ଏଇ ଭାରତରେ

ପେସାରେ ଡାକ୍ତର, କିନ୍ତୁ ସେ ରହୁଥିବା ଦକ୍ଷିଣ ଦିଲ୍ଲୀର ନବଜୀବନ ବିହାର କଲୋନିକୁ ବର୍ଜ୍ୟମୁକ୍ତ କରିପାରିଛନ୍ତି। ଏହି ମହିଳା ଡାକ୍ତର ଜଣକ ହେଉଛନ୍ତି ଡା. ରୁବି ମାଖିଜା। ସେହି କଲୋନିରେ ୨୮୦ ପରିବାର ରହୁଛନ୍ତି। ସେମାନେ ଘର ସାମ୍ନାରେ ବର୍ଜ୍ୟବସ୍ତୁ ଠୁଳକରି ରଖିବା ଯୋଗୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଥିଲା। ରୁବି ରେସିଡେନସିଆଲ ଓ୍ବେଲ୍‌ଫେୟାର ଆସୋସିଏଶନର ସମ୍ପାଦିକା ହେବା ପରେ ୬ ବର୍ଷର ନିରନ୍ତର ପ୍ରୟାସ ଯୋଗୁ କଲୋନିକୁ ଶୂନ୍ୟ ବର୍ଜ୍ୟର ସ୍ଥାନ କରିପାରିଛନ୍ତି। ରୁବି ପ୍ରତିଦିନ ସକାଳେ ତାଙ୍କ ଟିମ୍‌ ସହ ପ୍ରତି ଘରୁ ବର୍ଜ୍ୟ ସଂଗ୍ରହ କରିବା ପରେ ସେଗୁଡ଼ିକୁ ଶୁଖିଲା, ଓଦା ଓ ବିପଜ୍ଜନକ ବର୍ଜ୍ୟ ଭାବେ ଅଲଗା କରାଯାଏ। ରୁବି ଏହା ଆରମ୍ଭ କରିବା ବେଳେ ସହଯୋଗ ମିଳି ନ ଥିଲା। ପରେ କଲୋନିବାସୀଙ୍କୁ ବର୍ଜ୍ୟର ପ୍ରଭାବ ସମ୍ପର୍କରେ ଅବଗତକରି ସେମାନଙ୍କୁ ସାମିଲ କରିପାରିଥିଲେ। ଏବେ ପ୍ରତିଦିନ ୧୨୫ କେଜି ବର୍ଜ୍ୟକୁ ଖତ କରାଯାଉଛି। ଏହାବ୍ୟତୀତ ପ୍ଲାଷ୍ଟିକ୍‌, କାଚ ଓ କାଗଜ ବର୍ଜ୍ୟକୁ ରିସାଇକେଲ୍‌ ସେଣ୍ଟରକୁ ପଠାଯାଉଛି। ଏବେ ସୁଦ୍ଧା ୧୭ ଟନ୍‌ ପ୍ଲାଷ୍ଟିକ୍‌ ଏବଂ ୩ କୁଇଣ୍ଟାଲ ଇ-ବର୍ଜ୍ୟ ସଂଗ୍ରହ କରାଯାଇ ରିସାଇକେଲ କେନ୍ଦ୍ରକୁ ଯାଇସାରିଲାଣି। ରୁବି ଓ ତାଙ୍କ ଟିମ୍‌ ଟ୍ରିପୁଲ ଆର୍‌ ସେଣ୍ଟର ନାମକ ଏନ୍‌ଜିଓ ଗଠନକରି ଅସହାୟଙ୍କୁ ଲୁଗାପଟା, ବିଭିନ୍ନ ପ୍ରକାର ଫର୍ନିଚର ଓ ଗ୍ୟାସ୍‌ ସିଲିଣ୍ଡର ଦାନ କରିସାରିଲେଣି। କେବଳ ଏତିକି ନୁହେଁ, କଲୋନିର ସମସ୍ତେ ବର୍ଷାଜଳ ସଂରକ୍ଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri