ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ଏବେ ସହରର ଏକ୍ୟୁଆଇ ୪୫୦କୁ ଟପିଗଲାଣି, ଯାହାକି ଏକ ଅତି ବିପଜ୍ଜନକ ସ୍ତର। ଏଥିଯୋଗୁ ଦିଲ୍ଲୀରେ ପିଲାମାନେ ବିଭିନ୍ନ ପ୍ରକାର ଶ୍ୱାସଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଏପରି କି ସେମାନେ ସ୍କୁଲ ଯିବା ଏବଂ ବାହାରେ ଖେଳିବା ସମ୍ଭବ ହେଉନାହିଁ। ବାୟୁ ପ୍ରଦୂଷଣର ଏଭଳି ଭୟାବହତାକୁ ଲକ୍ଷ୍ୟକରି ଭାବରିନ କାନ୍ଧାରି ଏ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ପ୍ରଥମେ ୨୦୨୦ରେ ୫ ଜଣ ମା’ଙ୍କୁ ନେଇ ସେ ଏହି ଅଭିଯାନ ଆରମ୍ଭ କରିଥିଲେ। ଏବେ ଦିଲ୍ଲୀ ସମେତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡରେ ୧୫୦୦ରୁ ଊର୍ଦ୍ଧ୍ୱ ମହିଳା ଏଥିରେ ସାମିଲ ହୋଇଗଲେଣି। ଏମାନଙ୍କୁ କୁହାଯାଉଛି ‘ଓ୍ବାରିଅର ମମ୍’ ବା ‘ଯୋଦ୍ଧା ମା’। ନାଗପୁରରେ ମହିଳାମାନେ ‘ଚୁଲାମୁକ୍ତ ଭାରତ’ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ଦିଲ୍ଲୀରେ ୫୦ ପ୍ରତିଶତ ବାୟୁ ପ୍ରଦୂଷଣ ଯାନବାହନ ଯୋଗୁ ହେଉଥିବାରୁ ଏମାନେ ସାଇକେଲ ଲେନ ଓ ଅଧିକ ବସ୍ ଚଳାଇବା ପାଇ ଦାବି କରିଛନ୍ତି। ଏହା ସହ ସ୍କୁଲ ନିକଟରେ ପ୍ରଦୂଷଣ ମୁକ୍ତ ଅଞ୍ଚଳ ସୃଷ୍ଟି କରିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି।
Dharitri – The Largest & Most Trusted Odia Daily

