ଖିମ୍‌ଜୀ ଜୁଏଲର୍ସର ପ୍ରତିଷ୍ଠାତା ଦିବସ

ଭୁବନେଶ୍ୱର, ୧।୯:ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଗଷ୍ଟ ୩୧ରେ ଖିମ୍‌ଜୀ ଜୁଏଲର୍ସର ପ୍ରତିଷ୍ଠାତା ଖିମ୍‌ଜୀ ଦୟାଭାଇଙ୍କ ଜନ୍ମଦିନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ପାଳିତ ହୋଇଯାଇଛି। ବିଶେଷକରି ଖିମ୍‌ଜୀ ଜୁଏଲର୍ସର ପ୍ରତିଷ୍ଠାତାଙ୍କ ଜନ୍ମ ଦିବସକୁ ଭିନ୍ନ ଏକ ଭାବରେ ପାଳନ କରାଯାଇଥିଲା। ଏପରିକି ଏହି ଗୌରବମୟ ଦିବସ ପାଳନ କରିବା ପାଇଁ ଅଳଙ୍କାର ବ୍ରାଣ୍ଡ୍‌ ଭୁବନେଶ୍ୱରର ଏବଂ ଜୟ ଓଡ଼ିଶାର ମିଳିତ ପ୍ରୟାସରେ ଯଦୁପୁରସ୍ଥିତ ପ୍ରତିଭା ଆଶ୍ରମର ଶିଶୁମାନଙ୍କୁ ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରାଯାଇଥିଲା। ଅପରପକ୍ଷରେ ପ୍ରତିଷ୍ଠାତା ଦିବସ କେବଳ ବ୍ରାଣ୍ଡ୍‌ର ଦୂରଦୃଷ୍ଟିସମ୍ପନ୍ନ ମୁଖ୍ୟଙ୍କ ପ୍ରତି ଶଦ୍ଧାଞ୍ଜଳି ନୁହେଁ ବରଂ, ପ୍ରାୟ ୯ଦଶନ୍ଧି ପୂର୍ବରୁ ଖିମ୍‌ଜୀ ଦୟାଭାଇଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଅଭିଜ୍ଞତାକୁ ସବୁଦିନ ପାଇଁ ମନେରଖିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଖିମଜୀ ଜୁଏଲର୍ସ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଖିମ୍‌ଜୀ ଜୁଏଲର୍ସର ସଫଳତାର ମୂଳଦୁଆ ପ୍ରତିଷ୍ଠା କରିଥିବା ପଥ ପ୍ରଦର୍ଶକଙ୍କୁ ମନେରଖିବା ଏବଂ ସମ୍ମାନିତ କରିବା ପାଇଁ ଆମେ ପ୍ରତିଷ୍ଠାତା ଦିବସ ପାଳନ କରୁଛୁ। ଏପରିକି ୮୭ତମ ବର୍ଷରେ ପ୍ରଦାର୍ପଣ କରି ଖିମ୍‌ଜୀ ଦୟାଭାଇଙ୍କ ଯାତ୍ରାକୁ ମାର୍ଗଦର୍ଶନ କରିଥିବା ସମାନ ମୂଲ୍ୟବୋଧ ଏବଂ ପ୍ରତିବଦ୍ଧତାକୁ ଆମେ ବଜାୟ ରଖିଛୁ। ବିଶେଷକରି ପ୍ରତିଷ୍ଠା ଦିବସ ଅବସରରେ ବ୍ରାଣ୍ଡ୍‌କୁ ପ୍ରେରଣା ଦେଉଥିବା ଅବିସ୍ମରଣୀୟ ପ୍ରତିଷ୍ଠାତାଙ୍କ ଉଦ୍ଦେଶ୍ୟରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସେହିଭଳି ଦୀର୍ଘ ଅଭିଜ୍ଞତାର ନୂତନ ବର୍ଷରେ ପାଦଦେଇ ଖିମ୍‌ଜୀ ଜୁଏଲର୍ସ ଅଧିକ ସ୍ନେହଭରା ସ୍ମୃତି ଓ ଗ୍ରାହକଙ୍କ ସହ ଦୃଢ ସମ୍ପର୍କ ସ୍ଥାପନ ଏବଂ ଅଳଙ୍କାର ଦୁନିଆରେ ଉତ୍କର୍ଷର ନୂତନ ମାନ ସ୍ଥିର କରିବାକୁ ଆଶା କରିଛି। ଉଲ୍ଲେଖଯୋଗ୍ୟ, ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ଭୁବନେଶ୍ୱର (ଶହୀଦନଗର ଓ ଚନ୍ଦ୍ରଶେଖରପୁର) ସମେତ ପୁରୀ, ରାଉରକେଲା, ବ୍ରହ୍ମପୁର, ଝାରସୁଗୁଡ଼ା ଏବଂ କଟକଠାରେ ମଧ୍ୟ ଆକର୍ଷଣୀୟ ଷ୍ଟୋର ରହିଛି। ଉପରୋକ୍ତ ଷ୍ଟୋରଗୁଡିକରେ ସୁନା, ହୀରା, ପ୍ଲାଟିନମ୍‌, ରୁପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଷ୍ଟୋନ୍‌ର ଏକ ନିଆରା ଓ ଅଦ୍ୱିତୀୟ ସଂଗ୍ରହ ସହିତ ବ୍ରାଣ୍ଡେଡ୍‌ ଘଣ୍ଟାର ଏକ ନିଆରା ସଂଗ୍ରହ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୫ ବର୍ଷ ପାଇଁ ଟାଟାର ନେତୃତ୍ୱ ନେବେ ଏନ. ଚନ୍ଦ୍ରଶେଖରନ; ଟାଟା ସନ୍ସ ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୯: ମୁମ୍ବାଇରେ ଗୁରୁବାର ଟାଟା ଗ୍ରୁପ୍ର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ପଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା: ଏନ. ଚନ୍ଦ୍ରଶେଖରନ…

ପାର୍ବଣ ପୂର୍ବରୁ ବଡ଼ ଖବର: ଶସ୍ତା ହେବ ଖାଇବା ତେଲ! ଆମଦାନୀ ଶୁଳ୍କ କମାଇବାକୁ ସରକାରଙ୍କ…

ନୂଆଦିଲ୍ଲୀ,୧୭।୯: ଦେଶରେ ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆଗାମୀ ପାର୍ବଣ ଋତୁ…

ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

UPI AutoPay ମାଧ୍ୟମରେ SIP ଏବଂ Insurance ଭରୁଛନ୍ତି କି? ଜାଣନ୍ତୁ ୧୫ ଅକ୍ଟୋବରରୁ କ’ଣ ବଦଳିବ…

ନୂଆଦିଲ୍ଲୀ,୧୭।୯: ଯଦି ଆପଣ ପ୍ରତିମାସରେ Mutual Fund SIP, ଇନ୍ସୁରାନ୍ସ ପ୍ରିମିୟମ୍, OTT ସବସ୍କ୍ରିପସନ୍ କିମ୍ବା ବିଜୁଳି-ମୋବାଇଲ୍ ବିଲ୍ ପରିଶୋଧ ପାଇଁ UPI AutoPay ବ୍ୟବହାର କରୁଛନ୍ତି,…

ବଡ଼ ଘୋଷଣା କଲେ କେନ୍ଦ୍ର ସରକାର: ଡିଜେଲ ଉପରେ ୫ ଟଙ୍କା କମିଲା, ପେଟ୍ରୋଲରେ କେତେ? ଜାଣନ୍ତୁ ନୂଆ ହାର

ନୂଆଦିଲ୍ଲୀ,୧୭।୯: ସେପ୍ଟେମ୍ବର ୧୭ରେ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଉପରେ ଲାଗୁଥିବା ୱିଣ୍ଡଫଲ ଟ୍ୟାକ୍ସରେ କେନ୍ଦ୍ର ସରକାର କଟକଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଓ ଏଭିଏସନ ଟର୍ବାଇନ ଫ୍ୟୁଏଲ…

ନା ସ୍ମାର୍ଟଫୋନ ନା କାର୍ଡ; ପାପୁଲିରେ କରିବେ ପେମେଣ୍ଟ, UPI କୁ ଟକ୍କର ଦେବ ପାମ ସ୍କାନ!

ନୂଆଦିଲ୍‌ଲୀ,୧୬।୯: ଡିଜିଟାଲ ପେମେଣ୍ଟ ଦୁନିଆରେ ଯେଉଁଠି ଭାରତର ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି, ସେଇଠି ଚାଇନା କାରବାରର…

EPFରେ ବଡ଼ ପରିବର୍ତ୍ତନ; ୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୧୬ା୯: କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା…

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: EPF ନିୟମରେ ବଡ଼ ପରିବର୍ତ୍ତନ! ୧୫ ହଜାରରୁ ବଢି ୨୫ ହଜାର ହେବ…

ନୂଆଦିଲ୍ଲୀ,୧୬।୯: ଦେଶର ଲକ୍ଷ ଲକ୍ଷ ବେତନଭୋଗୀ କର୍ମଚାରୀଙ୍କ ପାଇଁ EPF ଓ EPS ସମ୍ପର୍କିତ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ମାସିକ ୧୫,୦୦୦ ଥିବା EPF/EPS…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?