Categories: ଜାତୀୟ

୨୪ ଘଣ୍ଟାରେ ଭାରତୀୟ ସେନାର ପ୍ରତିଶୋଧ: କଶ୍ମୀରୀ ପଣ୍ଡିତ ରାହୁଲଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ସଫା

ନୂଆଦିଲ୍ଲୀ,୧୩।୫: କଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟାର ୨୪ ଘଣ୍ଟା ନ ପୁରୁଣୁ ୩ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା। ସେମାନଙ୍କ ମଧ୍ୟରୁ ୨ଜଣ ଆତଙ୍କବାଦୀ ରାହୁଲଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ତୃତୀୟଜଣଙ୍କ ଗୁଲଜାର ଅହମ୍ମଦ ବୋଲି ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନରେ ସେନାବାହିନୀ ପକ୍ଷରୁ ବାନ୍ଦିପୋରାରେ ଅପରେଶନ କରାଯାଇଥିଲା।

ପ୍ରକାଶ ଯେ, ଆତଙ୍କବାଦୀମାନେ ଗୁରୁବାର ଚଡ଼ୁରାସ୍ଥିତ ତହସିଲଦାରଙ୍କ କାର୍ଯ୍ୟାଳୟରେ ରାହୁଲଙ୍କୁ ଗୁଳି କରିଥିଲେ। ଏହାପରେ ଗୁରୁତର ଭାବେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁ ପରେ ସୁରକ୍ଷାକର୍ମୀମାନେ ତାଙ୍କ ସ୍ତ୍ରୀ ମିନାକ୍ଷୀଙ୍କୁ ଦୁଇ ଦିନ ମଧ୍ୟରେ ଆତଙ୍କବାଦୀଙ୍କୁ ହତ୍ୟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ପ୍ରତିଶ୍ରୁତିକୁ ପୂରଣ କରାଯାଇଛି ବୋଲି କୁହାଯାଉଛି।

Share