ଇଞ୍ଜିନିୟରିଂ କଲେଜ ଗେଟ ଆଗରେ ଧାରଣା

ଭଦ୍ରକ,୧୯।୨(ସନାତନ ରାଉତ):ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଗେଟ ଆଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ସୋମବାର ଧାରଣା ଦିଆଯାଇଛି। ବିନା ଦୋଷରେ କାର୍ଯ୍ୟରୁ ବଞ୍ଚିତ ୨୬ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ନିଯୁକ୍ତି, ପରିଚାଳନା କମିଟିରୁ ବିନା ଦୋଷରେ ନିଲମ୍ବିତ ହୋଇଥିବା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ବିଧାୟକ ପ୍ରଫୁଲ୍ଲ ସାମଲ ପରିବାରକୁ ପରିଚାଳନା କମିଟିରୁ ବହିଷ୍କୃତ, ବରପଦା କଲେଜରେ ମହାଦୁର୍ନୀତିରେ ଲିପ୍ତ ସମସ୍ତ ଅସାଧୁ କର୍ମଚାରୀଙ୍କୁ ଗିରଫ ଆଦି ଦାବିରେ ବିକାଶ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି।