Categories: ଖେଳ

‘ବି’ ବର୍ଗରେ ଶାମ୍‌ ଆର୍‌. ଚାମ୍ପିୟନ

ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଅନ୍ତର୍ଜାତୀୟ ଚେସ୍‌ ଫେଷ୍ଟିଭାଲର ‘ବି’ ବର୍ଗ ଟୁର୍ନାମେଣ୍ଟ ବୁଧବାର ଶେଷ ହୋଇଛି। ୧୦ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ତାମିଲନାଡ଼ୁର ଶାମ୍‌ ଆର. ୮.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ଜ୍ଞାନ ସାଇ ସନ୍ତୋଷ ଏମ୍‌. ଓ ପଶ୍ଚିମବଙ୍ଗର ବସକ ବିଶାଲ ସମାନ ୮.୫ ପଏଣ୍ଟ ଲେଖାଏ ପାଇଥିଲେ ହେଁ ବୁକୋଲଜରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ପୁରସ୍କାର ଆକାରରେ ଏହି ୩ ପ୍ରତିଯୋଗୀଙ୍କୁ ଟ୍ରଫି ସହ ୬୦,୦୦୦, ୪୫,୦୦୦ ଓ ୩୫,୦୦୦ ଟଙ୍କା ପ୍ରଦାନ କରାଯାଇଛି। ‘ବି’ ବର୍ଗ ପ୍ରତିଯୋଗିତାରେ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶିକୁ ୯୭ କୃତୀ ପ୍ରତିଯୋଗୀଙ୍କୁ ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ର ଚେୟାରପର୍ସନ ମୋନାଲିସା ବଳ, ସର୍ବଭାରତୀୟ ଚେସ୍‌ ଫେଡେରେଶନ (ଏଆଇସିଏଫ୍‌)ର କୋଷାଧ୍ୟକ୍ଷ ନରେଶ ଶର୍ମା, ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ମୁଖ୍ୟ ଆର୍ବିଟର ନୀତୀନ ଶେନଭି, ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ (ଏଓସିଏ) ସଭାପତି ଜି.ସି. ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share