ଏଇ ଭାରତରେ

ଲୋକଙ୍କ ଟାହିଟାପରା ଶୁଣି ଅନେକେ ଭାଙ୍ଗିପଡ଼ନ୍ତି, ହେଲେ ଆଉ କେତେକ ଏହାକୁ ନିଜର ସାମର୍ଥ୍ୟ କରିଦିଅନ୍ତି। ତା’ପରେ ସଫଳତା ଆପେ ଆପେ ମିଳିଯାଏ। ଠିକ୍‌ ଏମିତି କିଛି ଘଟିଛି ହର୍ଷ ଗୁପ୍ତାଙ୍କ ସହିତ। ମହାରାଷ୍ଟ୍ରର ଏହି ଯୁବକ ଏବେ ଆଇଆଇଟିର ଛାତ୍ର। ବହୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି। ହର୍ଷଙ୍କ ବାପା ଗୁପ୍‌ଚୁପ୍‌ ବିକ୍ରି କରନ୍ତି। ତେଣୁ ପାଠ ପଢ଼ିବା ପାଇଁ ସବୁ ସୁବିଧାସୁଯୋଗ ପାଇବା ତାଙ୍କ ପକ୍ଷରେ ସମ୍ଭବ ନ ଥିଲା। କିନ୍ତୁ ଆଇଆଇଟିରେ ପଢ଼ିବା ଥିଲା ତାଙ୍କର ସ୍ବପ୍ନ। ଏଥିପାଇଁ ସେ ନିରନ୍ତର ପରିଶ୍ରମ କରୁଥିଲେ। ଛୋଟବେଳରୁ ସେ ଭଲ ପଢୁଥିଲେ। ତେଣୁ ଯୁକ୍ତ୨ ପରେ ସେ ଜେଇଇ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପ୍ରଥମ ଥର ତାଙ୍କୁ ପରୀକ୍ଷାରେ ଅଧିକ ନମ୍ବର ମିଳି ନ ଥିବାରୁ ତାଙ୍କ ମନପସନ୍ଦର କଲେଜରେ ସିଟ୍‌ ପାଇ ନ ଥିଲେ। ତାଙ୍କର ଏହି ବିଫଳତା ପାଇଁ ସାଙ୍ଗସାଥୀ ଟାହିଟାପରା କରିଥିଲେ। ଏହା ଶୁଣି ସେ ମନଦୁଃଖ କରିଥିଲେ ସତ, କିନ୍ତୁ ହତୋତ୍ସାହିତ ହୋଇ ନ ଥିଲେ। ବରଂ ପୁଣି ଥରେ ଅଧିକ ପରିଶ୍ରମ କରି ପାଠ ପଢ଼ିବାର ଜିଦ୍‌ ତାଙ୍କ ଭିତରେ ସୃଷ୍ଟି ହୋଇଥିଲା। ଅଳ୍ପ କିଛି ମାସର କୋଚିଂ ନେଇ ସେ ପୁଣି ଥରେ ଏଥର ପରୀକ୍ଷା ଦେଇଥିଲେ ଓ ୯୮.୫୯ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଏବେ ତାଙ୍କର ସଫଳତାକୁ ନେଇ ସବୁଆଡେ ଖୁସିର ଲହରି। ଭବିଷ୍ୟତରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଶ ପାଇଁ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି ହର୍ଷ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଶୋଷ ମେଣ୍ଟାଇବା ପାଇଁ ରୋଗକୁ ଆମନ୍ତ୍ରଣ! ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ…

ଡ୍ରୋନ ସର୍ଭେ ଦ୍ୱାରା ଜଙ୍ଗଲ ନିଆଁ ଚିହ୍ନଟ, ରାତିସାରା ଅକ୍ଲାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ବନବିଭାଗ

ପାଟଣା,୧୪।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ ଅଟେଈ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତି ୨ଟାରେ ଲାଗିଥିବା ନିଆଁକୁ ବନବିଭାଗ କର୍ମଚାରୀ…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ

ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ହତ୍ୟା କରି ପାଣିଟାଙ୍କି ଉପରେ ଲୁଚିଥିବା ଅଭିଯୁକ୍ତ ପିଇଦେଲେ ବିଷ, ତା’ପରେ…

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ। ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଗାଁର ପାଣି ଟାଙ୍କି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri