Categories: ଜାତୀୟ

ଲଦାଖରେ ୧୬ ହଜାର ଫୁଟ ଉଚ୍ଚରେ ପ୍ରବଳ ଥଣ୍ଡାରେ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟୁଛି !

ଲେହ, ୧୫।୧୦: ପୂର୍ବ ଲଦାଖରେ ସମୁଦ୍ର ପତ୍ତନଠାରୁ ୧୬ ହଜାର ଫୁଟ ଉଚ୍ଚରେ ୫ ହଜାର ଚାଇନା ସୈନ୍ୟ ମୁତୟନ ହୋଇଛନ୍ତି। ତେବେ ପ୍ରବଳ ଥଣ୍ଡାଯୋଗୁ ଏଠାରେ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ପୋଙ୍ଗାଙ୍ଗ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଚାଇନା ସୈନ୍ୟଙ୍କୁ ସାଥୀମାନେ ବୋହି ନେବାର ଦୃଶ୍ୟ ଦେଖିବାକୁ ମିଳୁଛି। ଥଣ୍ଡା ସହତ ନ ପାରି ଚାଇନା ସୈନ୍ୟଙ୍କର ଏଭଳି ଅବସ୍ଥା ହେଉଥିବା କୁହାଯାଉଛି। ଥଣ୍ଡାରୁ ରକ୍ଷା ପାଇଁ ଚାଇନା ସୈନ୍ୟ ଅତ୍ୟାଧୁନିକ ବାରାକ୍‌ ନିର୍ମାଣ କରିଛନ୍ତି। ବାରାକ୍‌ ଭିତର ସବୁବେଳେ ଉଷୁମ ରହିବ। ତିବ୍ବତର ନାଗରି ଅଞ୍ଚଳରେ ଚାଇନା ସୈନ୍ୟ ବାହିନୀ ପକ୍ଷରୁ ତୋପ ମୁତୟନ କରାଯାଇଛି। କିନ୍ତୁ ପ୍ରବଳ ଥଣ୍ଡା ଚାଇନା ସୈନ୍ୟଙ୍କ ଗତିବିଧିକୁ ସୀମିତ କରିଦେଇଥିବା କୁହାଯାଉଛି। ସୈନ୍ୟମାନେ ବାରାକ୍‌ରେ ରହିବାକୁ ଶ୍ରେୟ ମଣୁଛନ୍ତି।

Share