Posted inଖେଳ

ଜାପାନକୁ ୩୫-୧ରେ ହରାଇଲା ଭାରତ

ସାଲାଲା (ଓମାନ),୧ା୯ (ପି.ଟି.):ଏସିଆନ ପୁରୁଷ ୫ଏସ୍‌ ହକିରେ ଭାରତ ୩୫-୧ରେ ଜାପାନ ଏବଂ ୭-୫ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଦୁଇଟି ବିଜୟ ପରେ ଭାରତ ୧୨ ପଏଣ୍ଟ ସହ ଏଲିଟ୍‌ ପୁଲ୍‌ ଟେବୁଲରେ ୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ସିଧାସଳଖ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଦଳ ଶନିବାର ଦ୍ୱିତୀୟ ସେମିଫାଇନାଲ ଖେଳିବ। ମାଲେସିଆ ବିପକ୍ଷରେ ଖେଳାଯାଇଥିବା ଦିନର ପ୍ରଥମ ମ୍ୟାଚ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିଲା। ଏଥିରେ ଭାରତର ତରଫରୁ ଗୁଜୋତ ସିଂ (୭ମ, ୧୧ତମ, ୧୭ତମ, ୨୯ତମ ଓ ୩୦ତମ ମିନିଟ ) ୫ଟି ଗୋଲ ଦେଇଥିବା ବେଳେ ମନିନ୍ଦର ସିଂ (୧୨ତମ) ଓ ମହମ୍ମଦ ରାହିଲ (୨୧ତମ) ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ। ଅନ୍ୟପକ୍ଷରେ ମାଲେସିଆ ପକ୍ଷରୁ ଅରିଫ ଇସାକ୍‌ (୬ଷ୍ଠ), ଇସ୍‌ମାଇଲ୍‌ ଅବୁ (୭ମ), ମହମ୍ମଦ ଦିନ୍‌ (୮ମ), କାମାରୁଲ ଜମାନ କାମାରୁଦ୍ଦିନ (୨୬ତମ) ଏବଂ ସ୍ୟାରମନ ମାଟ୍‌ (୩୦ତମ) ପ୍ରମୁଖ ଗୋଲ ସ୍କୋରର ରହିଥିଲେ। ଜାପାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଭାରତୀୟ ଖେଳାଳିମାନେ ଗୋଲ୍‌ ବର୍ଷା କରିଥିଲେ। ମନିନ୍ଦର (୧ମ, ୩ୟ, ୫ମ,୬ଷ୍ଠ, ୧୫ତମ,୨୦ତମ,୨୪ତମ, ୨୫ତମ ଓ ୨୯ତମ ମିନିଟ୍‌) ଏକାକି ସର୍ବାଧିକ ୧୦ଟି ଗୋଲ ସ୍କୋର କରିଥିବା ବେଳେ ମହମ୍ମଦ ରାହିଲ (୩ୟ,, ୪ର୍ଥ, ୧୧ଶ, ୧୨ତମ, ୧୭ତମ, ୨୬ତମ ଓ ୨୬ତମ) ୭ ଗୋଲ୍‌ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପବନ ରାଜଭାର (୨ୟ, ୬ଷ୍ଠ, ୧୦ମ, ୧୩ତମ ଓ ୨୩ତମ) ଏବଂ ଗୁଜୋତ ସିଂ ୧୨ତମ, ୨୦ତମ, ୨୧ତମ, ୨୭ତମ ଓ ୩୦ତମ) ପ୍ରତ୍ୟେକ ୫ଟି ଲେଖାଏଁ ଗୋଲ୍‌ ଦେଇଥିଲେ। ସେହିପରି ସୁଖବିନ୍ଦର (୪ର୍ଥ, ୮ମ, ୧୬ତମ ଓ ୨୨ତମ) ଚରୋଟି, ଅଧିନାୟକ ମନଦୀପ ମୋର୍‌ (୧୮ତମ, ୨୩ତମ ଓ ୨୯ତମ) ତିନୋଟି ଏବଂ ଯୁଗରାଜ ସିଂ (୧୫ତମ) ଗୋଟିଏ ଗୋଲ୍‌ ସ୍କୋର କରିଥିଲେ। ଜାପାନର ମାସାଟାକା କୋରୋବି (୨୯ତମ) ତାଙ୍କ ଦଳ ପକ୍ଷରୁ ଏକ ମାତ୍ର ଗୋଲ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଇଶାନ କିଷାନଙ୍କୁ ବଡ ଦାୟିତ୍ୱ ଦେଲା ସନରାଇଜର୍ସ ହାଇଦ୍ରାବାଦ, କମିନ୍ସଙ୍କ ଅନୁପସ୍ଥିତିରେ…

ହାଇଦ୍ରାବାଦ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜନ ଆରମ୍ଭ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ (SRH) ଏକ ବଡ଼ ଘୋଷଣା କରିଛି। ଦଳର ନିୟମିତ ଅଧିନାୟକ ପ୍ୟାଟ୍…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri