ଏଇ ଭାରତରେ

ଭାରତର ବିଭିନ୍ନ ସ୍ଥାନରେ ଜଳାଶୟର ସୁରକ୍ଷା କରା ନ ଯିବା ଏବଂ ଜଳଉତ୍ସଗୁଡ଼ିକୁ ପ୍ରଦୂଷିତ କରିବା ଯୋଗୁ ପାନୀୟ ଜଳାଭାବ ସମସ୍ୟା ସୃଷ୍ଟି ହେଉଛି। ଏଭଳି ସମସ୍ୟା ଦେଖାଯାଇଥିଲା ତାମିଲନାଡୁର କୋଏମ୍ବାଟୁରରେ। ସେଠାକାର କୂଅ ସବୁ ଶୁଖିଯିବା ସହ ହ୍ରଦ ଓ ଅନ୍ୟସବୁ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ଏବଂ ପ୍ରଦୂଷଣ ବୃଦ୍ଧି ହେତୁ ଜଳ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିଲା। ଏହାକୁ ଲକ୍ଷ୍ୟ କରି ମଣିକନ୍ଦନ ଆର୍‌ ସେଠାକାର ହ୍ରଦ ଓ କେନାଲର ପୁନରୁଦ୍ଧାର ପାଇଁ ଆଗକୁ ଆସିଥିଲେ। ଅଧାରୁ ସ୍କୁଲ ଶିକ୍ଷା ଛାଡ଼ି ଦେଇଥିବା ମଣିକନ୍ଦନ କୋଭାଇ କୁଲାଙ୍ଗାଲ ଆମାଇପୁ ନାମକ ନାଗରିକ ଅଭିଯାନ ଆରମ୍ଭ କରି ଏବେ ସେ କୋଏମ୍ବାଟୁର ସମେତ ସାରା ଭାରତରେ ୧୫ଟି ହ୍ରଦର ପୁନରୁଦ୍ଧାର କରିସାରିଲେଣି। କୋଏମ୍ବାଟୁରରେ ୨୦କି.ମି. କେନାଲରୁ ପ୍ରଦୂଷଣ ହଟାଇ ପାରିଛନ୍ତି। ମୋଟରେ ସେ ୨୦୦ ଟନ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିଛନ୍ତି। ପୁନରୁଦ୍ଧାର ପରେ ହ୍ରଦ, କେନାଲ ଓ ଅନ୍ୟ ଜଳଉତ୍ସଗୁଡ଼ିକର ସୁରକ୍ଷା ମଧ୍ୟ କରୁଛନ୍ତି। ଏହି କାର୍ଯ୍ୟରେ ସେ ଏବେ ୩୩,୦୦୦ ସ୍ବେଚ୍ଛାସେବୀଙ୍କୁ ଯୋଡ଼ିପାରିଛନ୍ତି। କେନାଲ ଓ ହ୍ରଦ କଡ଼ରେ ସେ ୫୦,୦୦୦ ଗଛ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri