Categories: ଜାତୀୟ

ହନୁମାନ ଚାଳିସା-ଆଜାନ ବିବାଦ ମଧ୍ୟରେ ପ୍ରସ୍ତାବ ଦେଲେ ବିଲିୟନେୟାର ଭାଜପା ନେତା

ମୁମ୍ବାଇ,୫।୪: ମସ୍‌ଜିଦରେ ବାଜୁଥିବା ଆଜାନ ଏବଂ ହନୁମାନ ଚାଳିସା ବିବାଦ ଧିରେ ଧିରେ ବୃଦ୍ଧି ପାଉଛି। ଜନସାଧାରଣ ଅଞ୍ଚଳରେ ହନୁମାନ ଚାଳିସା ଲଗାଇବା ପାଇଁ ଲାଉଡ୍‌ ସ୍ପିକର ଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି ମହାରାଷ୍ଟ୍ରର ଜଣେ ଭାଜପା ନେତା। “ଯାହାକୁ ବି ମନ୍ଦିରରେ ଲାଉଡ୍‌ ସ୍ପିକର ଫିକ୍ସ କରିବାର ଅଛି, ସେମାନେ ଆମକୁ ମାଗଣାରେ କହିପାରିବେ। ସମସ୍ତ ହିନ୍ଦୁଙ୍କ ସ୍ବର ଗୋଟିଏ ହେବା ଦରକାର। ଜୟ ଶ୍ରୀରାମ। ହର ହର ମାହାଦେବ” ବୋଲି ମହାରାଷ୍ଟ୍ରର ସବୁଠୁ ଧନୀ ଭାଜପା ନେତା ମୋହିତ କାମବୋଜ ଟୁଇଟ୍‌ କରିଛନ୍ତି।

ଭାଜପା ଏବଂ ରାଜ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ନବର୍ନିମାଣ ସେନା (ଏମ୍‌ଏନ୍‌ଏସ୍‌) ପକ୍ଷରୁ ମସଜିଦରେ ଲାଉଡ୍‌ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଦାବି କରାଯାଉଥିବା ବେଳେ କାମବୋଜ ଏଭଳି ପ୍ରସ୍ତାବ ଦେଇଛନ୍ତି।

ମରାଠୀ ନୂଆ ବର୍ଷ ଗୁଡି ପାଡ୍‌ଓ୍ବା ଅବସରରେ ମୁମ୍ବାଇରେ ଆୟୋଜିତ ଏକ ରାଲିରେ ରାଜ ଠାକରେ ହନୁମା ବିହାରି ମନ୍ଦିରରେ ହନୁମାନ ଚାଳିସା ଲଗାଇବାକୁ ଆହ୍ବାନ ଦେଇଥିଲେ। ତା’ ପରଠୁ ଏମ୍‌ଏନ୍‌ଏସ୍‌ ନେତା ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ହନୁମାନ ଚାଳିସା ଲଗାଉଛନ୍ତି।

Share