ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ବିହାର ରାଜ୍ୟ ମୁଜାଫରପୁରର ସଞ୍ଜୟ କୁମାର। ୨୫ ବର୍ଷ ହେଲା ସେ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଶିକ୍ଷାଦାନ କରି ସ୍ବାବଲମ୍ବୀ କରାଇବା ପାଇଁ ପ୍ରୟାସ ଚଳାଇଛନ୍ତି। ସେମାନଙ୍କୁ ମାନସିକଭାବେ ସଶକ୍ତ କରାଇବା ଉଦ୍ଦେଶ୍ୟରେ ମଧ୍ୟ ନାଚ, ଗୀତ, ଯୋଗ, କମ୍ପ୍ୟୁଟର, ପେଣ୍ଚିଂ, ହ୍ୟାଣ୍ଡିକ୍ରାଫ୍ଟ ଆଦି ଶିକ୍ଷା ଦେଉଛନ୍ତି। ୨୦୦୮ରୁ ସେ ଏହି କାମ କରି ଆସୁଛନ୍ତି। ଏବେ ସରକାରଙ୍କଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ପିଲାଙ୍କୁ ପଢ଼ାଇବାର ଅନୁମତି ବି ପାଇଛନ୍ତି। ଏଭଳି କାମ ପାଇଁ ତାଙ୍କୁ ଲୋକେ ଖୁବ୍‌ ସହଯୋଗ ବି କରୁଛନ୍ତି। ବିଭିନ୍ନ ସ୍ଥାନରୁ ଡୋନେସନ୍‌ ନେଇ ସେ ଏଭଳି ଶିକ୍ଷାଦାନ କରୁଛନ୍ତି। ତେବେ ସବୁ କାମ କରି ପାରିଥିବା ସଞ୍ଜୟ କିନ୍ତୁ ପ୍ରେରଣା ପାଇଛନ୍ତି ସମାଜର ନିନ୍ଦୁକ ଗୋଷ୍ଠୀଙ୍କଠାରୁ। ତାଙ୍କ କହିବା ଅନୁସାରେ, ତାଙ୍କ ମା’ ଦୃଷ୍ଟିବାଧିତ ଥିବାରୁ ଲୋକେ ତାଙ୍କୁ ଟାହିଟାପରା କରୁଥିଲେ। ଏଣୁ ସେ ଚିନ୍ତା କରିଥିଲେ, ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଏମିତି କିଛି କାମ କରିବେ ଯାହାଫଳରେ ଲୋକେ ସେମାନଙ୍କୁ ହୀନଦୃଷ୍ଟିରେ ଦେଖିବା ବଦଳରେ ସମ୍ମାନ କରିବେ। ଏଥିପାଇଁ ସେ ଶିକ୍ଷାଦାନକୁ ମାଧ୍ୟମ କରି ତାଙ୍କର କାର୍ଯ୍ୟ କରିଚାଲିଲେ। ଏବେ ତାଙ୍କର ଏହି କାର୍ଯ୍ୟ ଦିବ୍ୟାଙ୍ଗମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ମାର୍ଗ ଦେଖାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାହସ ଆଗରେ ହାର ମାନିଛି ଭିନ୍ନକ୍ଷମ: ସାଉଁଟୁଛନ୍ତି ପ୍ରଶଂସା

ଭବାନୀପାଟଣା,୧୪ା୩(ଉତ୍ତମ କୁମାର ଦାଶ):ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସକ୍ଷମ ଭାବରେ ଜୀବନଯାପନ କରୁଛନ୍ତି। ଜୀବନ ଯୁଦ୍ଧରେ କେବେ ହାର ନ ମାନି ସୃଷ୍ଟି କରିପାରିଛନ୍ତି ନିଜର ସ୍ବତନ୍ତ୍ର…

ବିପଦସଙ୍କୁଳ ଅବସ୍ଥାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଛାତରୁ ଗଳୁଛି ପାଣି

ଲାଞ୍ଜିଗଡ଼,୧୪ା୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୮୯୧ ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟକୁ…

ଆମେରିକା ତଦନ୍ତରେ ଭାରତ-ଚାଇନା ଦୋଷୀ ସାବ୍ୟସ୍ତ ହେଲେ କ’ଣ ହେବ? କେଉଁ କାର୍ଯ୍ୟାନୁଷ୍ଠାନ ନେବେ ଟ୍ରମ୍ପ, ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୩: ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ରାଷ୍ଟ୍ରପତି ପଦକୁ ଫେରିବା ବିଶ୍ୱ ବାଣିଜ୍ୟର ଗତିଶୀଳତାକୁ ଦୋହଲାଇ ଦେଇଛି। ଏଥର, ଟ୍ରମ୍ପ ପ୍ରଶାସନର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି “ଧାରା…

ଇରାନରେ ସବୁଠାରୁ ଶକ୍ତିଶାଳୀ ଆକ୍ରମଣ! ଖାର୍ଗ ଦ୍ୱୀପରେ ବୋମା ପକାଇଲା ଆମେରିକା, ଧ୍ବଂସ ହେଲା…

ନୂଆଦିଲ୍ଲୀ,୧୪।୩: ଆମେରିକୀୟ ସେନା (CENTCOM) ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରି…

ସ୍ତ୍ରୀ, ବୋହୁ, ନାତୁଣୀଙ୍କୁ ହାତୁଡିରେ ପିଟି ନିର୍ମମ ହତ୍ୟା: ପାଣିଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ଅଭିଯୁକ୍ତ

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣା। ଗାଁର ପାଣି ଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ହତ୍ୟା ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଧରିବା…

ଇରାକ୍‌ରେ ଖସିଲା ଆମେରିକା ବିମାନ: ୪ ମୃତ

ଦୁବାଇ,୧୪ା୩: ଇରାନ୍‌ ବିରୋଧୀ ଯୁଦ୍ଧରେ ଆମେରିକାର ସାମରିକ ବିମାନଗୁଡ଼ିକୁ ତୈଳ ଯୋଗାଉଥିବା ଏକ କେସି-୧୩୫ ଏୟାରକ୍ରାଫ୍ଟ ପଶ୍ଚିମ ଇରାକ୍‌ରେ ଖସିପଡ଼ିଛି। ବିମାନରେ ନିଅଁା ଲାଗିଯିବାରୁ ସେଥିରେ ଥିବା…

ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ ଦେଲେ ବିରୋଧୀ

ନୂଆଦିଲ୍ଲୀ,୧୪ା୩: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ଦାବିରେ ବିରୋଧୀ ଏମ୍‌ପିମାନେ ଶୁକ୍ରବାର ପାର୍ଲାମେଣ୍ଟର ଉଭୟ ଗୃହରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ…

ସମର୍ଥନ ମିଳୁଛି, ସମାଧାନ ହେଉନି: ଚେତାବନୀ ଦେଲେ ଚାଷୀ

ବରଗଡ଼,୧୪।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ସେମାନଙ୍କ ଧାନକ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri