Categories: ଫୁରସତ

ଲକ୍‌ଡାଉନ୍‌ରେ ଏମିତି ସମୟ ବିତାଉଛନ୍ତି କୋଟିପତି

କରୋନା ଭାଇରସ ସହ ସମଗ୍ର ବିଶ୍ୱ ଏବେ ଲଢ଼େଇ କରୁଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପରି ପଦକ୍ଷେପ ନିଆଯାଉଛି। ଏଥିସହ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଆଦି ଉପରେ ଲୋକଙ୍କୁ ସଚେତନ କରାଯାଉଛି। ତେବେ ଏବେ ଲକ୍‌ଡାଉନ୍‌ରେ କିଛିଟା କୋହଳ କରାଯାଇଛି। ଜାଣିବା ଏମିତି କେତେକ କୋଟିପତିଙ୍କ ବିଷୟରେ ଯେଉଁମାନଙ୍କ ପାଇଁ ଲକ୍‌ଡାଉନ୍‌ ପିକ୍‌ନିକ୍‌ ଠାରୁ କିଛି କମ୍‌ ନୁହେଁ। କିଏ ହିରାର ମାସ୍କ ପିନ୍ଧୁଛନ୍ତି ତ ଆଉ କିଏ ପ୍ରାଇଭେଟ୍‌ ଜେଟ୍‌ରେ ବୁଲୁଛନ୍ତି।

ରୁଷିଆର ମହିଳା ଡିମାଭିକା। ସାଧାରଣ ଲୋକ ଘରୁ ବାହାରିଲେ କପଡ଼ାର ମାସ୍କ ବ୍ୟବହାର କରୁଥିବା ବେଳେ ଡିମାଭିକା ହିରାର ମାସ୍କ ବ୍ୟବହାର କରୁଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋବରେ ଲାଗିଛି।

ରୁଷିଆର ପ୍ରଭାବଶାଳୀ ମହିଳା କାତ୍ୟା ଜୁବ୍ରିଟସ୍କାୟା। କାତ୍ୟା ମସ୍କୋ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟରନ୍ୟାସନାଲ ରିଲେଶନ୍ସରେ ସାମ୍ବାଦିକତା କରୁଛନ୍ତି। ତେବେ ଲକ୍‌ଡାଉନ୍‌ ପାଠ ପଢ଼ାରୁ କିଛି ସମୟ ମିଳିବାରୁ ସେ ଦୁବାଇରେ ବିକିନି ପିନ୍ଧି ଫଟୋଶୁଟ୍‌ କରୁଛନ୍ତି।

ଲସ୍‌ ଏଞ୍ଜେଲସ୍‌ର ଉଦ୍ୟୋଗୀ ଆଲେକ୍ସ ବୋଷ୍ଟନିୟନ ସୋସିଆଲ ମିଡିଆରେ ନିଜ ପ୍ରେମିକଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଉଭୟ ସାମାଜିକ ଦୂରତ୍ୱ ରକ୍ଷା କରୁଥିବା ଦେଖିବାକୁ ମିଳୁଛି। ଉଭୟ ଏକ ଦାମୀ କାର ରୋଲ୍ସ ରୋୟସ ଉପରେ ମଦ ପିଉଥିବା ଦେଖିବାକୁ ମିଳୁଛି।

ମସ୍କୋ ବାସିନ୍ଦା ଏଲିନା ମିଲ୍ସ ନିଜର ବ୍ୟକ୍ତିଗତ ଜେଟରେ କୁକୁର ସହ ବୁଲିବାର ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।

ଇଟାଲୀର ଲୁସିଆ ବାର୍ଟୋଲି ଳକ୍‌ଡାଉନ୍‌ ସମୟରେ ସ୍ବୀଜରଲ୍ୟାଣ୍ଡର ଲୁଗାନୋ ଯାତ୍ରା କରିବା ପୂର୍ବରୁ ନିଜର ଲମ୍ବୋର୍ଗିନି କାର ସହ ଏକ ଫଟୋ ଶେୟାର କରିଛନ୍ତି।

ଫ୍ରାନ୍ସର ମ୍ୟାଡି ବୁରିସାଗା ନିଜର ଦାମୀ କାର ଲମ୍ବୋର୍ଗିନି କାର ସହ ଫଟୋ ଶେୟାର କରିଛନ୍ତି।

Share