Categories: ଖେଳ

ମ୍ୟାଚ୍‌ ଦିନ ଭାରତୀୟ ଖେଳାଳି କରିଥାନ୍ତି ଏହିସବୁ କାମ, ଜାଣିଲେ ହେବେ ଚକିତ

ଭାରତୀୟ କ୍ରିକେଟ ଦଳର କିଛି ଖେଳାଳିଙ୍କ ଅଜବ ଅନ୍ଧବିଶ୍ୱାସ ରହିଛି। କିଏ ମ୍ୟାଚ୍‌ ଦିନ ଆମିଷ ଖାାନ୍ତି ନାହିଁ ତ ଆଉ କିଏ ଛିଡା ହୋଇ ମ୍ୟାଚ୍‌ ଦେଖିଥାନ୍ତି। ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ସମ୍ପର୍କରେ…
ଶିଖର ଧାଓ୍ବନ
ମ୍ୟାଚ୍‌ ବେଳେ ଭାରତୀୟ ଦଳ ଯଦି ବିପଦରେ ପଡିଥାଏ ତେବେ ନିଜ ସିଟରୁ ଆଦୌ ଉଠନ୍ତି ନାହିଁ ଶିଖର ଧାଓ୍ବନ୍‌। ସିଟ୍‌ରୁ ଉଠିଲେ ଟିମ୍‌ ହାରିଯାଏ ବୋଲି ତାଙ୍କର ବିଶ୍ୱାସ ରହିଛି।

ମହମ୍ମଦ ସାମି
କ୍ରିକେଟର ମହମ୍ମାଦ ସାମି ନିଜ ପାଖରେ ସବୁବେଳେ ୫ ବର୍ଷ ପୁରୁଣା ଅନ୍ତବସ୍ତ୍ର ରଖିଥାନ୍ତି। ସେଥିଲେ ୪ହଜାର ୭୯୨ଟି କଣା ରହିଛି। ଭାରତୀୟ ଦଳ ବିପଦରେ ଥିବାବେଳେ ସେ ଏହାକୁ ବ୍ୟାଗ୍‌ରୁ କାଢି ନିଜ ପାଖରେ ରଖନ୍ତି। ପରେ ଭାରତ ବିଜୟୀ ହୁଏ ବୋଲି ତାଙ୍କର ଧାରଣା ରହିଛି।

ରୋହିତ୍‌ ଶର୍ମା
ଭାରତୀୟ ଦଳର ଷ୍ଟାର ରୋହିତ ଶର୍ମା ଜଣେ ଅନ୍ଧବିଶ୍ୱାସୀ। ଭାରତୀୟ ଦଳର ଲଗାତର ଉଇକେଟ୍‌ ପଡୁଥିଲେ ସେ ଆଦୌ ନିଜ ସିଟ୍‌ରେ ବସନ୍ତି ନାହିଁ। ଛିଡା ହୋଇ ମ୍ୟାଚ୍‌ ଦେଖନ୍ତି। ସିଟ୍‌ରେ ବସିଲେ ଭାରତୀୟ ଦଳ ଅଲଆଉଟ୍‌ ହୋଇଯିବ ବୋଲି ତାଙ୍କର ଚିନ୍ତାଧାରା ରହିଛି।

ରବିନ୍ଦ୍ର ଜାଡେଜା
ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମ୍ୟାଚ୍‌ ଦିନ ଆମିଷ ଖାଆନ୍ତି ନାହିଁ।

ଭୁବନେଶ୍ୱର କୁମାର
ଭାରତୀୟ ଦଳକୁ ଯଦି ଶେଷ ଓଭରରେ ୧୦ ରନ୍‌ ଜିତିବାକୁ ଥାଏ ହାତରେ ଗୋଟିଏ କିମ୍ବା ଦୁଇଟି ଉଇକେଟ୍‌ ବାକିଥାଏ ତେବେ ଭୁବନେଶ୍ୱର କୁମାର ବାମ ଗୋଡ ହଲାନ୍ତି। ଏପରି କଲେ ଦଳ ଜିତେ ବୋଲି ତାଙ୍କର ବିଶ୍ୱାସ ରହିଛି।

Share