Categories: ଫୁରସତ

ମା’ଙ୍କ ସ୍ମୃତିରେ ହାତରେ ଏଭଳି ଟାଟୁ କଲେ ଯୁବକ: ଲେଖାଯାଇଥିବା ବାର୍ତ୍ତା କରୁଛି ଭାବବିହ୍ବଳ

ସନ୍ତାନ ପାଇଁ ମା’ବାପାଙ୍କ ସ୍ଥାନ କେହି ବି ନେଇ ପାରିବେ ନାହିଁ। ତାଙ୍କୁ ହରାଇବା ଜୀବନରେ ଏକ ଅପୂରଣୀୟ କ୍ଷତ ଛାଡ଼ିଥାଏ। ହେଲେ ସେମାନଙ୍କର ସ୍ମୃତିକୁ ସବୁଦିନ ପାଇଁ ସାଇତି ରଖିବା ପାଇଁ ଆଜିକାଲିର ପିଲା ବହୁତ କିଛି କରୁଛନ୍ତି। ସେଥିରୁ ଗୋଟିଏ ହେଉଛି ଟାଟୁ। ଅନେକ ନିଜର ମାତାପିତାଙ୍କ କଥା, ପ୍ରିୟ ଶବ୍ଦଠାରୁ ଆରମ୍ଭ କରି ନାମ ପର୍ଯ୍ୟନ୍ତ ଟାଟୁ କରୁଥିବା ନଜିର ରହିଛି। ହେଲେ ଜଣେ ପୁଅ ମା’ଙ୍କ ନିଧନ ପରେ ଭିନ୍ନ ଏକ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି। ଏହାର ଏକାଧିକ ଫଟୋ ଭାଇରାଲ ହେଉଛି। ଏହାକୁ ନେଇ ମେମେ ମଧ୍ୟ କରାଯାଇ ସମ୍ମାନ ଜଣାଯାଉଛି।

ଟାଟୁରେ କିଛି ଶବ୍ଦତରଙ୍ଗର ଚିତ୍ର ଦେଖିବାକୁ ମିଳୁଛି। ଏହାକୁ ମହିଳାଜଣଙ୍କ ପୁଅଙ୍କ ନିକଟକୁ ଶେଷଥର ପାଇଁ ଭଏସ୍‌ମେଲ୍‌ରେ ପଠାଇଥିଲେ। ଏହାର ସାଉଣ୍ଡଓ୍ବେଭ୍‌କୁ ନେଇ ଟାଟୁ କରିଛନ୍ତି ପୁଅ। ଯାହାକୁ ଦେଖି ଅନେକ ଭାବବିହ୍ବଳ ହେଉଛନ୍ତି। ଯୁବକଙ୍କ ପରିଚୟ ମିଳି ନ ଥିଲେ ହେଁ ଜୀବନ କେତେ ସୁକ୍ଷ୍ମ ତାହା ଫଟୋକୁ ଦେଖିଲେ ଜଣାପଡ଼ୁଛି ବୋଲି ଅନେକ କହୁଥିବା ବେଳେ ପୁଅ ହେବ ତ ଏମିତି ବୋଲି କିଛି କହୁଛନ୍ତି।

Share