ଦେଢ଼ ବର୍ଷରେ ସବୁ ଜାଗା ଆଖଡ଼ା ପୁନରୁଦ୍ଧାର

ପୁରୀ,୪ା୯(ଅଜିତ ମହାନ୍ତି): ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରା ସହ ଓତପ୍ରୋତ ଭାବେ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ାଗୁଡ଼ିକ ଜଡ଼ିତ ରହିଛି। ତେବେ ଆର୍ଥତ୍କ ସମସ୍ୟା ପାଇଁ ଏହି ଜାଗା ଆଖଡ଼ାଗୁଡ଼ିକ ଏବେ ଅବହେଳିତ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଶ୍ରୀକ୍ଷେତ୍ରବାସୀଙ୍କ ବହୁ ଦାବି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଜାଗା ଆଖଡ଼ାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ମୁକ୍ତା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ସହରରେ ଥିବା ୪୧ଟି ଜାଗା ଆଖଡ଼ା ଘରର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ଦେଢ଼ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ସହରରେ ଥିବା ସମସ୍ତ ଜାଗା ଆଖଡ଼ାର ପୁନରୁଦ୍ଧାର ଏବଂ ଉନ୍ନତୀକରଣ କାର୍ଯ୍ୟ ହେବ ବୋଲି ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି।
ପୁରୀ ସହରର ଜାଗା ଆଖଡ଼ାଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଏବେ ଏହା ନୂଆ ରୂପ ପାଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜାଗା ଆଖଡ଼ାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଜାଗା ଆଖଡ଼ା ଘରର ଉନ୍ନତୀକରଣ ସହ ସୁନ୍ଦର ଉଦ୍ୟାନ, ଚିଲଡ୍ରେନ୍‌ ପାର୍କ, ପୋଖରୀ ପୁନରୁଦ୍ଧାର ଓ ପାର୍କିଂ ବ୍ୟବସ୍ଥା ଆଦି କାର୍ଯ୍ୟ ବିଭିନ୍ନ ଜାଗା ଆଖଡ଼ାରେ ନିର୍ମାଣ କରାଯାଉଛି। ମୁକ୍ତା ଯୋଜନାରେ ଏହି ଜାଗା ଆଖଡ଼ାଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ଚାଲୁଛି। ତେବେ ପୁରୀରେ ଥିବା ଅମିନ ଜାଗାର ଉନ୍ନତୀକରଣ କାର୍ଯ୍ୟ ଶେଷ ହେବା ପରେ ତାହା ଉଦ୍‌ଘାଟନ କରାଯାଇଛି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୁରୀର ଐତିହ୍ୟ, ପରମ୍ପରା ଜାଗା ଆଖଡ଼ାର ଉନ୍ନତୀକରଣକୁ ସମସ୍ତେ ସ୍ବାଗତ କରିଛନ୍ତି। ତେବେ ପୂର୍ବକାଳରେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏହି ଜାଗା ଆଖଡ଼ା ଘର ନିର୍ମାଣ କରାଯାଇଥିଲା। ସେବାୟତ ପରିବାରର ଯୁବକମାନେ ଏହି ଜାଗା ଆଖଡ଼ାରେ ବିଭିନ୍ନ ପ୍ରକାର ବ୍ୟାୟାମ, କସରତ ଓ ଶରୀରର ଚର୍ଚ୍ଚା କରିବା ସହ ବିଭିନ୍ନ ପାରମ୍ପରିକ ଯୁଦ୍ଧ କଳାକୌଶଳ ଶିକ୍ଷା ମଧ୍ୟ ଗ୍ରହଣ କରୁଥିଲେ। ଏହିଠାରୁ ବିଭିନ୍ନ ଯୁଦ୍ଧ କଳାକୌଶଳ ଶିଖି ବାହ୍ୟ ଶତ୍ରୁମାନଙ୍କୁ ମୁକାବିଲା କରୁଥିଲେ। ରାଜରାଜୁଡ଼ା ସମୟରେ ଏହି ଜାଗା ଆଖଡ଼ା ଘରର ଅନେକ ଗୌରବ ଗାଥା ଥିବାବେଳେ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଏହି ଜାଗା ଆଖଡ଼ା ସଂସ୍କୃତି ବିଲୀନ ହେବାକୁ ବସିଥିଲା। ତେବେ ପୁରୀର ଜାଗା ଆଖଡ଼ା ଭଳି ସମୃଦ୍ଧ ପରମ୍ପରାକୁ ପୁନରୁଦ୍ଧାର ସହ ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ପୁରୀ ପୌର ପ୍ରଶାସନ ପକ୍ଷରୁ ସହରରେ ଥିବା ସମସ୍ତ ଜାଗା ଆଖଡ଼ାର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ କରାଯାଇଛି।

ପୂର୍ବରୁ ଜାଗା ଆଖଡ଼ାର ଅବସ୍ଥା ଶୋଚନୀୟ ରହିଥିଲା। ତେବେ ରାଜ୍ୟ ସରକାର, ଜିଲା ପ୍ରଶାସନ ଏବଂ ବିଧାୟକଙ୍କ ସହଯୋଗରେ ପୁରୀର ବିଭିନ୍ନ ଜାଗା ଆଖଡ଼ାର ଉନ୍ନତି ହେଉଛି। ଶ୍ରୀମନ୍ଦିର ସହ ଜାଗା ଆଖଡାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପର୍କ ରହିଛି। ପୂର୍ବରୁ ଏହି ଜାଗାଗୁଡ଼ିକ ଅପରିଷ୍କାର ହୋଇପଡୁଥିବା ବେଳେ ଏବେ ପୁନରୁଦ୍ଧାର ପରେ ପୁଣି ଜାଗା ଆଖଡା ପରମ୍ପରା ଉଜ୍ଜୀବିତ ହେବ।
-ରାହୁଲ କୁମାର ପ୍ରଧାନ, ଅମିନ ଜାଗାର କୋଷାଧ୍ୟକ୍ଷ
ଜାଗା ଆଖଡ଼ାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟରେ ସାହିର ଯୁବକମାନେ ବହୁତ ସହଯୋଗ କରୁଛନ୍ତି। ଜାଗା ଆଖଡ଼ାର ଉନ୍ନତୀକରଣ କାରଣରୁ ଧୀରେ ଧୀରେ ଲିଭିଯାଉଥିବା ପୁରୀର କଳା କୌଶଳର ବିକାଶ ହେବ। ଯବୁପିଢି ନିଶା କବଳରୁ ମୁକ୍ତ ହୋଇ ଜାଗା ଆଖଡ଼ାକୁ ଆସି ପାରମ୍ପରିକ କୁସ୍ତି, ରେସଲିଂ ଆଦି ସମର କଳା ଶିକ୍ଷା କରିବେ। ଜାଗା ସଂସ୍କୃତି କେବଳ ପୁରୀରେ ଦେଖିବାକୁ ମିଳିଥାଏ। ଏହା ମହାନ ପରମ୍ପରା। ପୁରୀରେ ଥିବା ଜାଗା ଆଖଡ଼ାଗୁଡିକ ମଧ୍ୟରୁ ଅନେକ ଜାଗାର ଉନ୍ନତି ହୋଇସାରିଲାଣି, ବାକି ଯାହା ଅଛି, ତାହା ୨୦୨୪ ମଧ୍ୟ ଭାଗକୁ ସରିଯାଇଥିବ।
-ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ
ପୁରୀ ସହରର ଐତିହ୍ୟ, ପରମ୍ପରା, ସଂସ୍କୃତି ଜାଗା ଆଖଡ଼ା ସହ ଜଡ଼ିତ। ତେଣୁ ପୁରୀର ଜାଗା ଆଖଡ଼ାର ଉନ୍ନତି ପାଇଁ ମୁକ୍ତା ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୪୧ଟି ଜାଗା ଆଖଡ଼ାର ଉନ୍ନତୀକରଣ ହାତକୁ ନିଆଯାଇଛି। ଆଗକୁ ଅନ୍ୟ ଜାଗା ଆଖଡ଼ାଗୁଡିକର ଉନ୍ନତି କରାଯିବ।
-ସରୋଜ କୁମାର ସ୍ବାଇଁ, ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri