ଭଦ୍ରକରେ ୩୫ କେନ୍ଦ୍ରରେ ଚାଲିଛି ଯୁକ୍ତ ୨ ପରୀକ୍ଷା

ଭଦ୍ରକ,୧୬ା୨(ସନାତନ ରାଉତ): ଶୁକ୍ରବାରଠାରୁ +୨ ବିଜ୍ଞାନ ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇଛି। ଭଦ୍ରକ ଜିଲାରେ କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ୍‌ ୧୨୨୨୦ ପିଲା ଚଳିତଥର ପରୀକ୍ଷା ଦେଉଥିବା ବେଳେ ପ୍ରଥମଦିନରେ ବିଜ୍ଞାନରେ ୨୮୭୯ ପିଲା ପରୀକ୍ଷା ଦେଉଛନ୍ତି। ଭଦ୍ରକ କଲେଜରେ ୫୨୦ ପିଲା ସମେତ ୮ ଟି ଘରୋଇ କଲେଜର ପିଲାଙ୍କୁ ମିଶାଇ ମୋଟ୍‌ ୯୮୭ ପିଲା ପରୀକ୍ଷା ଦେଉଛନ୍ତି। ଜିଲାରେ ଭଦ୍ରକ କଲେଜ, ବିଏନ୍‌ଏମ୍‌ କଲେଜ ପାଳିଆ, ଏବି କଲେଜ ବାସୁଦେବପୁର, ଆଗରପଡ଼ା ଓ ଧାମନଗର ମୋଟ୍‌ ୫ ଟି କଲେଜରେ ପ୍ରଶ୍ନପତ୍ର ହବ୍‌ କରାଯାଇଛି। ବିଡିଓମାନେ ସ୍ବତନ୍ତ୍ର ଅଫିସର ଭାବେ ପ୍ରଶ୍ନପତ୍ର ହବ୍‌ ଦାୟିତ୍ୱରେ ଥିବା ବେଳେ ୩୫ ଜଣ ରାଜସ୍ବ ନିରୀକ୍ଷକଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଜିଲାରେ କଳାରେ ୮୦୬୨, ବାଣିଜ୍ୟରେ ୧୨୭୯ ପିଲା  ପରୀକ୍ଷା ଦେବେ।