ଫଳ, ପରିବାରେ ସବ୍ୟସାଚୀ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ ସମୟରେ ଶତାଧିକ ଓଡ଼ିଶାବାସୀଙ୍କୁ ବିପଦରୁ ଉଦ୍ଧାର କରିଥିବା ଅଭିନେତା ସବ୍ୟସାଚୀ ମିଶ୍ର କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ମଧ୍ୟ ‘ରିୟଲ୍‌ ହିରୋ’ର ଆଖ୍ୟା ପାଇଛନ୍ତି। ଝାଡ଼ଖଣ୍ଡର ଏକ ହୋଟେଲରେ ଦେଶବ୍ୟାପୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏକ କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଓଲିଉଡ୍‌ ନାୟକ ସବ୍ୟସାଚୀଙ୍କ ମହତ୍‌ କାମକୁ ସମ୍ମାନ ଜଣାଇ ପନିପରିବା ଏବଂ ଫଳରେ ତାଙ୍କର ଚିତ୍ର ଅଙ୍କାଯାଇଥିଲା। ତରଭୁଜ, କଖାରୁ ଆଦିକୁ ଖୋଦେଇ କରି ସବ୍ୟସାଚୀଙ୍କ ପ୍ରତିକୃତି କରାଯାଇଥିଲା। ଏହାସହିତ ଦରଦୀ ବନ୍ଧୁ, ଓଡ଼ିଆ ପୁଅ, ରିୟଲ୍‌ ହିରୋର ଆଖ୍ୟା ମଧ୍ୟ ଦିଆଯାଇଛି। ଓଡ଼ିଶାର ସୁପରଷ୍ଟାର ଭାବେ ସମସ୍ତେ ସବ୍ୟସାଚୀଙ୍କୁ ଜାଣିଛନ୍ତି। ବିଶ୍ୱବ୍ୟାପୀ କରୋନା ସମୟରେ ଅନେକ ଲୋକଙ୍କୁ ସେ ସହଯୋଗର ହାତ ବଢାଇଥିଲେ। ଝାଡ଼ଖଣ୍ଡର ଲୋକେ ମଧ୍ୟ ତାଙ୍କ ବିଷୟରେ ଜାଣିବା ପାଇଁ ଏଭଳି ପ୍ରୟାସ କରାଯାଇଥିବା ହୋଟେଲ ମ୍ୟାନେଜର ମମତା ଶର୍ମା କହିଛନ୍ତି। ଏନେଇ ସବ୍ୟସାଚୀ ମଧ୍ୟ ତାଙ୍କର ଖୁସି ବ୍ୟକ୍ତ କରିଛନ୍ତି। ହୋଟେଲର ସମସ୍ତ ସେଫ୍‌ ଏବଂ ମ୍ୟାନେଜ୍‌ମେଣ୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ନିଆରାଢଙ୍ଗରେ ସମ୍ମାନିତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।