ଭାରତରେ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଲା

ନୂଆଦିଲ୍ଲୀ,୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ନେଇ ଏବେ ଆତଙ୍କ ଜାରି ରହିଛି। ଦିନକୁ ଦିନ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ସ୍ବଦେଶ ଫେରିଥିବା ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରୁ ୨୦ ଜଣଙ୍କଠାରେ ନୂଆ ଷ୍ଟ୍ରେନ୍‌ ରହିଥିବା ନେଇ ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି। ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌କୁ ନେଇ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ମଙ୍ଗଳବାର ବ୍ରିଟେନରୁ ମିରଟ ଫେରିଥିବା ୨ ବର୍ଷର ଶିଶୁଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ସୂଚନାଯୋଗ୍ୟ, ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ପ୍ରାୟ ୩୩ ହଜାର ଲୋକ ବ୍ରିଟେନ୍‌ରୁ ଭାରତ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ୍‌ କରାଯାଇ ନମୁନା ପରୀକ୍ଷା କରାଯାଉଛିା। ଦେଶର ୧୦ଟି ଲ୍ୟାବ୍‌ରେ ବ୍ରିଟେନ୍‌ ଫେରନ୍ତାଙ୍କ ନମୁନା ପରୀକ୍ଷା କରାଯାଉଛି। ସେଥିମଧ୍ୟରେ କୋଲକାତା, ଭୁବନେଶ୍ୱର, ଏନ୍‌ଆଇଭି ପୁଣେ, ସିସିଏସ୍‌ ପୁଣେ, ସିସିଏମ୍‌ବି ହାଇଦ୍ରାବାଦ୍‌, ସିସିଏଫ୍‌ଡ଼ି ହାଇଦ୍ରାବାଦ୍‌, ଇନ୍‌ଷ୍ଟେମ୍‌ ବେଙ୍ଗାଲୁରୁ, ନିମ୍‌ହାନ୍ସ୍‌ ବେଙ୍ଗାଲୁରୁ, ଆଇଜିଆଇବି ଦିଲ୍ଲୀ, ଏନ୍‌ସିଡିସି ଦିଲ୍ଲୀ ଆଦିର ଲ୍ୟାବ୍‌ ରହିଛି।

Share