Posted inଜାତୀୟ

ଅନ୍ୟ ଜାତିରେ ପ୍ରେମ: ୨ ବର୍ଷରେ ଗଲାଣି ୫୮ ଜୀବନ

ବରେଲି,୩ା୧୨- ଉତ୍ତରପ୍ରଦେଶର ବରେଲି ଡିଭିଜନରେ ଅନ୍ୟ ଜାତିରେ ପ୍ରେମ କରିବା ଅତ୍ୟନ୍ତ ଭୟଙ୍କର। ଗତ ଦୁଇ ବର୍ଷ ମଧ୍ୟରେ ଯାଇଛି ୫୮ ଜଣଙ୍କ ଜୀବନ। ଅନ୍ୟ ଜାତିରେ ପ୍ରେମ କରିବା ସାବ୍ୟସ୍ତ ହୋଇଥିଲା ସେମାନଙ୍କ ଅନ୍ତିମ ଭୁଲ। ଗତ ସୋମବାର ଶାହଜନପୁରଠାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା ଜଣେ ୧୮ ବର୍ଷୀୟା ଯୁବତୀ ଓ ୨୬ ବର୍ଷୀୟ ଯୁବକଙ୍କ ମୃତ ଦେହ। କେବଳ ବରେଲି ଡିଭିଜନରେ ଗତ ଦୁଇ ବର୍ଷ ମଧ୍ୟରେ ୪୨ ପ୍ରେମୀଯୁଗଳ ଜୀବନ ହରାଇଛନ୍ତି।

ମୁଁ ବରେଲି ଆସିଲା ପରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟାରେ ଦେଖିବାକୁ ପାଇଥିଲି ଏକ ସମାନତା। ଏହାପରେ ମୁଁ ସଂଗ୍ରହ କରିଥିଲି ସମସ୍ତ ତଥ୍ୟ। ୨୦୧୯ ଜାନୁୟାରୀଠାରୁ ଅନ୍ୟ ଜାତିରେ ପ୍ରେମ କାରଣରୁ ୧୬ ଜଣଙ୍କୁ ହତ୍ୟା କରାଯାଇଛି। ଏଥିରେ ସାମିଲ ଥିଲା ୧୨ ହତ୍ୟା ଓ ୨ଟି ଡବଲ ମର୍ଡର ମାମଲା। ଏହି କାରଣରୁ ଅନ୍ୟ ଜାତିରେ ବିବାହ କରିବାକୁ ଡରୁଛନ୍ତି ପ୍ରେମୀ ଯୁଗଳ। ଆଉ ଚାପର ବଶବର୍ତ୍ତୀ ହୋଇ ୪୨ ପ୍ରେମୀ ଯୋଡ଼ା ବାଛି ନେଇଥିଲେ ଆତ୍ମହତ୍ୟାର ବାଟ ବୋଲି ଡିଆଇଜି ରାଜେଶ ପାଣ୍ଡେ କହିଛନ୍ତି।

ହତ୍ୟା ଘଟଣାରେ ମାମଲା ରୁଜୁ ହୁଏ। କିନ୍ତୁ ଆତ୍ମହତ୍ୟା ପରେ ସେଭଳି କିଛି ତଦନ୍ତ ହୁଏ ନାହିଁ। ଏଭଳି ଚରମ ନିଷ୍ପତ୍ତି ନେବାକୁ ଯେଉଁମାନେ ଚାପ ପକାଉଛନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। ଏଭଳି ପରିସ୍ଥିତିରେ ପୋଲିସର ତଦନ୍ତ ବାଧ୍ୟତାମୂଳକ ହେବା ଦରକାର। ପୋଲିସ ତଦନ୍ତକୁ ତଦାରଖ କରିବା ପାଇଁ ଡିଏମ୍‌, ଏସ୍‌ଏସ୍‌ପି ଓ ଜିଲା ଜଜ୍‌ଙ୍କ ନେତୃତ୍ୱରେ କମିଟି ଗଠନ କରାଯିବା ଦରକାର। କାରଣ ଏଠାରେ ନାଗରିକଙ୍କ ଜନ୍ମଗତ ଅଧିକାର ବିପଦରେ ଅଛି ବୋଲି ଡିଆଇଜି ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri