ଗଞ୍ଜାମ ଜିଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ଆରମ୍ଭ

ଛତ୍ରପୁର, ୮।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପ୍ରତେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ପାଇଁ ମଙ୍ଗଳବାର ଠାରୁ କ୍ୟାମ୍ପେନ ଆରମ୍ଭ ହୋଇଛି। ଜ଼ିଲାର ସମସ୍ତ ଘରକୁ ଟିମ୍‌ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ସ୍ତର କ’ଣ ଅଛି ତାହା ଯାଞ୍ଚ କରୁଛନ୍ତି। ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାଦ୍ୱାରା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚି଼ହ୍ନଟ ସହ ଠିକ୍‌ ସମୟରେ ଚିକିତ୍ସା କରାଯାଇ ପାରିବ। ଏଥିସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ରହିଛି। ବିଶେଷକରି ଏହି ଯାଞ୍ଚ ଦ୍ୱାରା ଗର୍ଭବତୀ, ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ପୀଡିତଙ୍କ ସୁବିଧା ହୋଇପାରିବ ବୋଲି କୁହାଯାଉଛି। ମଙ୍ଗଳବାର ଛତ୍ରପୁର ବ୍ଲକରେ ଚାଲିଥିବା ଅକ୍ସିଜେନ ସ୍ତର ଯାଞ୍ଚ ବେଳେ ଛତ୍ରପୁର ଉପଜ଼ିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ ପ୍ରମୁଖ ଏହାର ଅନୁଧ୍ୟାନ କରିଛନ୍ତି।