Posted inଫୁରସତ

ଶେଷ ଓଭରରେ ଦରକାର ଥାଏ ୨୩ ରନ୍‌, ବୋଲରଙ୍କ ସାମ୍ନାରେ ଥିଲେ ଧୋନୀ

ପୂର୍ବତନ ଭାରତୀୟ ଅଧିନାୟକ ତଥା ଆଇପିଏଲରେ ସିଏସ୍‌କେର ମଙ୍ଗୁଆଳ ମହେନ୍ଦ୍ର ସିଂ ଧୋନୀ ବୁଧବାର ୪୦ତମ ଜନ୍ମଦିନ ପାଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ତାଙ୍କ ମ୍ୟାଚ୍‌ ଫିନିଶିଂ ଦକ୍ଷତା ପାଇଁ ବେଶ୍‌ ଜଣାଶୁଣା। ୨୦୧୬ ଆଇପିଏଲର କଥା। ସେତେବେଳେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବାସନ୍ଦ ଥିବାରୁ ଆଇପିଏଲରେ ପୁଣେ ସୁପରଜ୍ୟାଣ୍ଟ୍ସ ପାଇଁ ଖେଳୁଥିଲେ ଧୋନୀ।

କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଲିଗ୍‌ର ଅନ୍ତିମ ମ୍ୟାଚ୍‌କୁ ଜିତିବା ପାଇଁ ପିଏସ୍‌ଜିକୁ ଫାଇନାଲ ଓଭରରେ ଦରକାର ଥାଏ ୨୩ ରନ୍‌। ଧୋନୀଙ୍କ ସାମ୍ନାରେ ଥିଲେ ବାମହାତୀ ସ୍ପିନର ଅକ୍ଷର ପଟେଲ। ପ୍ରଥମ ବଲ ମିସ୍‌ କରିଥିଲେ ଧୋନୀ। ଦ୍ୱିତୀୟ ବଲ ଓ୍ବାଇଡ୍‌ ହେବାରୁ ଅନ୍ତିମ ୫ ବଲରେ ପିଏସ୍‌ଜିକୁ ଦରକାର ଥିଲା ୨୨ ରନ୍‌। ଦ୍ୱିତୀୟ ବଲକୁ ଲଙ୍ଗ୍‌ ଅଞ୍ଚଳକୁ ବିଶାଳ ଛକା ମାରିଥିଲେ ଅଧିନାୟକ। ତୃତୀୟ ବଲରେ ମଧ୍ୟ ଭଲ ଶଟ୍‌ ଖେଳିଥିଲେ। କିନ୍ତୁ ବଲକୁ ଡିପ କଭର ବାଉଣ୍ଡ୍ରି ଅଞ୍ଚଳରେ ରୋକି ଦେଇଥିଲେ ହାଶିମ ଆମଲା। ୪ର୍ଥ ଓ ୫ମ ବଲକୁ ଡିପ ମିଡ୍‌ ଉଇକେଟ ଅଞ୍ଚଳରେ ଚୌକା ଓ ଛକା ଲଗାଇଥିଲେ ଚିନ୍ନା ଥାଲା। ଅନ୍ତିମ ବଲକୁ ମଧ୍ୟ ସମାନ ମିଡ୍‌ ଉଇକେଟ ଅଞ୍ଚଳରେ ବିଶାଳ ଛକା ମାରି ପିଏସ୍‌ଜିକୁ ମ୍ୟାଚ୍‌ ଜିତାଇଥିଲେ ଧୋନୀ। ମାତ୍ର ୩୨ ବଲରେ ଧୋନୀ ୬୪ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ପାଳିରେ ଥିଲା ୪ ଚୌକା ଓ ୫ ଛକା। ଆଇପିଏଲରେ ଧୋନୀଙ୍କ ଦଳ ପ୍ଲେ-ଅଫ୍ସରେ ପ୍ରବେଶ ନ କରିବାର ଏହା ଥିଲା ପ୍ରଥମ ଘଟଣା।


Enter your email to get our daily news in your inbox.

All Right Reserved By Dharitri.Com

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri