ମହିଳାଙ୍କ ହାତରେ ମୋସାଦ୍‌

ଜେରୁଜେଲମ୍‌,୨୦ା୮: ଇସ୍ରାଏଲ୍‌ର ଜାତୀୟ ଗୋଇନ୍ଦା ସଂସ୍ଥା ‘ମୋସାଦ୍‌’ର ସର୍ବୋଚ୍ଚ ପଦରେ ପ୍ରଥମ ଥର ପାଇଁ ଦୁଇଜଣ ମହିଳାଙ୍କୁ ନିଯୁକ୍ତି ମିଳିଛି। ଏନେଇ ମୋସାଦ୍‌ ସ୍ପାଏ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ତେବେ ଜାରି କରାଯାଇଥିବା ଫଟୋରେ ସମ୍ପୃକ୍ତ ମହିଳାଙ୍କ ମୁହଁକୁ ଲୁଚାଇ ଦିଆଯାଇଛି।
ପକ୍ଷରୁ ଗୁରୁବାର ହେବ୍ର୍ୟୁ ଭାଷାରେ ଜାରି ଏକ ବିରଳ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ, ନୂଆ ଗୋଇନ୍ଦା ନିର୍ଦ୍ଦେଶକ ପଦରେ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି। ସମ୍ପୃକ୍ତ ମହିଳାଙ୍କ ନାମ ଆଲେଫ୍‌ ବୋଲି ମୋସାଦ୍‌ ସ୍ପଷ୍ଟ କରିଛି। ଏଥିସହ ମୋସାଦ୍‌ର ଇରାନ ଡେସ୍କ ମୁଖ୍ୟ ପଦ ମଧ୍ୟ ଜଣେ ମହିଳା ସମ୍ଭାଳିଛନ୍ତି, ଯାହାଙ୍କ ନାମ କୁଫ୍‌। ଇସ୍ରାଏଲ୍‌ ଇତିହାସରେ ଦୁଇଜଣ ମହିଳାଙ୍କୁ ଗୋଇନ୍ଦା ସଂସ୍ଥାର ସର୍ବୋଚ୍ଚ ପଦରେ ନିଯୁକ୍ତ କରାଯିବାର ଏହା ହେଉଛି ପ୍ରଥମ ଘଟଣା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଆଲେଫ୍‌ ଦୀର୍ଘ ୨୦ ବର୍ଷ ଧରି ଇଣ୍ଟେଲିଜେନ୍ସ ଏଷ୍ଟାବ୍ଲିଶମେଣ୍ଟରେ ଜଡ଼ିତ ଅଛନ୍ତି। ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌)ରେ ସାମରିକ ଗୋଇନ୍ଦା ମୁଖ୍ୟ ପଦ ପାହ୍ୟାରେ ତାଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ଇରାନର ଆଣବିକ କାର୍ଯ୍ୟକ୍ରମ, ବୈଶ୍ୱିକ ଆତଙ୍କବାଦ ନିରୋଧୀ ଅପରେଶନ ଏବଂ ଆରବ ଦୁନିଆ ସହ ସମ୍ପର୍କ ସ୍ବାଭାବିକ କରିବା ଭଳି ଦାୟିତ୍ୱ ଆଲେଫ୍‌ଙ୍କ ଉପରେ ନ୍ୟସ୍ତ କରାଯାଇଛି। ଦୁଇମାସ ତଳେ ଏକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ଆଲେଫ୍‌ ମୋସାଦ୍‌ରେ ଯୋଗଦେବା ପାଇଁ ମହିଳାମାନଙ୍କୁ ଆହ୍ବାନ ଦେଇଥିଲେ। ସେହିପରି ମୋସାଦ୍‌ର ଇରାନ ଡେସ୍କ ମୁଖ୍ୟ କୁଫ୍‌ଙ୍କୁ ଅପରେଶନାଲ, ଟେକ୍ନୋଲୋଜିକାଲ ଓ ଇଣ୍ଟେଲିଜେନ୍ସ ଶାଖାଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷାକରିବା ଦାୟିତ୍ୱ ଦିଆଯାଇଛି। ନାଫ୍‌ଟାଲି ବେନେଟେ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କ ସହ ଉଭୟେ କାମ କରିଥିଲେ। ଉଭୟଙ୍କ ନିଯୁକ୍ତିକୁ ନାଫ୍‌ଟାଲି ଟୁଇଟରରେ ‘ଏକ ବିରାଟ ନିଯୁକ୍ତି’ କହି ପ୍ରଶଂସା କରିବା ସହ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋସାଦ୍‌ ମୁଖ୍ୟ ଡାଭିଡ୍‌ ବର୍ନେଆ ମଧ୍ୟ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଏହା ପୂର୍ବରୁ ୩୦ ବର୍ଷ ତଳେ ଆଲିଜା ମଗେନ୍‌ଙ୍କୁ ମୋସାଦ୍‌ରେ ଉପନିର୍ଦ୍ଦେଶିକା ରୂପେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଡାଇରେକ୍ଟର ପଦରେ ମହିଳାଙ୍କ ଏହା ହେଉଛି ପ୍ରଥମ ନିଯୁକ୍ତି।

ମୋସାଦ୍‌ କ’ଣ

ମୋସାଦ୍‌ ହେଉଛି ଇସ୍ରାଏଲ୍‌ର ଜାତୀୟ ଗୋଇନ୍ଦା ସଂସ୍ଥା। ଇସ୍ରାଏଲ୍‌ ପାଇଁ ଗୋଇନ୍ଦା ତଥ୍ୟ ସଂଗ୍ରହ, ଗୁପ୍ତ ଅପରେଶନ ଓ ଆତଙ୍କବାଦ ନିରୋଧୀ ଅଭିଯାନରେ ଏହି ଏଜେନ୍ସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଏହାର ନିର୍ଦ୍ଦେଶକ କେବଳ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉତ୍ତରଦାୟୀ ରହିଥାନ୍ତି। ମୋସାଦର ବାର୍ଷିକ ବଜେଟ ପ୍ରାୟ ୧୦ ବିଲିୟନ୍‌ ଶେକେଲ୍ସ (୨.୭୩ ବିଲିୟନ୍‌ ଆମେରିକୀୟ ଡଲାର)। ଉକ୍ତ ହାଇପ୍ରୋଫାଇଲ ଗୋଇନ୍ଦା ସଂସ୍ଥାରେ ପ୍ରାୟ ୭,୦୦୦ ଲୋକ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟରତ ଥିବାରୁ ଏହାକୁ ବିଶ୍ୱର ଅନ୍ୟତମ ବୃହତ୍‌ ଗୁପ୍ତଚର ଏଜେନ୍ସି ବିବେଚନା କରାଯାଏ। ୧୯୪୯ ଡିସେମ୍ବର ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡାଭିଡ୍‌ ବେନ୍‌-ଗୁରିଓନ୍‌ଙ୍କ ସୁପାରିସ କ୍ରମେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କୋଅର୍ଡିନେଶନ୍‌ ରୂପେ ଏହାର ପ୍ରତିଷ୍ଠା କରାଯାଇଥିଲା। ୧୯୫୧ ମାର୍ଚ୍ଚରେ ମୋସାଦ୍‌କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଅଂଶବିଶେଷ ଭାବେ ସ୍ବୀକୃତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri