ନୂଆ ଭାରିଆଣ୍ଟ୍‌ ଆଗରେ ଅକାମୀ ହେଉଛି ଭାକ୍ସିନ୍‌, ବିଶେଷଜ୍ଞ ଦେଲେ ସୂଚନା…

ଲଣ୍ଡନ,୧୬।୫: କରୋନା ମହାମାରୀ ସଂକ୍ରମଣରେ ଭାକ୍ସିନ୍‌ ଏବେ ପ୍ରଭାବଶୂନ୍ୟ ହେବାରେ ଲାଗିଛି। ନୂଆ ବି-୧-୬୭୧-୨ ଭାରଆଣ୍ଟ୍‌ ବିରୋଧରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ନେଇ ଭାକ୍ସିନ୍‌ ଅକାମୀ ହୋଇଯାଉଥିବା ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଥୋନୀ ହାର୍ନଡେନ୍‌ ସୂଚନା ଦେଇଛନ୍ତି। ବ୍ରିଟେନ୍‌ର ଭାକ୍ସିନେଶନ ଏବଂ ଇମ୍ୟୁନାଇଜେଶନ୍‌ କମିଟିର ଉପାଧ୍ୟକ୍ଷ ଥିବା ହାର୍ନଡେନ୍‌ ନୂଆ ଭାରିଆଣ୍ଟ୍‌ରୁ ସୁରକ୍ଷିତ ରହିବା ଲାଗି ଲକ୍‌ଡାଉନ୍‌ ଜାରି ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେବେ ଭାରତରେ ଦେଖାଦେଇଥିବା ନୂଆ ଭାରିଆଣ୍ଟ୍‌ କେତେଦୂର ବ୍ରିଟେନ୍‌ରେ ସଂକ୍ରମଣ ହୋଇଛି ସେ ନେଇ ବର୍ତ୍ତମାନ ସୁଦ୍ଧା ସଠିକ ସୂଚନା ମିଳି ନ ଥିବା ସେ କହିଛନ୍ତି। କରୋନା ଭାକ୍ସିନ୍‌ ମ୍ୟୁଟେଶନ ବିରୋଧରେ କେତେ ପ୍ରଭାବଶାଳୀ ହେଉଛି ଏହା ଉପରେ ଅଧିକ ଗବେଷଣା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share