ଏଇ ଭାରତରେ

ଚେନ୍ନାଇର ପେରୁଙ୍ଗୁଡ଼ି ବର୍ଜ୍ୟ ପାହାଡ଼ ଭାବେ ଜଣାଶୁଣା। ୯୬ ଏକରରେ ଏହା ପରିବ୍ୟାପ୍ତ। ଏଠାରେ ୧.୭ ମିଲିୟନ କ୍ୟୁବିକ ମିଟର ବର୍ଜ୍ୟ ଠୁଳ ହୋଇଥାଏ। କହିବାକୁ ଗଲେ ଏହାର ଆକାର ୨୦ଟି ଫୁଟବଲ ଖେଳପଡ଼ିଆ ସହ ସମାନ। ଏବେ ଏହି ବର୍ଜ୍ୟକୁ ରିସାଇକେଲ କରାଯାଇ ବ୍ୟବହାରଯୋଗ୍ୟ ବୋତଲ, ଫର୍ନିଚର ଓ ସ୍ଲାବ୍‌ ଆଦି ତିଆରି କରାଯାଉଛି। ଷ୍ଟିଲ୍‌ ବର୍ଜ୍ୟରୁ ବାସନ ଓ ହାର୍ଡଓ୍ବେର ଜିନିଷ କରାଯିବା ସହ କାଚ ବର୍ଜ୍ୟରୁ ବୋତଲ ଓ ପଥରରୁ ସ୍ଲାବ ପ୍ରସ୍ତୁତ ହେଉଛି। ପ୍ଲାଷ୍ଟିକ ବର୍ଜ୍ୟରୁ ପୁନଃ ରିସାଇକେଲଯୋଗ୍ୟ ଆଉଟ୍‌ଡୋର ଫର୍ନିଚର, ର଼୍ୟାମ୍ପ ଆଦି ତିଆରି କରାଯାଉଛି। ଏବେ ସୁଦ୍ଧା ୩,୦୦୦ ଟନ୍‌ କାଚ ରିସାଇକେଲ କରାଯାଇ ସାରିଲାଣି। ଏହି କାର୍ଯ୍ୟ ବ୍ଲୁ ପ୍ଲାନେଟ ଏନ୍‌ଭାଇରନ୍‌ମେଣ୍ଟ ସଲ୍ୟୁଶନ ଦ୍ୱାରା କରାଯାଉଛି। ପେରୁଙ୍ଗୁଡ଼ିିରୁ ପ୍ରତିଦିନ ୯,୦୦୦ ଟନ୍‌ ବର୍ଜ୍ୟ ବାହାର କରିନିଆଯାଇ ରିସାଇକେଲ ପାଇଁ ବିଭିନ୍ନ ପ୍ରକାର ବର୍ଜ୍ୟକୁ ପୃଥକ କରାଯାଉଛି ଏବଂ ଏହାର ସୁରକ୍ଷା ଦିଗକୁ ଯାଞ୍ଚ କରାଯାଉଛି। ବ୍ଲୁ ପ୍ଲାନେଟ ତରଫରୁ ଏଭଳି ବର୍ଜ୍ୟ ପରିଚାଳନା କାର୍ଯ୍ୟ ଅନ୍ୟ ୯ଟି ରାଜ୍ୟରେ ଆରମ୍ଭ କରାଯାଇଛି। ଭାରତରେ ସହରଗୁଡ଼ିକରେ ବର୍ଷକୁ ୬୨ ମିଲିୟନ ଟନ୍‌ ବର୍ଜ୍ୟ ବାହାରୁଥିବା ବେଳେ ବ୍ଲୁ ପ୍ଲାନେଟର ଏଭଳି ପଦକ୍ଷେପ ପ୍ରଦୂଷଣ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ପ୍ରେମ ୬୦ ବର୍ଷ ପରି… ମୋନାଲିସାଙ୍କୁ ବିବାହ ପରେ ମୁହଁ ଖୋଲିଲେ ଫରମାନ

ମହାକୁମ୍ଭ ମେଳା ୨୦୨୫ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୋନାଲିସା ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ…

‘ମୁଁ କ୍ଷମା ମାଗିଥିଲି କାରଣ…’ପ୍ଲେଇଂ ୧୧ ବିବାଦ ଉପରେ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା

ନୂଆାଦିଲ୍ଲୀ,୧୨।୩: ସୂର୍ଯ୍ୟକୁମାର ଯାଦବ ୨୦୨୬ ଟି୨୦ ବିଶ୍ୱକପ ସମୟରେ ନେଇଥିବା ଏକ ବଡ଼ ନିଷ୍ପତ୍ତି ବିଷୟରେ ମୁହଁ ଖୋଲିଛନ୍ତି। ଭାରତୀୟ ଅଧିନାୟକ ସ୍ବୀକାର କରିଛନ୍ତି ଯେ ସୁପର…

ରାଜ୍ୟରେ ବଢୁଛି ଶିଶୁ ଯୌନ ନିର୍ଯାତନା, ଛାତ୍ରୀଛାତ୍ରଙ୍କୁ ତାଲିମ୍ ଦେଲା ଗଜପତି ପୋଲିସ

ମୋହନା,୧୨।୩( ମନ୍ମଥ ମିଶ୍ର ): ଦୀନକୁ ଦିନ ରାଜ୍ୟରେ ଶିଶୁ ନିର୍ଯାତନା ସହ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଯାହା ଫଳରେ ଗଜପତି ପୋଲିସ୍ ପକ୍ଷରୁ ବିଦ୍ୟାଳୟକୁ…

ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ, ଖରାଦିନେ କଟିବନି ଲାଇନ୍

ଭୁବନେଶ୍ବର,୧୨।୩: ମାର୍ଚ୍ଚ ମାସରୁ ଆରମ୍ଭ ହେଲାଣି ମୁଣ୍ଡଫଟା ଖରା । ତେବେ ରାଜ୍ୟ ସରକାରଙ୍କୁ ଘାରିଛି ଅଂଶୁଘାତ ମୁକାବିଲା ଚିନ୍ତା । ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ…

ଗିରଫ ହେଲେ ତହସିଲଦାର, ୭ ପ୍ଲଟ୍‌ ସହ ଠୁଳ କରିଥିଲେ…

କଣ୍ଟାପଡ଼ା,୧୨ା୩(ସୁର ନାରାୟଣ ସାହୁ): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ଗୁରୁବାର ଗିରଫ…

ଯୁଦ୍ଧ ଭିତରେ ଚାଇନା କଲା ବଡ଼ ଘୋଷଣା, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ବିଶ୍ୱ ଶକ୍ତି ବଜାର କ୍ରମଶଃ ଅସ୍ଥିର ହେବାରେ ଲାଗିଛି। ଅନେକ ଦେଶରେ ତୈଳ…

ହେବ କି ପରମାଣୁ ଆକ୍ରମଣ? ରିପୋର୍ଟରୁ ଜଣାପଡ଼ିଲା ଏମିତି…

ତେହରାନ,୧୨ା୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ପାରସ୍ୟ ଉପସାଗରର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। ଏହି ସମୟରେ ଅନୁମାନ ଆରମ୍ଭ ହୋଇଛି ଯେ, ଯଦି…

ମଧ୍ୟପ୍ରାଚ୍ୟ ଯୁଦ୍ଧ; ସାଉଦି ଆରବକୁ ନେଇ ବଡ଼ ବୟାନ ଜାରି କଲା ପାକିସ୍ତାନ, ସମସ୍ତେ ଛାନିଆ!

ନୂଆଦିଲ୍ଲୀ,୧୨।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ପାକିସ୍ତାନ ସାଉଦି ଆରବ ପ୍ରତି ତାର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri