କେ-ଫର୍ମ କେଁରେ ହନ୍ତସନ୍ତ ଉପାନ୍ତ ଅଞ୍ଚଳବାସୀ

କେନ୍ଦ୍ରାପଡ଼ା, ୯ା୧୦(ଜଗନ୍ନାଥ ଧଳ):ଜଙ୍ଗଲ ଜମି ଅନଧିକାର ଭାବେ ଦଖଲ ଥିଲେ କେ-ଫର୍ମରେ ଜରିମାନା ଆଦାୟ ହେଉଛି। ତେବେ ଏହି କେ-ଫର୍ମରେ ଜରିମାନା ଆଦାୟ ପାଉତି ପାଇଁ କେନ୍ଦ୍ରାପଡ଼ା ଜିଲା ଉପାନ୍ତ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ବନ ବିଭାଗ ଏହି ଜମି ଜଙ୍ଗଲ ବିଭାଗ ଅଧୀନରେ ଅଛି କହି ଉଚ୍ଛେଦ କରୁଛିି। ମହାକାଳପଡ଼ାର ଏପରି ଜମି ଶିଳ୍ପ ପାଇଁ ରାଜ୍ୟ ସରକାର ଇଡ୍‌କୋକୁ ହସ୍ତାନ୍ତର କରିଛନ୍ତି। ତେବେ ସେଠାକାର ବାସିନ୍ଦା ଦୀର୍ଘଦିନ ଧରି ରହୁଥିବା ଦାବି ଉଠାଇ ଜମି ବାବଦ କ୍ଷତିପୂରଣ ଓ ଅନ୍ୟତ୍ର ଜମି ପାଇଁ ଗତ ୩ ମାସ ହେବ ଆନ୍ଦୋଳନ ଚଳାଇ ଆସିଛନ୍ତି। ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳର ପ୍ରାୟ ୬ ହଜାର ଏକରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମି ଏବେ ଲୋକଙ୍କ କବଳକୁ ଯାଇଛି। ଏପରି କି କେ-ଫର୍ମରେ ପାଉତି ହାସଲ ପାଇଁ ହଜାରେରୁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇଥିବା ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ଏହି ୨ ତହସିଲ ଅଧୀନରେ କେତେଜଣ ବ୍ୟକ୍ତି କେ-ଫର୍ମରେ ପାଉତି କାଟି ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଜମିରେ ଚିଙ୍ଗୁଡି ଘେରି ନିର୍ମାଣ କରୁଛନ୍ତି।
ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୬୨ରୁ ୧୯୮୦ ମଧ୍ୟରେ କେବଳ ମହାକାଳପଡ଼ା ତହସିଲ ଅନ୍ତର୍ଗତ ୧୭ଟି ଗ୍ରାମରେ ୪୯୦୭ ପରିବାର ଜଙ୍ଗଲ ଜମିକୁ ଅଧିକାର କରିଛନ୍ତି। ସେମାନେ ୬,୦୫୭ ଏକର ଜମି ଦଖଲ କରୁଥିବା ବେଳେ ମାତ୍ର ୨୯.୦୫ ଏକରକୁ ଜିଲା ପ୍ରଶାସନ ଲିଜ୍‌ ଆକାରରେ ଦେଇପାରିବ। ଅବଶିଷ୍ଟ ଜମି ଜଙ୍ଗଲ ବିଭାଗ ଅଧୀନରେ ଥିବାରୁ ମଞ୍ଜୁରୀ ଆଣିବାକୁ ପଡିବ। ୨୦୧୭ରୁ କେ-ଫର୍ମରେ ଜିଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଜମିକୁ ଜବରଦଖଲ କରିଥିବା ଲୋକଙ୍କ ପାଉତି କଟାଯିବା ପରେ ଜାତୀୟ ଉଦ୍ୟାନ ଭିତରକନିକା ଜୈବମଣ୍ଡଳର ସୁରକ୍ଷା ଏବେ ପ୍ରଶ୍ନବାଚୀ ହୋଇଛି।
ଏ ସମ୍ପର୍କରେ ପରିବେଶବିତ୍‌ ସେକ୍‌ ଚାନ୍ଦ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ଅବସ୍ଥିତି ୬୮୨ ବର୍ଗକିଲୋମିଟର। ଏହା ଅଧୀନରେ ୪୧୪ଟି ଗ୍ରାମ ରହିଥିବା ବେଳେ ୧୯୬୨ରୁ ଅଦ୍ୟାବଧି ୪୨ଟି ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ହୋଇଛି। ଜାତୀୟଉଦ୍ୟାନ ମଧ୍ୟରେ ରହିବା ପରେ ଏଠାକାର ଅଧିବାସୀ ଜଙ୍ଗଲ ଜମିରେ ଚିଙ୍ଗୁଡି ଘେରି କରୁଛନ୍ତି। ଇତିମଧ୍ୟରେ ୨ ବ୍ଲକରେ ୧୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜଙ୍ଗଲ ଜମିରେ ବେଆଇନ ଚିଙ୍ଗୁଡି ଘେରି ହୋଇଛି। ଏହି ଘେରିରୁ ନିର୍ଗତ ରାସାୟନିକ ବର୍ଜ୍ୟବସ୍ତୁ ପରିବେଶକୁ ନଷ୍ଟ କରୁଥିବାରୁ ସାମୁଦ୍ରିକ ଓ ବନ୍ୟପ୍ରାଣୀ ଉପରେ ପ୍ରଭାବ ପକାଉଛି। କେତେଜଣ ବ୍ୟକ୍ତି ଜଙ୍ଗଲ ଜମିର ପାଉତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ବିଭିନ୍ନ ଅଭିଯୋଗରୁ ପ୍ରମାଣିତ ହୋଇଛି। ଜଙ୍ଗଲ ଜମି ଉପରେ ଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନ ଦିଆଯାଇ ପାରିଲେ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରେ ରହିପାରିବ। ବୁଦ୍ଧିଜୀବୀ ପ୍ରତାପ କୁମାର ପାଢ଼ୀ କହିଛନ୍ତି, କେ-ଫର୍ମ ପାଉତିକୁ ଏହି ଅଞ୍ଚଳରେ ସରକାରୀ ସ୍ବତ୍ୱ ବୋଲି ଧାରଣା ସୃଷ୍ଟି କରାଯାଇଛି। ତେବେ ଜଙ୍ଗଲ ଜମିକୁ ଜବରଦଖଲ କରିଥିବାରୁ କେ-ଫର୍ମ ମାଧ୍ୟମରେ ଜିଲା ପ୍ରଶାସନ ଜରିମାନା ଆଦାୟ କରୁଛନ୍ତି। ଏହାକୁ ନେଇ ବାସସ୍ଥାନ ଅଥବା ଅନ୍ୟ ସରକାରୀ ସହଯୋଗ ମିଳିବ ନାହିଁ। ଅପରପକ୍ଷରେ ଚିଙ୍ଗୁଡି ଘେରି ନିର୍ମାଣ ପାଇଁ ସ୍ଥାନୀୟ ଅଧିବାସୀ ଏହାକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି। ଜିଲା ମତ୍ସ୍ୟ ବିଭାଗ ଏହାକୁ ଅନୁମତି ଦେଉ ନ ଥିଲେ ମଧ୍ୟ ଜଙ୍ଗଲ ଜମିରେ ଚିଙ୍ଗୁଡି ଘେରି ହେଉଛି। ୨୦୧୨ରେ ଏହାର ବ୍ୟବହାର ବନ୍ଦ ହୋଇଥିଲା। ଏବେ ପାଉତି କଟାଯାଇଥିବା ଜମିର ମାଲିକାନା ସେଠାକାର ବାସିନ୍ଦା ଦାବି କରୁଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜିଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଜମିକୁ ଚିଙ୍ଗୁଡି ଘେରି ପାଇଁ ମଞ୍ଜୁରୀ ଦିଆଯାଇନାହିଁ। ଏପରି ବେଆଇନ କାର୍ଯ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri