ମତଦାନ କେନ୍ଦ୍ରରେ ପଶିଲେ ଅଜଣା ଲୋକ, ଫିଙ୍ଗିଲେ ବୋମା

ଯାଜପୁର ଅଫିସ/ଧର୍ମଶାଳା/ଯାଜପୁର ସଦର,୧୬।୨(ଡି.ଏନ.ଏ.):ଯାଜପୁର ଜିଲାରେ ବୁଧବାର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ବ୍ୟାପକ ବିଭ୍ରାଟ ଦେଖାଯାଇଛି। ଯାଜପୁର ଓ ଧର୍ମଶାଳା ବ୍ଲକର ୪ଟି ବୁଥରେ କେତେକ ଅଜଣା ଲୋକ ପଶି ବାଲେଟ ପେପର ଲୁଟ, ଭଙ୍ଗାରୁଜା, ମାଡପିଟି ଭଳି ଅସାମାଜିକ କାର୍ଯ୍ୟ କରିଥିବା ସୂଚନା ମିଳିଛି। କେତେକ ବୁଥରେ ବୋମା ମାଡ ମଧ୍ୟ ହୋଇଥିବା ଜଣାପଡିଛି। ଏହିକ୍ରମରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ୯ଟି ବୁଥରେ ମତଦାନକୁ ସ୍ଥଗିତ ନିର୍ଦ୍ଦେଶ ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତ ଦୁର୍ଗାପୁର ଅଙ୍ଗନବାଡି କେନ୍ଦ୍ରର ୧ ନମ୍ବର ବୁଥରେ ଅଜଣା ଲୋକ ଆସି ମାଡପିଟ କରିବା ସହ କବାଟ ଭାଙ୍ଗି ଦେଇଛନ୍ତି। ଏପରିକି ବାଲେଟ ପେପର ଓ ଷ୍ଟାମ୍ପ ଲୁଟ କରି ନେଇଛନ୍ତି। ଉତ୍ତେଜନା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡାଇବା ସହ ମତଦାନକୁ ବନ୍ଦ ରଖିଥିଲେ। ପରବର୍ତ୍ତୀ ସମୟରେ ସେଠାରେ କଡ଼ା ପୋଲିସ ସୁରକ୍ଷା ବଳୟରେ ମତଦାନ ହୋଇଥିଲା। ଏହାବାଦ ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତର ହରିଜନ ସାହି ସ୍କୁଲର ୨, ୩ ଓ ୪ନମ୍ବର ବୁଥରେ ବୋମା ମାଡ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ହରିଜନ ସାହିରେ ଉତ୍ତେଜନା ଓ ରାସ୍ତାରୋକୋ ହୋଇଥିଲା। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଏହି ବୁଥରେ ସାନି ନିର୍ବାଚନ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ଆନ୍ଦୋଳନରୁ ହଟିଥିଲେ। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


ଧର୍ମଶାଳା ବ୍ଲକର ଦେଓଦା ପଞ୍ଚାୟତର ଚଇନହୁଡା ପ୍ରାଥମିକ ସ୍କୁଲର ୬ ଓ ୭ ନମ୍ବର ବୁଥରେ ନିର୍ବାଚନୀ ହିଂସା ହୋଇଛି। ଏଠାରେ ସକାଳ ୭ ରୁ ୯ଟା ପର୍ଯ୍ୟନ୍ତ ସୁରୁଖୁରରେ ମତଦାନ ଚାଲିଥିଲା। ଏହାପରେ କେତେକ ଅସାମାଜିକ ବ୍ୟକ୍ତି ବୁଥ ଭିତରକୁ ଜବରଦସ୍ତ ପଶି ବୁଥ କବଜା କରିଥିଲେ। ବାଲେଟ ପେପର ଓ ଷ୍ଟାମ୍ପକୁ ଲୁଟ କରି ମତଦାନ କରିଥିଲେ। ସେହିପରି ଅରାବଳ ପଞ୍ଚାୟତ ନାଳକୁଳ ଗ୍ରାମର ପ୍ରାଥମିକ ସ୍କୁଲରେ ମଧ୍ୟ ଅନୁରୂପ ଭାବେ କେତେକ ଅଜଣା ବ୍ୟକ୍ତି ପଶି ବୁଥକୁ ନିଜ କବଜାରେ ନେଇ ଭୋଟଦାନ କରିଥିବା ସୂଚନା ମିଳିଛି। ଜିଲାପାଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିିତିର ଅନୁଧ୍ୟାନ କରିବା ସହ ନିର୍ବାଚନ କମିଶନଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri