Categories: ଜାତୀୟ

୩୦୦ ଟଙ୍କା ଭିତରେ ହେଉଥିବା ସମସ୍ତ ଟେଷ୍ଟ ଏବେ ମାଗଣା

ନୂଆଦିଲ୍ଲୀ,୨୦।୫: ରୋଗୀଙ୍କୁ ଆଉ ଦେବାକୁ ପଡିବନି ଟଙ୍କା। ମାଗଣାରେ ରୋଗୀମାନେ ନିଜର ପରୀକ୍ଷଣ କରିପାରିବେ। ଏ ନେଇ ଦିଲ୍ଲୀ ଏମ୍‌ସ ପକ୍ଷରୁ ଘୋଷଣା କରାଯାଇଛି। ୩୦୦ ଟଙ୍କା ଭିତରେ ହେଉଥିବା ସମସ୍ତ ଟେଷ୍ଟ ପାଇଁ ରୋଗୀଙ୍କୁ ଆଉ କୌଣସି ଟଙ୍କା ଦେବାକୁ ପଡିବ ନାହିଁ। ଏମ୍‌ସର ଏପରି ଘୋଷଣା ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।
ମିଳିଥିବା ସୂଚନାନୁଯାୟୀ, ବର୍ତ୍ତମାନ ଦିଲ୍ଲୀ ଏମ୍‌ସରେ ରକ୍ତ ପରୀକ୍ଷା, ମୂତ୍ର ପରୀକ୍ଷା, ଅଲଟ୍ରାସାଉଣ୍ଡ ବିଭିନ୍ନ ପ୍ରକାରର ଏକ୍ସରେ ଠାରୁ ଆରମ୍ଭ କରି ଆହୁରି ଅନେକ ଟେଷ୍ଟ ରୋଗୀମାନେ ମାଗଣାରେ କରିପାରିବେ। କାରଣ ପୂର୍ବରୁ ଏହି ସବୁ ପରୀକ୍ଷା ପାଇଁ ଜଣେ ରୋଗୀଙ୍କ ଠାରୁ ୩୦୦ କିମ୍ବା ତା’ଠାରୁ କମ୍‌ ଟଙ୍କା ନିଆଯାଉଥିଲା।

Share