Posted inଜାତୀୟ

ଅନ୍ୟ ଜାତିରେ ପ୍ରେମ: ୨ ବର୍ଷରେ ଗଲାଣି ୫୮ ଜୀବନ

ବରେଲି,୩ା୧୨- ଉତ୍ତରପ୍ରଦେଶର ବରେଲି ଡିଭିଜନରେ ଅନ୍ୟ ଜାତିରେ ପ୍ରେମ କରିବା ଅତ୍ୟନ୍ତ ଭୟଙ୍କର। ଗତ ଦୁଇ ବର୍ଷ ମଧ୍ୟରେ ଯାଇଛି ୫୮ ଜଣଙ୍କ ଜୀବନ। ଅନ୍ୟ ଜାତିରେ ପ୍ରେମ କରିବା ସାବ୍ୟସ୍ତ ହୋଇଥିଲା ସେମାନଙ୍କ ଅନ୍ତିମ ଭୁଲ। ଗତ ସୋମବାର ଶାହଜନପୁରଠାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା ଜଣେ ୧୮ ବର୍ଷୀୟା ଯୁବତୀ ଓ ୨୬ ବର୍ଷୀୟ ଯୁବକଙ୍କ ମୃତ ଦେହ। କେବଳ ବରେଲି ଡିଭିଜନରେ ଗତ ଦୁଇ ବର୍ଷ ମଧ୍ୟରେ ୪୨ ପ୍ରେମୀଯୁଗଳ ଜୀବନ ହରାଇଛନ୍ତି।

ମୁଁ ବରେଲି ଆସିଲା ପରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟାରେ ଦେଖିବାକୁ ପାଇଥିଲି ଏକ ସମାନତା। ଏହାପରେ ମୁଁ ସଂଗ୍ରହ କରିଥିଲି ସମସ୍ତ ତଥ୍ୟ। ୨୦୧୯ ଜାନୁୟାରୀଠାରୁ ଅନ୍ୟ ଜାତିରେ ପ୍ରେମ କାରଣରୁ ୧୬ ଜଣଙ୍କୁ ହତ୍ୟା କରାଯାଇଛି। ଏଥିରେ ସାମିଲ ଥିଲା ୧୨ ହତ୍ୟା ଓ ୨ଟି ଡବଲ ମର୍ଡର ମାମଲା। ଏହି କାରଣରୁ ଅନ୍ୟ ଜାତିରେ ବିବାହ କରିବାକୁ ଡରୁଛନ୍ତି ପ୍ରେମୀ ଯୁଗଳ। ଆଉ ଚାପର ବଶବର୍ତ୍ତୀ ହୋଇ ୪୨ ପ୍ରେମୀ ଯୋଡ଼ା ବାଛି ନେଇଥିଲେ ଆତ୍ମହତ୍ୟାର ବାଟ ବୋଲି ଡିଆଇଜି ରାଜେଶ ପାଣ୍ଡେ କହିଛନ୍ତି।

ହତ୍ୟା ଘଟଣାରେ ମାମଲା ରୁଜୁ ହୁଏ। କିନ୍ତୁ ଆତ୍ମହତ୍ୟା ପରେ ସେଭଳି କିଛି ତଦନ୍ତ ହୁଏ ନାହିଁ। ଏଭଳି ଚରମ ନିଷ୍ପତ୍ତି ନେବାକୁ ଯେଉଁମାନେ ଚାପ ପକାଉଛନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। ଏଭଳି ପରିସ୍ଥିତିରେ ପୋଲିସର ତଦନ୍ତ ବାଧ୍ୟତାମୂଳକ ହେବା ଦରକାର। ପୋଲିସ ତଦନ୍ତକୁ ତଦାରଖ କରିବା ପାଇଁ ଡିଏମ୍‌, ଏସ୍‌ଏସ୍‌ପି ଓ ଜିଲା ଜଜ୍‌ଙ୍କ ନେତୃତ୍ୱରେ କମିଟି ଗଠନ କରାଯିବା ଦରକାର। କାରଣ ଏଠାରେ ନାଗରିକଙ୍କ ଜନ୍ମଗତ ଅଧିକାର ବିପଦରେ ଅଛି ବୋଲି ଡିଆଇଜି ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri