ଏଇ ଭାରତରେ

ରାଜସ୍ଥାନ ଯୋଧପୁରର ନିର୍ମଳା ଶେଖାଓ୍ବତ ଜଣେ ସିଙ୍ଗଲ ମମ୍‌ ଭାବେ ବ୍ୟବସାୟରେ ସଫଳତା ପାଇବା ସହ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ‘ମାରଓ୍ବାଡ଼ି ମ୍ୟାନଓ୍ବାର’ ନାମରେ ସେ ଫୁଡ୍‌ ବିଜ୍‌ନେସ ଚଳାଉଛନ୍ତି। ସେ ରାଜସ୍ଥାନୀ ସ୍ନାକ୍ସ, ଆଚାର ସହିତ ପାମ୍ପଡ଼ ଓ ଅନ୍ୟ ସ୍ବାଦିଷ୍ଠ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏଗୁଡ଼ିକୁ ଅନ୍‌ଲାଇନରେ ମଧ୍ୟ ବିକ୍ରି କରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ଭାଇ, ମା, ଭାଉଜ ଓ ଶ୍ୱଶୁରଘର ଲୋକେ ସହଯୋଗ କରୁଛନ୍ତି। ତାଙ୍କ ଭାଇ ଅନ୍‌ଲାଇନ ବ୍ୟବସାୟ ସମ୍ଭାଳୁଛନ୍ତି। ପ୍ରଥମେ ନିର୍ମଳା ମାସକୁ ମାତ୍ର ୧୫ ଟଙ୍କାର ଅର୍ଡର ପାଉଥିଲେ ଓ ଏବେ ପାଉଛନ୍ତି ଦେଢ଼ ଲକ୍ଷ ଟଙ୍କାର। ଏହି କାର୍ଯ୍ୟରେ ଘର ଲୋକଙ୍କ ବ୍ୟତୀତ ସେ ୩୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। କୋଭିଡ୍‌ ସମୟରେ ନିର୍ମଳାଙ୍କ ସ୍ବାମୀଙ୍କର ବ୍ରେନ ହାମ୍‌ରେଜରେ ଦେହାନ୍ତ ହେବା ପରେ ପରିବାର ଆର୍ଥିକ ସଙ୍କଟରେ ପଡ଼ିଯାଇଥିଲା। ପିଲାଙ୍କ ପଢ଼ା ସହ ପରିବାର ଚଳାଇବା ଲାଗି ସେ ପ୍ରଥମେ ରାଜସ୍ଥାନୀ ସ୍ନାକ୍ସ ତିଆରି କରି ବିକ୍ରି କରୁଥିଲେ। ପରେ ଚାହିଦା ବଢ଼ିବାରୁ ସ୍ନାକ୍ସ ସହିତ ଅନ୍ୟ ଉପତ୍ାଦ ବିକ୍ରି କରି ଅଧିକ ରୋଜଗାର କରିବା ସହ ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri