ ଖସି ପଡ଼ିବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ କୋରେଇ ମେଡିକାଲ ଓ ପରେ ଯାଜପୁର ସଦର ମହକୁମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।
‘ଅବହେଳାରୁ ଦୁର୍ଘଟଣା ଘଟିଲା’
ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଅବହେଳା ମନୋଭାବ ଯୋଗୁ ଟ୍ରେନ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା ବୋଲି ଆମ୍ବେଦକର ଲୋହିଆ ବିଚାର ମଞ୍ଚ ଅଭିଯୋଗ କରିଛି। ମଞ୍ଚ ପକ୍ଷରୁ ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ମାଲବାହୀ ଟ୍ରେନରୁ ମାଲ୍‌ ଅନଲୋଡ୍‌ ଓ ଲୋଡିଂ ପରେ ବଗିଗୁଡିକର କବାଟ ବା ଡାଲା ପକାଇବା ନିୟମ ରହିଛି। ମାତ୍ର ସମ୍ପୃକ୍ତ ଠିକାସଂସ୍ଥା ବଗିର କବାଟରେ ତାଲା ନ ପକାଇ ଜିଆଇ ତାର ବାନ୍ଧନ୍ତି। ଏହାକୁ ବିଭାଗୀୟ କର୍ତ୍ତୃପକ୍ଷ ତନଖି କରନ୍ତି ନାହିଁ, ଯାହା ଫଳରେ ଏହି ଦୁର୍ଘଟଣା ହେଲା। ତେଣୁ ସମ୍ପୃକ୍ତ ଠିକାସଂସ୍ଥା ଏବଂ ଅଧିକାରୀଙ୍କ ବିରୋଧରେ ଆଇପିସି ଦଫା ୩୦୨ ଅନୁଯାୟୀ ମାମଲା ଦାଏର କରାଯାଉ। ଏହାସହ ମୃତକଙ୍କ ପରିବାରଙ୍କୁ ଚାକିରି ଓ ୩୦ ଲକ୍ଷ ଟଙ୍କା ସହାୟତା ଓ ଆହତଙ୍କୁ ୧୦ ଲକ୍ଷ ସହାୟତା ଦିଆଯାଉ ବୋଲି ମଞ୍ଚର ରାଜ୍ୟନେତା ମନୋରଞ୍ଜନ ଜେନା କହିଛନ୍ତି।
ନିଯୁକ୍ତି ଦାବି କଲା କୋରେଇ ସଂଗ୍ରାମ ସମିତି
କୋରେଇ ରେଳଷ୍ଟେଶନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କୁ ୨୫ଲକ୍ଷ ଟଙ୍କା ସହାୟତା ଓ ପରିବାରରୁ ଜଣକୁ ରେଲଓ୍ବେରେ ନିଯୁକ୍ତି ଦିଆଯାଉ ବୋଲି କୋରେଇ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି। ଏହାସହିତ ଏହି ଦୁର୍ଘଟଣାର ବିଭାଗୀୟ ତଦନ୍ତ କରିବାକୁ ସମିତିର ସଭାପତି ବିଦ୍ୟାଧର ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri