ଭୁବନେଶ୍ୱରେ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୯।୪(ବ୍ୟୁରୋ): ରାଜଧାନୀରେ ପୁଣିଥରେ କାୟା ମେଲାଉଛି କରୋନା। ଶୁକ୍ରବାର ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧୫୦ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୧୧୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ୧୧୭ ସ୍ଥାନୀୟ ସଂକ୍ରମିତ। ସ୍ଥାନୀୟ ସଂକ୍ରମଣ ମଧ୍ୟରେ ଏକାଧିକ ମାମଲା ନୟାପ୍ଲଲୀ, ଶାସ୍ତ୍ରୀ ନଗର, କଳିଙ୍ଗ ନଗର, ପଟିଆ, ଖଣ୍ଡଗିରି, ରସୁଲଗଡ଼ ଆଦି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସକ୍ରିୟଙ୍କ ସଂଖ୍ୟା ୭୬୫ରେ ପହଞ୍ଚିଛି।