Categories: ଫୁରସତ

ମାଇନସ୍‌ ୧୪ ଡିଗ୍ରୀ ତାପମାତ୍ରାରେ ରାମଙ୍କ ଭଜନରେ ଝୁମିଲେ ମହିଳା

ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣପ୍ରତିଷ୍ଠାକୁ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ସୋସିଆଲ ମିଡିଆରେ ମଧ୍ୟ ରାମଙ୍କ ନାମ ପ୍ରତିଧ୍ୱନିତ ହେଉଛି। ଏହି ସମୟରେ ରାମଙ୍କ ନାମରେ ଅନେକ ଭଜନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରାମ ମନ୍ଦିରର ସମର୍ପଣ ଉତ୍ସବ ପାଳନ କରାଯାଉଛି। ଇଣ୍ଟରନେଟରେ ଆମେରିକାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ମହିଳା ବରଫ ଉପରେ ମାଇନସ୍‌ ୧୪ ଡିଗ୍ରୀର ତାପମାତ୍ରାରେ ‘ରାମ ଆଏଙ୍ଗେ’ ଗୀତରେ ନୃତ୍ୟ ପରିବେଷଣ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ ମହିଳା ରାଜସ୍ଥାନୀ ଘାଘରା ଏବଂ କୁର୍ତ୍ତି ପିନ୍ଧି ଭକ୍ତିରେ ନାଚୁଛନ୍ତି।

 

Share