Categories: ଜାତୀୟ

ଆପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ: ଇସି

ନୂଆଦିଲ୍ଲୀ,୧୬ା୩: ଶନିବାର ସାଧାରଣ ନିର୍ବାଚନ ୨୦୨୪ ନେଇ ପ୍ରେସ୍‌ମିଟ୍‌ ଆରମ୍ଭ ହୋଇଛି। ଆଉ କିଛି ସମୟ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯିବ। ଏନେଇ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ସୂଚନା ଦେଉଛନ୍ତି। ସେ କହିଛନ୍ତି, କୌଣସି ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ଥିଲେ ସେ କାରଣ ଦର୍ଶାଇବେ। ଖବର କାଗଜ ଟିଭିରେ ୩ ଥର ନିଜର ବିବରଣୀ ଦେବେ। ଏପରିକି ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ। କାହିଁକି ଏପରି ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଲେ ଉକ୍ତ ଦଳ ମଧ୍ୟ କାରଣ ଦର୍ଶାଇବ ବୋଲି ନିର୍ବାଚନ କମିଶନ କହିଛନ୍ତି।

Share