ଭଦ୍ରକରେ ୨୨୭ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୨୮।୬: ଭଦ୍ରକ ଜିଲାରେ ରବିବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୨୨୭ ଛୁଇଁଛି। ଚିହ୍ନଟ ବ୍ୟକ୍ତି ଜଣକ ସଙ୍ଘରୋଧ କେନ୍ଦ୍ରରୁ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମୋଟ ୨୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧ ଚିକିତ୍ସାଧୀନ ଅଛନ୍ତି।