କେନ୍ଦ୍ରାପଡ଼ା ଜିଲାରେ ବଢ଼ୁଛି ଚିଙ୍ଗୁଡ଼ି ଘେରି, କମୁଛି ଜଙ୍ଗଲ, ଚାଷ ଜମି

କେନ୍ଦ୍ରାପଡ଼ା, ୪ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଘେରିର ଅହେତୁକ ଭାବେ ବୃଦ୍ଧି ସ୍ଥାନୀୟ ଅଞ୍ଚଳବାସୀ ସହ ପରିବେଶବିତ୍‌ଙ୍କ ଉଦ୍‌ବେଗର କାରଣ ସାଜିଛି। ଜିଲାରେ ମାତ୍ର ୭୨୯ ଚାଷୀ ଚିଙ୍ଗୁଡ଼ି ଘେରି ପାଇଁ ଜିଲା ମତ୍ସ୍ୟ ବିଭାଗରୁ ଅନୁମତି ନେଇଥିବା ବେଳେ ୨୦ ହଜାରରୁ ଊର୍ଦ୍ଧ୍ୱ ଘେରି ଗଢ଼ି ଉଠିଛି। ଭିତରକନିକା ଇକୋ ସେନ୍‌ସିଟିଭ୍‌ ଜୋନ ଅଧୀନରେ ଥିବା ଅଞ୍ଚଳ ଏଥିରୁ ବାଦ ପଡୁନାହିଁ। ଫଳରେ ଜଙ୍ଗଲ ଜମି କମିଯାଉଛି। ସେହିପରି ଚିଙ୍ଗୁଡ଼ି ଘେରିର ଲୁଣା ଓ ବର୍ଜ୍ୟ ଜଳ ସ୍ଥାନୀୟ କୃଷି କ୍ଷେତକୁ ପ୍ରଭାବିତ କରୁଛି।

ଏ ସମ୍ପର୍କରେ ମହାକାଳପଡା ତହସିଲ ବଡଟୁବି ଗ୍ରାମର ରାଧାଶ୍ୟାମ ମଣ୍ଡଳ କହିଛନ୍ତି, ଚିଙ୍ଗୁଡି ଘେରି ଏବେ ଜୀବନ ଓ ଜୀବିକା ଉପରେ ଦାଉ ସାଧିଛି। ଚଳିତବର୍ଷ ଧାରକରଜ କରି ୮ ଏକର ଜମିରେ ଖରିଫ ଧାନ ଚାଷ କରିଥିଲେ। ତେବେ ବ୍ୟବହାର ହେଉଥିବା ଲୁଣା ଜଳ ଚିଙ୍ଗୁଡ଼ି ଘେରି ନିକଟକୁ ଆଣିବା ଫଳରେ ଆଖପାଖ କ୍ଷେତ ନଷ୍ଟ ହୋଇଛି। ପୂର୍ବରୁ ଏ ନେଇ ବ୍ଲକ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ସତ୍ତ୍ୱେ ସୁଫଳ ମିଳିଲା ନାହିଁ। କ୍ଷେତ ଫସଲ ଅମଳ ସମୟ ପରେ ବନ ବିଭାଗ ଓ ତହସିଲ କର୍ତ୍ତୃପକ୍ଷ ଚିଙ୍ଗୁଡ଼ି ଘେରି ଭାଙ୍ଗୁଥିଲେ ମଧ୍ୟ ଦିନ କେତୋଟି ପରେ ଏହାର ବନ୍ଧ ସମ୍ପୃକ୍ତ ମାଲିକ ବାନ୍ଧୁଛନ୍ତିି। ଆଗାମୀଦିନରେ ଫସଲ ଏଠାରେ ଫଳିବା ନେଇ ସନ୍ଦେହ ଉପୁଜିଛି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଜିଲାର ୬ ହଜାର ଏକର ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି ରହିଥିବା ଜିଲା ପ୍ରଶାସନ ସୂଚନା ଦେଉଥିଲେ ମଧ୍ୟ ବାସ୍ତବିକ ଏହାର ପରିମାଣ ୨୫ ହଜାରରୁ ଅଧିକ ଏକର। ଜଙ୍ଗଲ ଜମିକୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ଇକୋ ସେନ୍‌ସିଟିଭ ଜୋନ ଘୋଷଣା କରିଛନ୍ତି। ତେବେ ସମୁଦ୍ରର ୨ କିଲୋମିଟର ତଟବର୍ତ୍ତୀ ଅଞ୍ଚଳରେ ଏହି ଘେରି ବହୁ ଅଧିକ ଅଛି। ଏପରିକି ଜଙ୍ଗଲ ଜମି ଉପରେ ଏହି ଘେରି ନିର୍ମାଣ ହେଉଛି। ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଘେରି ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଅଛି। ମାତ୍ର ଏହାର ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳୁନାହିଁ। ଚିଙ୍ଗୁଡ଼ି ଘେରିରୁ ବର୍ଜ୍ୟ ଜଳ ଜଙ୍ଗଲ ଓ ସାମୁଦ୍ରିକ ପରିବେଶକୁ ନଷ୍ଟ କରୁଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଚିଙ୍ଗୁଡ଼ି ଘେରି ଚାଷୀ ରତିକାନ୍ତ ଦେବନାଥ କହିଛନ୍ତି, ଜିଲାରେ କର୍ମ ନିଯୁକ୍ତି ପାଇଁ ସୁଯୋଗ ନାହିଁ। କ୍ଷେତରୁ ଆଶାନୁରୂପକ ଅର୍ଥ ରୋଜଗାର ହେଉନାହିଁ। ଚିଙ୍ଗୁଡ଼ି ଘେରି ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହେଉଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ରେଞ୍ଜର କାର୍ତ୍ତିକେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ଜଙ୍ଗଲ ଜମିରେ ବେଆଇନ ଭାବେ ଗଡ଼ି ଉଠିଥିବା ଚିଙ୍ଗୁଡ଼ି ଘେରିକୁ ଉଚ୍ଛେଦ କରାଯାଇଛି। ଏହି ଜମିରେ ହେନ୍ତାଳ ବଣ ସୃଷ୍ଟି ପାଇଁ ବନ ବିଭାଗ ଗୁରୁତ୍ୱ ଦେଉଛି। ଜିଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁଙ୍କୁ ପଚାରିବାରେ ଜିଲାର ୧୪୦୦ ଏକର ଜମିରେ ଚିଙ୍ଗୁଡ଼ି ଘେରି ପାଇଁ ଅନୁମତି ମିଳିଛି। ଏହାବାଦ ସମସ୍ତ ଘେରିକୁ ଭାଙ୍ଗିବା ପ୍ରକ୍ରିୟା ଜିଲା ପ୍ରଶାସନ ପକ୍ଷରୁ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri