Posted inଜାତୀୟ

ମାତ୍ର ୧୨ ସେକେଣ୍ଡରେ ଧ୍ୱଂସ ହେବ ସୁପରଟେକ ଟ୍ୱିନ ଟାୱାର

ଲକ୍ଷ୍ନୌ,୨୭ ।୮: ଉତ୍ତର ପ୍ରଦେଶର ନୋଏଡାରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ ଟ୍ୱିନ ଟାୱାର୍ସକୁ ନେଇ ଏବେ ଚର୍ଚ୍ଚା । ସରକାରଙ୍କ ନିର୍ଦ୍ଦେଶ କ୍ରମରେ ଏବେ ଏହି ଟାୱାର୍ସକୁ ଭଙ୍ଗାଯିବ । ତେବେ ଏହାକୁ ଭାଙ୍ଗିବା ସମୟରେ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଯୋଗୀ କହିଛନ୍ତି ଟାୱାର ଭଙ୍ଗାଯିବା ସମୟରେ ଏହାର ଆଖପାଖରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ପ୍ରଥମେ ଗୁରୁତ୍ୱ ଦିଆଯିବ । ଟାୱାରକୁ ୨୮ ଅଗଷ୍ଟ ଦିନ ୨ଟା ୩୦ ମିନିଟରେ ଭଙ୍ଗାଯିବ । ମାତ୍ର ୧୨ ସେକେଣ୍ଡରେ ଟାୱାର ଧ୍ୱଂସ ହୋଇଯିବ ବୋଲି କୁହାଯାଉଛି ।
ତେବେ ଟାୱାର ଧ୍ୱଂସ ହେବା ସମୟରେ ଏହାର ଆଖାପାଖି ରାସ୍ତାରେ ଗମନା ଗମନ ବନ୍ଦ କରି ଦିଆଯିବ । ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ ୱେକୁ ବି ଅଧ ଘଣ୍ଟା ପାଇଁ ବନ୍ଦ କରି ଦିଆଯିବ । ମୋଟାମୋଟି ଭାବେ ଟାୱାର ଭଙ୍ଗାଯିବା ସମୟରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବ ସୂଚନା ମିଳିଛି ।
ଟାୱାର୍ସକୁ ଧ୍ୱଂସ କରିବାକୁ ୩୭୦୦ କିଲୋଗ୍ରମା ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବ । ଏଥିପାଇଁ ଦୁଇଟି ଯାକ ଟାୱାରରେ ୯୬୦୦ ହୋଲ ବା କଣା କରାଯାଇ ବିସ୍ଫୋରକକୁ ଖଞ୍ଜି ଦିଆଯାଇ ସରିଛି । ଏବେ ଏହାକୁ ଚାର୍ଜ କରାଯାଉଛି । ରବିବାର ଅର୍ଥାତ୍ ୨୮ ଅଗଷ୍ଟ ଦିନ ଠିକ ୨ଟା ୩୦ରେ ବଟନ ଦବାଇ ମାତ୍ର ୧୨ ସେକେଣ୍ଟରେ ଗୋଟିଏ ୩୦ ମହଲା ଓ ଅନ୍ୟଟି ୩୧ ମହଲା ଟାୱାରକୁ ମାଟିରେ ମିଶାଇ ଦିଆଯିବ । ଏଥିରୁ ପ୍ରାୟ ୮୦,୦୦୦ ଟନ ବର୍ଯ୍ୟବସ୍ତୁ ବାହାରିବ ବୋଲି ଅନୁମାନ କରାଯାଉଛି । ଏହି ବର୍ଯ୍ୟବସ୍ତୁକୁ ୩ ମାସ ମଧ୍ୟରେ ଅନ୍ୟ କାମରେ ଲାଗାଇ ଦିଆଯିବାର ଯୋଜନା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ମହିଳା ବିଶ୍ୱକପ୍‌ ପାଇଁ ଫିଫାର ଆସିଲା ନୂଆ ନିୟମ, ଜାଣନ୍ତୁ…

ଜୁରିଚ୍‌,୨୦ା୩: ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍‌ ଓ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକରେ ମହିଳା ଫୁଟ୍‌ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri