କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର

କୋରାପୁଟ,୧୬।୯,(ସ୍ବ.ପ୍ର) କୋରାପୁଟ ଜିଲାରେ ବୁଧବାର କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର ହୋଇଛି। ବୁଧବାର ଜିଲାରେ ଆଉ ୮୨ ଜଣ ନୂଆ କୋରନା ପଜିଟିଭ୍‌ ଚିହ୍ନଟ ପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୮କୁ ବୃଦ୍ଧିପାଇଛି । ଚିହ୍ନଟ ୮୨ ଜଣଙ୍କ ମଧ୍ୟରେ ପୁର୍ବରୁ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ୩୮ ଜଣ ଓ ୪୪ ଜଣ ସ୍ଥାନୀୟ ସଂଙ୍କ୍ରମିତ ରହିଛନ୍ତି ।