Categories: ଜାତୀୟ

ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ୩୪ ଜଣ କିଣିଛନ୍ତି ଜମି…

ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର  ଲୋକ ସଭାରେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏଠାରେ ୩୪ ଜଣ ଲୋକ ଜମି କ୍ରୟ କରିଛନ୍ତି। ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଏମ୍‌ପି ହାଜି ଫଜଲୁର ରହେମାନଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି।

ଏସବୁ ଜମି ଜମ୍ମୁ, ରିୟାସି, ଉଦାମପୁର ଏବଂ ଗାନ୍ଦରଓ୍ବଲ ଜିଲାରେ ଅଛି। ପୂର୍ବରୁ ବାହାର ଲୋକଙ୍କୁ ଜମ୍ମୁ-କଶ୍ମୀର ଜମି କିଣିବାକୁ ଅନୁମତି ନ ଥିଲା । ତେବେ ଅନୁଚ୍ଛେଦ ୩୭୦ ହଟିବା ପରେ ଏଠାରେ ବାହାର ଲୋକଙ୍କୁ ଜମି କିଣିବାର ଅନୁମତି ପ୍ରଦାନ କରାଯାଇଛି।

୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ର ବ୍ୟବସ୍ଥାକୁ ରଦ୍ଦ କରିଥିଲେ। ଅନୁଚ୍ଛେଦ ୩୭୦ବ୍ୟବସ୍ଥାକୁ ହଟାଇବା ପରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ଏବଂ ଲଦାଖର ଜମି ଏବଂ ସମ୍ପତ୍ତି କ୍ରୟ ପାଇଁ ଆଇନରେ ପରିବର୍ତ୍ତନ କରିଛନ୍ତି। ଏହି ନୂତନ ନିୟମ ଲାଗୁ ହେବା ପରେ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଜମ୍ମୁ-କଶ୍ମୀରରେ ସମ୍ପତ୍ତି କିଣିବାକୁ ଅନୁମତି ଲାଭ କରିପାରିଛନ୍ତି।

Share