କଟକରେ ଶଟ୍‌ଡାଉନ୍‌ରେ ଗଡ଼ିବ ମୋ ବସ୍‌

କଟକ ଅଫିସ,୫।୭- କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସହରରେ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବୁଧବାର ମଧ୍ୟରାତ୍ରିି ଯାଏ ଶଟ୍‌ଡାଉନ୍‌ ଚାଲିବ। ଏହି ସମୟରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଶଟ୍‌ଡାଉନ୍‌ ସମୟରେ ମୋ ବସ ଚଳାଚଳ କରିବ ବୋଲି କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେବଳ ଜରୁରୀ କାମ ଥିଲେ ହିଁ ବସରେ ଯାତ୍ରା କରିବା ପାଇଁ ପରାମର୍ଶ ଦିଆଯାଇଛି।