ବାରିପଦାରେ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ଅଧିକାରୀ

ବାରିପଦା ଅଫିସ, ୨୬।୧: କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଜ କାର୍ଯ୍ୟାଳୟକୁ ଡକାଇ ୨ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏବେ ଏହି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ମଙ୍ଗଳବାର ଭୁବନେଶ୍ୱରରୁ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ୩ ଅଧିକାରୀ ବାରିପଦାକୁ ତଥ୍ୟ ସଂଗ୍ରହ ପାଇଁ ଆସିଥିଲେ। ସେମାନେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ବାରିପଦାସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିି ରିପୋର୍ଟ ସଂଗ୍ରହ କରି ଫେରିଥିବା ସୂଚନା ମିଳିଛି।