ଦାରିଙ୍ଗବାଡିରେ ରାତିରେ ଶୀତ, ଦିନରେ ଖରା: ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି,୧୨।୨(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡି ଆସି ବଣ ଭୋଜି କରିବା ସହ କିଛି ପର୍ଯ୍ୟଟକ ରାତ୍ରୀ ଯାପନ କରି ଶୀତ ଓ ପ୍ରଦ୍ୟୁଷଣ ମୁକ୍ତ ଅଞ୍ଚଳରେ ବୁଲି ନିଜ ମନକୁ ଆନନ୍ଦ ଦେଉଛନ୍ତି। ସୁସ୍ଥ ବାତାବରଣକୁ ପର୍ଯ୍ୟଟକ ପସନ୍ଦ କରୁଛନ୍ତି। ଏବେ ଶୀତର ପ୍ରକୋପ ଦିନରେ ନ ଥିବା ବେଳେ ଭୋର ସମୟରେ ଘନ କୁହୁଡି ସହ ସଂଧ୍ୟା ନଇଁ ଆସିଲେ ଧୀରେ ଧୀରେ ଶୀତ ବୃଦ୍ଧି ପାଉଛି ଶନିବାରଠାରୁ ଦିନରେ ପ୍ରଚଣ୍ଡ ଖରାର ପ୍ରକୋପ ରହୁଥିବା ବେଳେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପର୍ଯ୍ୟଟକ ଶୀତର ମଜାନେବା ପାଇଁ ନିଆଁ ଜାଳି ଅଞ୍ଚଳର ପାରମ୍ପରିକ ନାଚଗୀତରେ ମଜା ଉଠାଉଛନ୍ତି। ବିଭିନ୍ନ ରାତ୍ରିଯାପନ ସ୍ଥଳରେ ସ୍ଥାନୀୟ କଳାକାର ମାନେ ଆଦିବାସୀ ନୃତ୍ୟ, ବାଦ୍ୟ, ସଂଗୀତରେ ପର୍ଯ୍ୟଟକଙ୍କ ମନ ମୋହୁଛନ୍ତି। ରାଜ୍ୟ ସରକାରଙ୍କ ଇକୋ ରିଟ୍ରିଟ ଠାରେ ମଧ୍ୟ ପ୍ରତିଦିନ ସାଂରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜନଜାତି ସମ୍ପ୍ରଦାୟର ପାରମ୍ପରିକ ନାଚ ଗୀତରେ ପର୍ଯ୍ୟଟକ ମଜା ନେଉଛନ୍ତି। ଏହି ପାରମ୍ପରିକ ନାଚ ଗୀତ କରି ଅଞ୍ଚଳର କଳାକାର ମାନେ ବେଶ ଦୁଇ ପଇସା ରୋଜଗାର କରିବା ସହ ଲୁଚିଯାଉଥିବା ପାରମ୍ପରିକ ନାଚର ପ୍ରଚାର ପ୍ରସାର କରୁଛନ୍ତି। ସେହିପରି ପର୍ଯ୍ୟଟକ ଦାରିଙ୍ଗବାଡିର କଫି ବଗିଚା ସମେତ ଡ଼ୁଲୁରୀ ପାଇନ ବଣ, ମିଡିୟୁାନ୍ଦା ଓ ପାଟା ବାନ୍ଧା ଜଳପ୍ରପାତ, ହିଲଭିୟୁ ପାର୍କ, ନେଚର ପାର୍କ, ସାଇଲେଣ୍ଟ ଭ୍ୟାଲି, ଲଭର୍ସ ପଏଣ୍ଟ ଆଦି ବୁଲି ମଜା ନେବା ସହ ରାତିରେ କେମ୍ପଫାୟାର ସହ ପାରମ୍ପରିକ ନାଚ ଗୀତର ମଜା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡା ହୋଇ ଶପଥ ନେଲେ…ଗ୍ରାମବାସୀ କହିଲେ ଆମେ ଆଉ ମଦ ପିଇବୁନି

ଆନନ୍ଦପୁର,୭ା୬(ସୁଶାନ୍ତ କୁମାର ସାହୁ ): ମଦ ପରିତ୍ୟାଗ କରି ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ଲଣ୍ଡା ହେବା ସହ ନଦୀରେ ବୁଡ଼ ପକାଇଛନ୍ତି ଏବଂ ଠାକୁରଙ୍କ ପାଖରେ ଶପଥ…

ଜଳୁଛି ଲକ୍ଷ୍ମୀପୁର… ଆଦିବାସୀ ଯୁବକଙ୍କୁ ଛୁରାମାଡ଼ ଘଟଣା, ଗିରଫ ଦାବିରେ ଦୋକାନ ଭାଙ୍ଗିଲେ ଆଦିବାସୀ

ଲକ୍ଷ୍ମୀପୁର,୭।୬(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ କୌଣସି ଏକ ଘଟଣାକୁ ନେଇ ବଡ଼ ଶଙ୍ଖା ଗ୍ରାମରେ ଜଣେ ଆଦିବାସୀ ଯୁବକକୁ ଲକ୍ଷ୍ମୀପୁରର…

ଦାରିଙ୍ଗବାଡ଼ିର ୩ ବିଦ୍ୟାଳୟରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଶିକ୍ଷାର ବ୍ୟବସ୍ଥାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ। ରବିବାର କନ୍ଧମାଳ…

ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ…

ପୁରୁଷୋତ୍ତମପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ, ଗ୍ୟାଙ୍ଗକୁ ଠାବ କରିବା ଲାଗି ପୋଲିସ…

ପୁରୁଷୋତ୍ତମପୁର,୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଅପରାଧୀମାନେ ଦିନକୁ ଦିନ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବାରୁ ପୋଲିସର ନିଦ ହଜିଯାଇଛି। ଏମାନଙ୍କୁ ଧରିବା ଲାଗି…

ସୁନ୍ଦରପୁର,ଗଙ୍ଗାପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ଆଗାମୀ ପିଢ଼ି ପାଇଁ ସୃଷ୍ଟି କରିବ ଶିକ୍ଷାର ବାତାବରଣ

ଛତ୍ରପୁର, ୭।୬ (ଦିଲ୍ଲୀପ କୁମାର ସାମଲ): ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେଉଛି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଏକ ପ୍ରମୁଖ ସରକାରୀ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ବଜାରରୁ କାମସାରି ଘରକୁ ଫେରୁଥିଲେ ରାସ୍ତାରେ ଛକି ବସିଥିଲା ଯମ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ମୁଜାଗଡ ରାସ୍ତାର ଗଣ୍ଡିଶୁଲା ନିକଟରେ ରବିବାର ମଧ୍ୟାହ୍ନରେ ଏକ ପିକ୍ଅପ୍ ଭ୍ୟାନ୍ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri