Categories: ଜାତୀୟ

ଲୋକଙ୍କ ଉପରେ ମାଡ଼ିଗଲା ଅଡି କାର

ଯୋଧପୁର,୯।୧୧: ରାଜସ୍ଥାନ ଯୋଧପୁର ସହରର ଏମ୍ସ ରୋଡରେ ମଙ୍ଗଳବାର ଏକ ଭୟଙ୍କର ଦୃର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଅଡି କାର ରାସ୍ତାରେ ଯାଉଥିବା ଲୋକଙ୍କୁ ଦଳି ଦେବା ସହ ପଶି ଯାଇଛି ଏକ ଝୁମ୍ପୁଡି ଘରେ। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଘଟଣାର ଯାଞ୍ଚ କରାଯାଉଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରକାରଙ୍କ ପକ୍ଷରୁ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରାଯିବ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share