ଉତ୍ତମ ସ୍ବାସ୍ଥ୍ୟ ଅନ୍ତରାଳେ..

ଋତୁଚକ୍ର ଓ ପୃଥିବୀ ପରିକ୍ରମା ଅନୁଯାୟୀ ଭିନ୍ନ ଭିନ୍ନ ଜଳବାୟୁ ପରିଲକ୍ଷିତ ହୋଇଥାଏ। ଆମ ଦେଶରେ ମଧ୍ୟ ଏଥିଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଘଟିଥାଏ। ବର୍ତ୍ତମାନ ଆମେ ନିଜର ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ସଚେତନ ରହିବା ନିହାତି ଜରୁରୀ। ଏ ନେଇ ଖାଦ୍ୟପେୟ ବିଷୟରେ ଜାଣିବା ନିହାତି ଦରକାର। କିଛି ବ୍ୟକ୍ତିବିଶେଷ ଦୈନନ୍ଦିନ ଆହାର ବିହାରକୁ ଅଣଦେଖା କରିବା ଯୋଗୁ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ମନୁଷ୍ୟ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଏ। ଖାଦ୍ୟ ସାମଗ୍ରୀକୁ ବହୁ ସମୟ ଧରି ରଖିବା ପରେ ଖାଇବା, କୌଣସି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ପାଇଁ ବ୍ୟବହୃତ ତେଲକୁ ବାରମ୍ବାର ଖାଦ୍ୟ ରୂପେ ବ୍ୟବହାର କରିବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ପୋଡ଼ା ତେଲ ଖାଇବା ଦ୍ୱାରା ଆଣ୍ଟିଅକ୍ସିଡେଣ୍ଟ ତିଆରି କରୁଥିବା ଶରୀରର ଉପକାରୀ ଏଞ୍ଜାଇମ୍‌ଗୁଡ଼ିକ ନଷ୍ଟ ହୋଇଯାଇଥାଏ। ତେଣୁ ତେଲ ଓ ଘିଅ ଦ୍ୱାରା ଛଣା ଯାଇଥିବା ଖାଦ୍ୟକୁ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ତା’ସହ ଅଳ୍ପ ଭଜାଭଜି ଖାଦ୍ୟ, ଅଧିକ ସିଝା ଖାଦ୍ୟ ଖାଇବା ଓ ତନ୍ତୁ ଜାତୀୟ ପନିପରିବା(କଖାରୁ, ସୋୟା ବଡ଼ି, ଦେଶୀ ପୋଟଳ, ଲାଉ, ଭେଣ୍ଡି,ଜହ୍ନି)ଆଦିକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏପରି ଖାଦ୍ୟ ଶରୀର ନୀରୋଗ ରହିବା ପାଇଁ ଅନେକାଂଶରେ ସହାୟକ ହେବା ସହ ମନୁଷ୍ୟକୁ ଦୀର୍ଘାୟୁ କରିଥାଏ।
ମନୁଷ୍ୟର ବୟସ ବଢ଼ିବା ସାଙ୍ଗକୁ ମାଛ, ମାଂସ (red meat) ଖାଇବା କମ୍‌ କରିବା ଉଚିତ। ଅଧିକ ମାତ୍ରାରେ ଲାଲ୍‌ ମାଂସ ଖାଇବା ଦ୍ୱାରା ରକ୍ତରେ ଆଇରନର ମାତ୍ରା ବଢ଼ିଯାଏ, ଯାହାକି ସୁସ୍ଥ ଶରୀର ପାଇଁ କ୍ଷତିକାରକ। ଏହି ମାଂସ ବର୍ଦ୍ଧିତ ଆଇରନ ଅକ୍ସିଡେସନ ପ୍ରକ୍ରିୟାକୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ତେଣୁ ଅଧିକ ମାତ୍ରାରେ ମାଛ, ମାଂସ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ଅକ୍ସିଡେସନ ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ପାଇଁ ଅଧିକ ସବୁଜ ପନିପରିବା ଖାଇବା ଜରୁରୀ। ଦୈନନ୍ଦିନ ଖାଦ୍ୟରେ କମ୍‌ ମୂଲ୍ୟରେ ବଜାରରେ ମିଳୁଥିବା ଅମୃତଭଣ୍ଡା, କଦଳୀ,ଗାଜର,ବନ୍ଧାକୋବି, ଟମାଟୋ, ପାଚିଲା ବୋଇତାଳୁ, ତରଭୁଜ, ସଜନାଛୁଇଁ, ପୋଇ ଶାଗ, ପାଳଙ୍ଗ ଶାଗ, କୋଶଳା ଶାଗ, ମେଥି ଶାଗ, ସଜନା ଶାଗ ଆଦି ବିଭିନ୍ନ ସବୁଜ ପନିପରିବାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏହା ଶରୀର ପାଇଁ ଅମୃତତୁଲ୍ୟ କାମ କରିଥାଏ। ଏଗୁଡିକ ଖାଦ୍ୟରେ ନିୟମିତ ଖାଇବା ଦ୍ୱାରା ଶରୀର କ୍ରିୟାଶୀଳ ହୋଇଥାଏ। ତା’ ସହ ଶରୀର ସୁସ୍ଥ ରହିଥାଏ। ଏମିତି କେତେକ ଫଳ ରହିଛି ଯାହାକି ଖାଦ୍ୟ ରୂପେ ଗ୍ରହଣ କରିପାରନ୍ତି। ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ-ସି ରହିଛି, ଯାହାକି ଆଣ୍ଟିଅକ୍ସିଡେଣ୍ଟ ଅଟେ। ଆଣ୍ଟିଅକ୍ସିଡେଣ୍ଟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ହୃଦ୍‌ରୋଗ, କର୍କଟ, ଚର୍ମରୋଗ, ମାନସିକ ଚିନ୍ତାଜନିତ ରୋଗକୁ ପ୍ରାକୃତିକ ଉପାୟରେ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ।
ଲେମ୍ବୁ, କମଳା, ଅଙ୍ଗୁର, ଷ୍ଟ୍ରବେରୀ, ଜାମୁକୋଳି, ଡାଳିମ୍ବ, ସେଓ, ଚେରି, ସପୁରି, ପିଜୁଳି, କଦଳୀ, ଟମାଟୋ, ଆମ୍ବରେ ଆଣ୍ଟିଅକ୍ସିଡେଣ୍ଟ ଭରି ରହିଛି, ଯାହାକୁ ଖାଇବା ଦ୍ୱାରା ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଶରୀର ଭିତରକୁ ବିଭିନ୍ନ ପ୍ରକାର ଜୀବାଣୁ, ଭୂତାଣୁ ଆଦିର ପ୍ରବେଶକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଆମ ଶରୀର ସୁସ୍ଥ ତଥା ସତେଜ ରଖିଥାଏ।
ଦୈନନ୍ଦିନ ଜୀବନଯାପନ ଭିତରେ ଏମିତି କେତେକ ସାଧାରଣ କଥା ରହିଛି ଯାହାକି ସ୍ବାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। ବାସଗୃହରେ କୁକୁର, ବିଲେଇ, ନେଉଳ ଆଦିଙ୍କୁ ପୋଷିବା, କୁଆ, ଚଢ଼େଇ, ଚିରଗୁଣୀ, ପାରା ଆଦି ପକ୍ଷୀଙ୍କୁ ଦୈନନ୍ଦିନ ଖାଦ୍ୟଶସ୍ୟ ଦେବା ଦ୍ୱାରା ବହୁ ଉପକାର ମିଳିଥାଏ। ଯେପରି କୁକୁର ବାହ୍ୟଶତ୍ରୁ ଏବଂ ବିଭିନ୍ନ ବନ୍ୟଜନ୍ତୁଙ୍କୁ ପ୍ରତିରୋଧ କରିଥାଏ ସେହିପରି ବିଲେଇ ବାସ ଗୃହରେ ସାପ, ବେଙ୍ଗ, ବିଛା ଆଦିଙ୍କୁ ଘରଭିତରକୁ ନ ଯିବାକୁ ପ୍ରତିରୋଧ କରିଥାଏ। ସାପ ଏବଂ ବିଭିନ୍ନ ପୋକ ଜୋକଙ୍କଠାରୁ ନେଉଳ ଆମକୁ ଦୂରେଇ ରଖୁଥିବା ବେଳେ ଚଢ଼େଇ, ପାରା, ଚିରଗୁଣୀ ଆଦି ଘରର ଚତୁର୍ପାର୍ଶ୍ୱରେ ଥିବା ବିଭିନ୍ନ ପୋକ ଜୋକ, କୀଟପତଙ୍ଗ ଆଦିଙ୍କ ପ୍ରାଦୁର୍ଭାବରୁ ରକ୍ଷା କରିଥାଆନ୍ତି।
ମନୁଷ୍ୟ ଚିନ୍ତାମୁକ୍ତ, ନୀରୋଗ, ଦୀର୍ଘାୟୁ ଭାବେ ବଞ୍ଚି ରହିବା ପାଇଁ ପ୍ରକୃତି ଓ ପରିବେଶ ସହ ଖାପ ଖୁଆଇ ଚଳିବା ଦରକାର। ଦୈନନ୍ଦିନ ସୁଷମ ଖାଦ୍ୟ ଗ୍ରହଣ କରିବା ସହ ପ୍ରାତଃ ସୂର୍ଯ୍ୟକିରଣରେ ଯାତାୟାତ କରିବା, ଦୈନନ୍ଦିନ ବ୍ୟାୟାମ କରିବା ଦ୍ୱାରା ମନୁଷ୍ୟ ଶରୀରରେ ରକ୍ତଚାପ ଓ ଶର୍କରା ପରିମାଣ ସନ୍ତୁଳିତ ରହିଥାଏ। ତା’ସହ ମନୁଷ୍ୟର ବୟସ ଅନୁପାତରେ ଓଜନ ଠିକ୍‌ ଭାବେ ରହିଥାଏ, ଯାହାକି ଦୀର୍ଘାୟୁ ନିମନ୍ତେ ସହାୟକ ହୋଇଥାଏ।
ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ନିଜ ସ୍ବାସ୍ଥ୍ୟର ଯତ୍ନ ନିଜ ହାତରେ ରହିଥିବା ବେଳେ ମନୁଷ୍ୟ ବାଟବଣା ହୋଇଥାଏ। ବିଭିନ୍ନ ପ୍ରକାର ଦୂଷିତ ଖାଦ୍ୟ, ଦୂଷିତ ଜଳ, ବିଭିନ୍ନ ଫାଷ୍ଟଫୁଡ୍‌, ପ୍ରତିଦିନ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ ନ କରିବା, ବିଳମ୍ବିତ ରାତିରେ ଶୋଇବା, ବିଳମ୍ବରେ ଶଯ୍ୟା ତ୍ୟାଗ କରିବା ଆଦି ବିଭିନ୍ନ କାରଣରୁ ଶରୀର ବିଭିନ୍ନ ଜଟିଳ ରୋଗର ଶିକାର ହୋଇଥାଏ। ଆମେ ସଜାଗ ରହି, ସ୍ବାସ୍ଥ୍ୟକୁ ସୁସ୍ଥ ଓ ସଜାଗ ରଖିବା ସହ ପରିବାରକୁ ମଧ୍ୟ ସୁସ୍ଥ ରଖିବାର ଆବଶ୍ୟକତା ରହିଛି।
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri