ଦାରିଙ୍ଗବାଡିରେ ରାତିରେ ଶୀତ, ଦିନରେ ଖରା: ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି,୧୨।୨(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡି ଆସି ବଣ ଭୋଜି କରିବା ସହ କିଛି ପର୍ଯ୍ୟଟକ ରାତ୍ରୀ ଯାପନ କରି ଶୀତ ଓ ପ୍ରଦ୍ୟୁଷଣ ମୁକ୍ତ ଅଞ୍ଚଳରେ ବୁଲି ନିଜ ମନକୁ ଆନନ୍ଦ ଦେଉଛନ୍ତି। ସୁସ୍ଥ ବାତାବରଣକୁ ପର୍ଯ୍ୟଟକ ପସନ୍ଦ କରୁଛନ୍ତି। ଏବେ ଶୀତର ପ୍ରକୋପ ଦିନରେ ନ ଥିବା ବେଳେ ଭୋର ସମୟରେ ଘନ କୁହୁଡି ସହ ସଂଧ୍ୟା ନଇଁ ଆସିଲେ ଧୀରେ ଧୀରେ ଶୀତ ବୃଦ୍ଧି ପାଉଛି ଶନିବାରଠାରୁ ଦିନରେ ପ୍ରଚଣ୍ଡ ଖରାର ପ୍ରକୋପ ରହୁଥିବା ବେଳେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପର୍ଯ୍ୟଟକ ଶୀତର ମଜାନେବା ପାଇଁ ନିଆଁ ଜାଳି ଅଞ୍ଚଳର ପାରମ୍ପରିକ ନାଚଗୀତରେ ମଜା ଉଠାଉଛନ୍ତି। ବିଭିନ୍ନ ରାତ୍ରିଯାପନ ସ୍ଥଳରେ ସ୍ଥାନୀୟ କଳାକାର ମାନେ ଆଦିବାସୀ ନୃତ୍ୟ, ବାଦ୍ୟ, ସଂଗୀତରେ ପର୍ଯ୍ୟଟକଙ୍କ ମନ ମୋହୁଛନ୍ତି। ରାଜ୍ୟ ସରକାରଙ୍କ ଇକୋ ରିଟ୍ରିଟ ଠାରେ ମଧ୍ୟ ପ୍ରତିଦିନ ସାଂରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜନଜାତି ସମ୍ପ୍ରଦାୟର ପାରମ୍ପରିକ ନାଚ ଗୀତରେ ପର୍ଯ୍ୟଟକ ମଜା ନେଉଛନ୍ତି। ଏହି ପାରମ୍ପରିକ ନାଚ ଗୀତ କରି ଅଞ୍ଚଳର କଳାକାର ମାନେ ବେଶ ଦୁଇ ପଇସା ରୋଜଗାର କରିବା ସହ ଲୁଚିଯାଉଥିବା ପାରମ୍ପରିକ ନାଚର ପ୍ରଚାର ପ୍ରସାର କରୁଛନ୍ତି। ସେହିପରି ପର୍ଯ୍ୟଟକ ଦାରିଙ୍ଗବାଡିର କଫି ବଗିଚା ସମେତ ଡ଼ୁଲୁରୀ ପାଇନ ବଣ, ମିଡିୟୁାନ୍ଦା ଓ ପାଟା ବାନ୍ଧା ଜଳପ୍ରପାତ, ହିଲଭିୟୁ ପାର୍କ, ନେଚର ପାର୍କ, ସାଇଲେଣ୍ଟ ଭ୍ୟାଲି, ଲଭର୍ସ ପଏଣ୍ଟ ଆଦି ବୁଲି ମଜା ନେବା ସହ ରାତିରେ କେମ୍ପଫାୟାର ସହ ପାରମ୍ପରିକ ନାଚ ଗୀତର ମଜା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri