Posted inଜାତୀୟ

କୋଟାରେ ୧୦ ବର୍ଷରେ ଆତ୍ମହତ୍ୟା କଲେଣି ୧୨୪ ଛାତ୍ର!

ନୂଆଦିଲ୍ଲୀ,୨୨।୨: ରାଜସ୍ଥାନର କୋଟାକୁ ଭାରତର ‘କୋଚିଂ ରାଜଧାନୀ’ କୁହାଯାଏ। ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଶହ ଶହ ଛାତ୍ର କୋଟାକୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବାର ସ୍ବପ୍ନ ଦେଖି ଆସିଥାଆନ୍ତି, କିନ୍ତୁ କୋଚିଂ ପାଇଁ ଏଠାକୁ ଆସିଥିବା ପିଲାମାନଙ୍କର ଆତ୍ମହତ୍ୟା ମାମଲା ଚିନ୍ତା ବଢାଇ ଦେଇଛି। ୨୦୨୪ରେ ଏପର୍ଯ୍ୟନ୍ତ ଚାରି ପିଲା ଆତ୍ମହତ୍ୟା କରିଛନ୍ତି।
କୋଟା ରାଜସ୍ଥାନର ଦକ୍ଷିଣ-ପୂର୍ବରେ ଚାମ୍ବଲ ନଦୀ କୂଳରେ ଅବସ୍ଥିତ ଏକ ସହର। ଏହା ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ। ସେଠାରେ ଶହ ଶହ କୋଚିଂ ସେଣ୍ଟର ଅଛି ଯାହା NEET, JEE Main, JEE Advanced, CLAT, NDA, CDS, SSC, Bank PO ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଯୋଗାଇଥାଏ।
ଗତ ବର୍ଷ କୋଟାରେ ବଢୁଥିବା ଛାତ୍ର ଆତ୍ମହତ୍ୟା ମାମଲାରେ ରାଜସ୍ଥାନର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶାନ୍ତି ଧରୱାଲ ଦାବି କରିଥିଲେ ଯେ ପ୍ରେମ ସମ୍ପର୍କ ଏବଂ ପିତାମାତାଙ୍କ ଚାପ ଯୋଗୁଁ ଏହି ମୃତ୍ୟୁ ଘଟୁଛି।
ରାଜସ୍ଥାନ ପୋଲିସର ତଥ୍ୟ ଅନୁଯାୟୀ, ୨୦୧୫ ରୁ ୨୦୨୩ ପର୍ଯ୍ୟନ୍ତ ୧୨୦ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ୨୦୨୩ରେ କୋଟାରେ ସର୍ବାଧିକ ୨୫ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ୨୦୨୪ ରେ ଚାରି ଜଣ ଛାତ୍ରଙ୍କ ସହିତ ୧୦ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ଆତ୍ମହତ୍ୟା କରିଥିବା ଛାତ୍ର ସଂଖ୍ୟା ୧୨୪କୁ ବୃଦ୍ଧି ପାଇଛି।
୧୫ଛାତ୍ର ୨୦୨୨ ରେ, ୨୦୧୯ରେ ୧୮, ୨୦୧୮ ରେ ୨୦, ୨୦୧୭ ରେ ୭, ୨୦୧୬ ରେ ୧୭ ଏବଂ ୨୦୧୫ ରେ ୧୮ ଜଣ ଆତ୍ମହତ୍ୟା କରିଥିଲେ। ତେବେ, କୋଭିଡ ମହାମାରୀ ହେତୁ କୋଚିଂ ପ୍ରତିଷ୍ଠାନ ବନ୍ଦ ଥିବାରୁ ୨୦୨୦ ଏବଂ ୨୦୨୧ରେ କୋଟାରେ କୌଣସି ଛାତ୍ର ଆତ୍ମହତ୍ୟା ହୋଇନଥିଲା।
ତେବେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଅନୁଯାୟୀ ୨୦୨୧ରେ ସାରା ଦେଶରେ ୧୩,୦୮୯ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି, ଯାହା ଗତ ଦଶନ୍ଧିରେ ୭୦ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥାତ୍‌ ଦେଶରେ ହାରାହାରି ୩୫ ଜଣ ଛାତ୍ର ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି।
୨୦୧୧ରେ ଆତ୍ମହତ୍ୟା କରିଥିବା ଛାତ୍ର ସଂଖ୍ୟା ୭୬୯୬ଥିଲା। ଏଥିମଧ୍ୟରୁ ୧୬୭୩ ଟି ମାମଲାରେ ପରୀକ୍ଷାରେ ବିଫଳତା ଆତ୍ମହତ୍ୟାର କାରଣ ବୋଲି ଦର୍ଶାଯାଇଥିଲା। ସେଥିମଧ୍ୟରୁ ୯୯୧ ପୀଡିତା ପୁରୁଷ ଥିଲେ। ୨୦୨୧ରେ ଭାରତରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ମୋଟ ଆତ୍ମହତ୍ୟା କରିଥିବା ସଂଖ୍ୟା ମଧ୍ୟରୁ ୮% ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?