ଚେନ୍ନାଇର ପେରୁଙ୍ଗୁଡ଼ି ବର୍ଜ୍ୟ ପାହାଡ଼ ଭାବେ ଜଣାଶୁଣା। ୯୬ ଏକରରେ ଏହା ପରିବ୍ୟାପ୍ତ। ଏଠାରେ ୧.୭ ମିଲିୟନ କ୍ୟୁବିକ ମିଟର ବର୍ଜ୍ୟ ଠୁଳ ହୋଇଥାଏ। କହିବାକୁ ଗଲେ ଏହାର ଆକାର ୨୦ଟି ଫୁଟବଲ ଖେଳପଡ଼ିଆ ସହ ସମାନ। ଏବେ ଏହି ବର୍ଜ୍ୟକୁ ରିସାଇକେଲ କରାଯାଇ ବ୍ୟବହାରଯୋଗ୍ୟ ବୋତଲ, ଫର୍ନିଚର ଓ ସ୍ଲାବ୍ ଆଦି ତିଆରି କରାଯାଉଛି। ଷ୍ଟିଲ୍ ବର୍ଜ୍ୟରୁ ବାସନ ଓ ହାର୍ଡଓ୍ବେର ଜିନିଷ କରାଯିବା ସହ କାଚ ବର୍ଜ୍ୟରୁ ବୋତଲ ଓ ପଥରରୁ ସ୍ଲାବ ପ୍ରସ୍ତୁତ ହେଉଛି। ପ୍ଲାଷ୍ଟିକ ବର୍ଜ୍ୟରୁ ପୁନଃ ରିସାଇକେଲଯୋଗ୍ୟ ଆଉଟ୍ଡୋର ଫର୍ନିଚର, ର଼୍ୟାମ୍ପ ଆଦି ତିଆରି କରାଯାଉଛି। ଏବେ ସୁଦ୍ଧା ୩,୦୦୦ ଟନ୍ କାଚ ରିସାଇକେଲ କରାଯାଇ ସାରିଲାଣି। ଏହି କାର୍ଯ୍ୟ ବ୍ଲୁ ପ୍ଲାନେଟ ଏନ୍ଭାଇରନ୍ମେଣ୍ଟ ସଲ୍ୟୁଶନ ଦ୍ୱାରା କରାଯାଉଛି। ପେରୁଙ୍ଗୁଡ଼ିିରୁ ପ୍ରତିଦିନ ୯,୦୦୦ ଟନ୍ ବର୍ଜ୍ୟ ବାହାର କରିନିଆଯାଇ ରିସାଇକେଲ ପାଇଁ ବିଭିନ୍ନ ପ୍ରକାର ବର୍ଜ୍ୟକୁ ପୃଥକ କରାଯାଉଛି ଏବଂ ଏହାର ସୁରକ୍ଷା ଦିଗକୁ ଯାଞ୍ଚ କରାଯାଉଛି। ବ୍ଲୁ ପ୍ଲାନେଟ ତରଫରୁ ଏଭଳି ବର୍ଜ୍ୟ ପରିଚାଳନା କାର୍ଯ୍ୟ ଅନ୍ୟ ୯ଟି ରାଜ୍ୟରେ ଆରମ୍ଭ କରାଯାଇଛି। ଭାରତରେ ସହରଗୁଡ଼ିକରେ ବର୍ଷକୁ ୬୨ ମିଲିୟନ ଟନ୍ ବର୍ଜ୍ୟ ବାହାରୁଥିବା ବେଳେ ବ୍ଲୁ ପ୍ଲାନେଟର ଏଭଳି ପଦକ୍ଷେପ ପ୍ରଦୂଷଣ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିବ।


