ରଣବୀରଙ୍କୁ ବିବାହ କରିସାରିଛନ୍ତି ଆଲିଆ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ନିଜ ଫିଲ୍ମ ଗଙ୍ଗୁବାଇ କାଠିଆଓ୍ବାଡିକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଇତିମଧ୍ୟରେ ନିଜ ପ୍ରେମିକ ତଥା ବଲିଉଡ୍‌ ରଣବୀର କପୁରଙ୍କୁ ନେଇ ଦେଇଥିବା ବୟାନ ଯୋଗୁ ପୁଣିଥରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆଲିଆଙ୍କ କହିବା କଥା, ସେ ରଣବୀରଙ୍କୁ ପୂର୍ବରୁ ହିଁ ବିବାହ କରିସାରିଛନ୍ତି। ଆଲିଆଙ୍କ ଏଭଳି ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଆଲିଆ ନିଜ ଫିଲ୍ମ ଗଙ୍ଗୁବାଇର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ଏକ ସାକ୍ଷାତକାର ସମୟରେ ସେ କହିଛନ୍ତି, ରଣବୀରଙ୍କୁ ସେ ହୃଦୟରୁ ହିଁ ବିବାହ କରିସାରିଛନ୍ତି। ସେହିପରି ନିକଟରେ ରଣବୀର ନିଜ ବିବାହକୁ ନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି, କେବେଠାରୁ ଆଲିଆଙ୍କ ସହ ତାଙ୍କ ବିବାହ ସର୍ମ୍ପନ୍ନ ହୋଇସାରିଥାନ୍ତା କିନ୍ତୁ କରୋନା ମହାମାରୀ ଯୋଗୁ ଏହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ। ତେବେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛୁ ବୋଲି ରଣବୀର କହିଛନ୍ତି।

Share