Posted inଜାତୀୟ

ବିହାରରେ ଜାତିଗତ ଜନଗଣନା ହେବ

ପାଟନା,୨ା୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ଘୋଷଣା କରିଛନ୍ତି। ପାଟନାସ୍ଥିତ ରାଜ୍ୟ ସେକ୍ରେଟାରିଏଟ୍‌ରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଉକ୍ତ ବୈଠକରେ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ୯ଟି ରାଜନୈତିକ ଦଳର ନେତା ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ଜାତିଭତ୍ତିକ ଜନଗଣନା କରାଇବାକୁ ଚାହୁଁ ନ ଥିବାବେଳେ ସବୁ ଜାତି ଓ ସମ୍ପ୍ରଦାୟର ଲୋକଙ୍କ ସାମାଜିକ, ଅର୍ଥନୈତିକ ସ୍ଥିତିକୁ ନେଇ ଏହି ପ୍ରସ୍ତାବିତ ସେନ୍‌ସସ୍‌ ଆଗକୁ ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟିର ସମ୍ଭାବନା ବହନ କରେ।

ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ନୀତୀଶ କହିଛନ୍ତି, ଭାଜପା ସମେତ ସବୁ ଦଳର ନେତାମାନେ ଜାତିଭିତ୍ତିକ ଜନଗଣନା କରାଯିବା ଉପରେ ସର୍ବସମ୍ମତିକ୍ରମେ ସହମତି ପ୍ରକାଶ କରିଛନ୍ତି। ଜନଗଣନାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ଆମେ ଖୁବ୍‌ଶୀଘ୍ର ସାର୍ବଜନୀନ କରିବୁ। ପ୍ରଥମ ପର୍ଯ୍ୟାୟରେ ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦେବୁ। ଏହା ସମୟବଦ୍ଧ ଭାବେ ସମ୍ପୂର୍ଣ୍ଣ ହେବ। କ୍ୟାବିନେଟ ନିଷ୍ପତ୍ତି ପରେ ରାଜ୍ୟ ସରକାର ଏ ବାବଦ ସମସ୍ତ ଖର୍ଚ୍ଚ ବହନ କରିବେ। ଭାଜପାକୁ ବାଦ୍‌ ଦେଇ ଅନ୍ୟ ସବୁ ଦଳ ପକ୍ଷରୁ ଏହି ଜନଗଣନା କରାଯାଉ ବୋଲି ଦାବି ହେଉଥିଲା। ତେଣୁ ବୈଠକରେ ଭାଜପା କିଛି ଆପତ୍ତି ଉଠାଇଥିଲା କି ବୋଲି ଖବରଦାତାମାନେ ପ୍ରଶ୍ନ କରିବାରୁ ନୀତୀଶ କହିଥିଲେ, ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ଭାଜପା ନେତାମାନେ ମଧ୍ୟ ସାମିଲ ଥିଲେ। ତେଣୁ ଗୈରିକ ଦଳ ପକ୍ଷରୁ କୌଣସି ଆପତ୍ତି ଉଠିବା ବା ଦ୍ୱନ୍ଦ୍ୱ ରହିବାର ପ୍ରଶ୍ନ ଉଠୁନାହିଁ ବୋଲି ନୀତୀଶ କହିଛନ୍ତି। ବୈଠକରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ରୁ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ପ୍ରତିନିଧିତ୍ୱ କରିଥିଲେ। ଭାଜପାରୁ ଉପମୁଖ୍ୟମନ୍ତ୍ରୀ ତାରିକେଶ୍ୱର ପ୍ରସାଦ ଓ ଦଳର ରାଜ୍ୟ ସଭାପତି ସଞ୍ଜୟ ଜୟସ୍ବାଲ ଉପସ୍ଥିତ ଥିଲେ। ଜାତିଭିତ୍ତିକ ଜନଗଣନା ପାଇଁ ବିପୁଳ ଅର୍ଥ ଆବଶ୍ୟକ ହେବାକୁ ଥିବାରୁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇଦିଅନ୍ତୁ ବୋଲି ତେଜସ୍ବୀ ଦାବି କରିଥିଲେ।

ଭାଜପାର ହିନ୍ଦୁତ୍ୱ ଏକତାକୁ ପ୍ରହାର

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜନୈତିକ ମହତ୍ତ୍ୱାକାଂକ୍ଷାକୁ ନେଇ ଊଣାଅଧିକେ ସମସ୍ତେ ଅବଗତ। ୬ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଜେଡିୟୁ ନେତାଙ୍କ ନଜର ପ୍ରଧାନମନ୍ତ୍ରୀ ଚୌକି ଉପରେ ଥିବା ତାଙ୍କ ଆଭିମୁଖ୍ୟ ଓ ରଣନୀତିରୁ ସଙ୍କେତ ମିଳିଥାଏ। ରାଜନୈତିକ ବାଧ୍ୟବାଧକତାରେ ଏନ୍‌ଡିଏ ସହ ମେଣ୍ଟ କରି କ୍ଷମତାସୀନ ହୋଇଥିଲେ ସୁଦ୍ଧା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବରିଷ୍ଠ ଭାଜପା ନେତାଙ୍କଠାରୁ ଭିନ୍ନ ମତ ପୋଷଣ କରିଥିବାର ଅନେକ ନଜିର ରହିଛି। ଭାଜପା ସାମ୍ପ୍ରଦାୟିକ ରାଜନୀତିରେ ବିଶ୍ୱାସ କରୁଥିବା ନେଇ ଅଭିଯୋଗ ହେଉଥିବାବେଳେ ନୀତୀଶ ଧର୍ମନିରପେକ୍ଷତାକୁ ଜୋର୍‌ ଦେଉଥିବା କୁହାଯାଏ।

ଅତୀତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୈରିକ ଦଳ ସହ ନୀତୀଶଙ୍କ ମତଭେଦ ଦେଖିବାକୁ ମିଳିଛି। ଜାତି ଆଧାରରେ ମୁଣ୍ଡ ଗଣତି କରାଇବାକୁ କେନ୍ଦ୍ର ସରକାର ଚାହୁଁନାହାନ୍ତି ବୋଲି ୨୦୨୧ ଜୁଲାଇ ୨୦ରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଲୋକ ସଭାରେ ସ୍ପଷ୍ଟ କରିଥିଲେ। ଭାଜପା ଜାତିଭିତ୍ତିକ ଜନଗଣନାକୁ ହିନ୍ଦୁ ଏକତା ବିରୋଧୀ ବିବେଚନା କରି ଭୋଟ ବ୍ୟାଙ୍କ ଭାଙ୍ଗିଯିବା ଭୟରେ ବିରୋଧ କରିଆସୁଥିବାବେଳେ ଏବେ ନୀତୀଶ ଏହାକୁ ଅସ୍ତ୍ର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଜାତିଭିତ୍ତିକ ଜନଗଣନା ପାଇଁ ନିଷ୍ପତ୍ତି ହୋଇଛି। ବିହାର ପରେ ଆଗକୁ ଅନେକ ଅଣଭାଜପା ଶାସିତ ରାଜ୍ୟରେ ଅନୁରୂପ ଦାବି ଉଠିପାରେ। ରାଜନୈତିକ ଦଳର ଟିକେଟ ବଣ୍ଟନ ହେଉ କି ସରକାରୀ ନିଯୁକ୍ତି, ସବୁଠି ଯଦି ଜାତିକୁ ଆଧାର କରାଯାଏ ତେବେ ଜାତିଭିତ୍ତିକ ଜନଗଣନା କରାଯିବାରେ ଅସୁବିଧା ନାହିଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଥାଆନ୍ତି। କାରଣ ଭାରତୀୟ ସମାଜରେ ଜାତି ପ୍ରଥା ଏବେ ବି ପ୍ରଚଳିତ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri