କେ-ଫର୍ମ କେଁରେ ହନ୍ତସନ୍ତ ଉପାନ୍ତ ଅଞ୍ଚଳବାସୀ

କେନ୍ଦ୍ରାପଡ଼ା, ୯ା୧୦(ଜଗନ୍ନାଥ ଧଳ):ଜଙ୍ଗଲ ଜମି ଅନଧିକାର ଭାବେ ଦଖଲ ଥିଲେ କେ-ଫର୍ମରେ ଜରିମାନା ଆଦାୟ ହେଉଛି। ତେବେ ଏହି କେ-ଫର୍ମରେ ଜରିମାନା ଆଦାୟ ପାଉତି ପାଇଁ କେନ୍ଦ୍ରାପଡ଼ା ଜିଲା ଉପାନ୍ତ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ବନ ବିଭାଗ ଏହି ଜମି ଜଙ୍ଗଲ ବିଭାଗ ଅଧୀନରେ ଅଛି କହି ଉଚ୍ଛେଦ କରୁଛିି। ମହାକାଳପଡ଼ାର ଏପରି ଜମି ଶିଳ୍ପ ପାଇଁ ରାଜ୍ୟ ସରକାର ଇଡ୍‌କୋକୁ ହସ୍ତାନ୍ତର କରିଛନ୍ତି। ତେବେ ସେଠାକାର ବାସିନ୍ଦା ଦୀର୍ଘଦିନ ଧରି ରହୁଥିବା ଦାବି ଉଠାଇ ଜମି ବାବଦ କ୍ଷତିପୂରଣ ଓ ଅନ୍ୟତ୍ର ଜମି ପାଇଁ ଗତ ୩ ମାସ ହେବ ଆନ୍ଦୋଳନ ଚଳାଇ ଆସିଛନ୍ତି। ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳର ପ୍ରାୟ ୬ ହଜାର ଏକରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମି ଏବେ ଲୋକଙ୍କ କବଳକୁ ଯାଇଛି। ଏପରି କି କେ-ଫର୍ମରେ ପାଉତି ହାସଲ ପାଇଁ ହଜାରେରୁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇଥିବା ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ଏହି ୨ ତହସିଲ ଅଧୀନରେ କେତେଜଣ ବ୍ୟକ୍ତି କେ-ଫର୍ମରେ ପାଉତି କାଟି ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଜମିରେ ଚିଙ୍ଗୁଡି ଘେରି ନିର୍ମାଣ କରୁଛନ୍ତି।
ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୬୨ରୁ ୧୯୮୦ ମଧ୍ୟରେ କେବଳ ମହାକାଳପଡ଼ା ତହସିଲ ଅନ୍ତର୍ଗତ ୧୭ଟି ଗ୍ରାମରେ ୪୯୦୭ ପରିବାର ଜଙ୍ଗଲ ଜମିକୁ ଅଧିକାର କରିଛନ୍ତି। ସେମାନେ ୬,୦୫୭ ଏକର ଜମି ଦଖଲ କରୁଥିବା ବେଳେ ମାତ୍ର ୨୯.୦୫ ଏକରକୁ ଜିଲା ପ୍ରଶାସନ ଲିଜ୍‌ ଆକାରରେ ଦେଇପାରିବ। ଅବଶିଷ୍ଟ ଜମି ଜଙ୍ଗଲ ବିଭାଗ ଅଧୀନରେ ଥିବାରୁ ମଞ୍ଜୁରୀ ଆଣିବାକୁ ପଡିବ। ୨୦୧୭ରୁ କେ-ଫର୍ମରେ ଜିଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଜମିକୁ ଜବରଦଖଲ କରିଥିବା ଲୋକଙ୍କ ପାଉତି କଟାଯିବା ପରେ ଜାତୀୟ ଉଦ୍ୟାନ ଭିତରକନିକା ଜୈବମଣ୍ଡଳର ସୁରକ୍ଷା ଏବେ ପ୍ରଶ୍ନବାଚୀ ହୋଇଛି।
ଏ ସମ୍ପର୍କରେ ପରିବେଶବିତ୍‌ ସେକ୍‌ ଚାନ୍ଦ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ଅବସ୍ଥିତି ୬୮୨ ବର୍ଗକିଲୋମିଟର। ଏହା ଅଧୀନରେ ୪୧୪ଟି ଗ୍ରାମ ରହିଥିବା ବେଳେ ୧୯୬୨ରୁ ଅଦ୍ୟାବଧି ୪୨ଟି ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ହୋଇଛି। ଜାତୀୟଉଦ୍ୟାନ ମଧ୍ୟରେ ରହିବା ପରେ ଏଠାକାର ଅଧିବାସୀ ଜଙ୍ଗଲ ଜମିରେ ଚିଙ୍ଗୁଡି ଘେରି କରୁଛନ୍ତି। ଇତିମଧ୍ୟରେ ୨ ବ୍ଲକରେ ୧୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜଙ୍ଗଲ ଜମିରେ ବେଆଇନ ଚିଙ୍ଗୁଡି ଘେରି ହୋଇଛି। ଏହି ଘେରିରୁ ନିର୍ଗତ ରାସାୟନିକ ବର୍ଜ୍ୟବସ୍ତୁ ପରିବେଶକୁ ନଷ୍ଟ କରୁଥିବାରୁ ସାମୁଦ୍ରିକ ଓ ବନ୍ୟପ୍ରାଣୀ ଉପରେ ପ୍ରଭାବ ପକାଉଛି। କେତେଜଣ ବ୍ୟକ୍ତି ଜଙ୍ଗଲ ଜମିର ପାଉତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ବିଭିନ୍ନ ଅଭିଯୋଗରୁ ପ୍ରମାଣିତ ହୋଇଛି। ଜଙ୍ଗଲ ଜମି ଉପରେ ଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନ ଦିଆଯାଇ ପାରିଲେ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରେ ରହିପାରିବ। ବୁଦ୍ଧିଜୀବୀ ପ୍ରତାପ କୁମାର ପାଢ଼ୀ କହିଛନ୍ତି, କେ-ଫର୍ମ ପାଉତିକୁ ଏହି ଅଞ୍ଚଳରେ ସରକାରୀ ସ୍ବତ୍ୱ ବୋଲି ଧାରଣା ସୃଷ୍ଟି କରାଯାଇଛି। ତେବେ ଜଙ୍ଗଲ ଜମିକୁ ଜବରଦଖଲ କରିଥିବାରୁ କେ-ଫର୍ମ ମାଧ୍ୟମରେ ଜିଲା ପ୍ରଶାସନ ଜରିମାନା ଆଦାୟ କରୁଛନ୍ତି। ଏହାକୁ ନେଇ ବାସସ୍ଥାନ ଅଥବା ଅନ୍ୟ ସରକାରୀ ସହଯୋଗ ମିଳିବ ନାହିଁ। ଅପରପକ୍ଷରେ ଚିଙ୍ଗୁଡି ଘେରି ନିର୍ମାଣ ପାଇଁ ସ୍ଥାନୀୟ ଅଧିବାସୀ ଏହାକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି। ଜିଲା ମତ୍ସ୍ୟ ବିଭାଗ ଏହାକୁ ଅନୁମତି ଦେଉ ନ ଥିଲେ ମଧ୍ୟ ଜଙ୍ଗଲ ଜମିରେ ଚିଙ୍ଗୁଡି ଘେରି ହେଉଛି। ୨୦୧୨ରେ ଏହାର ବ୍ୟବହାର ବନ୍ଦ ହୋଇଥିଲା। ଏବେ ପାଉତି କଟାଯାଇଥିବା ଜମିର ମାଲିକାନା ସେଠାକାର ବାସିନ୍ଦା ଦାବି କରୁଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜିଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଜମିକୁ ଚିଙ୍ଗୁଡି ଘେରି ପାଇଁ ମଞ୍ଜୁରୀ ଦିଆଯାଇନାହିଁ। ଏପରି ବେଆଇନ କାର୍ଯ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri