ଦେଢ଼ ବର୍ଷରେ ସବୁ ଜାଗା ଆଖଡ଼ା ପୁନରୁଦ୍ଧାର

ପୁରୀ,୪ା୯(ଅଜିତ ମହାନ୍ତି): ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରା ସହ ଓତପ୍ରୋତ ଭାବେ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ାଗୁଡ଼ିକ ଜଡ଼ିତ ରହିଛି। ତେବେ ଆର୍ଥତ୍କ ସମସ୍ୟା ପାଇଁ ଏହି ଜାଗା ଆଖଡ଼ାଗୁଡ଼ିକ ଏବେ ଅବହେଳିତ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଶ୍ରୀକ୍ଷେତ୍ରବାସୀଙ୍କ ବହୁ ଦାବି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଜାଗା ଆଖଡ଼ାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ମୁକ୍ତା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ସହରରେ ଥିବା ୪୧ଟି ଜାଗା ଆଖଡ଼ା ଘରର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ଦେଢ଼ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ସହରରେ ଥିବା ସମସ୍ତ ଜାଗା ଆଖଡ଼ାର ପୁନରୁଦ୍ଧାର ଏବଂ ଉନ୍ନତୀକରଣ କାର୍ଯ୍ୟ ହେବ ବୋଲି ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି।
ପୁରୀ ସହରର ଜାଗା ଆଖଡ଼ାଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଏବେ ଏହା ନୂଆ ରୂପ ପାଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜାଗା ଆଖଡ଼ାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଜାଗା ଆଖଡ଼ା ଘରର ଉନ୍ନତୀକରଣ ସହ ସୁନ୍ଦର ଉଦ୍ୟାନ, ଚିଲଡ୍ରେନ୍‌ ପାର୍କ, ପୋଖରୀ ପୁନରୁଦ୍ଧାର ଓ ପାର୍କିଂ ବ୍ୟବସ୍ଥା ଆଦି କାର୍ଯ୍ୟ ବିଭିନ୍ନ ଜାଗା ଆଖଡ଼ାରେ ନିର୍ମାଣ କରାଯାଉଛି। ମୁକ୍ତା ଯୋଜନାରେ ଏହି ଜାଗା ଆଖଡ଼ାଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ଚାଲୁଛି। ତେବେ ପୁରୀରେ ଥିବା ଅମିନ ଜାଗାର ଉନ୍ନତୀକରଣ କାର୍ଯ୍ୟ ଶେଷ ହେବା ପରେ ତାହା ଉଦ୍‌ଘାଟନ କରାଯାଇଛି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୁରୀର ଐତିହ୍ୟ, ପରମ୍ପରା ଜାଗା ଆଖଡ଼ାର ଉନ୍ନତୀକରଣକୁ ସମସ୍ତେ ସ୍ବାଗତ କରିଛନ୍ତି। ତେବେ ପୂର୍ବକାଳରେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏହି ଜାଗା ଆଖଡ଼ା ଘର ନିର୍ମାଣ କରାଯାଇଥିଲା। ସେବାୟତ ପରିବାରର ଯୁବକମାନେ ଏହି ଜାଗା ଆଖଡ଼ାରେ ବିଭିନ୍ନ ପ୍ରକାର ବ୍ୟାୟାମ, କସରତ ଓ ଶରୀରର ଚର୍ଚ୍ଚା କରିବା ସହ ବିଭିନ୍ନ ପାରମ୍ପରିକ ଯୁଦ୍ଧ କଳାକୌଶଳ ଶିକ୍ଷା ମଧ୍ୟ ଗ୍ରହଣ କରୁଥିଲେ। ଏହିଠାରୁ ବିଭିନ୍ନ ଯୁଦ୍ଧ କଳାକୌଶଳ ଶିଖି ବାହ୍ୟ ଶତ୍ରୁମାନଙ୍କୁ ମୁକାବିଲା କରୁଥିଲେ। ରାଜରାଜୁଡ଼ା ସମୟରେ ଏହି ଜାଗା ଆଖଡ଼ା ଘରର ଅନେକ ଗୌରବ ଗାଥା ଥିବାବେଳେ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଏହି ଜାଗା ଆଖଡ଼ା ସଂସ୍କୃତି ବିଲୀନ ହେବାକୁ ବସିଥିଲା। ତେବେ ପୁରୀର ଜାଗା ଆଖଡ଼ା ଭଳି ସମୃଦ୍ଧ ପରମ୍ପରାକୁ ପୁନରୁଦ୍ଧାର ସହ ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ପୁରୀ ପୌର ପ୍ରଶାସନ ପକ୍ଷରୁ ସହରରେ ଥିବା ସମସ୍ତ ଜାଗା ଆଖଡ଼ାର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ କରାଯାଇଛି।

ପୂର୍ବରୁ ଜାଗା ଆଖଡ଼ାର ଅବସ୍ଥା ଶୋଚନୀୟ ରହିଥିଲା। ତେବେ ରାଜ୍ୟ ସରକାର, ଜିଲା ପ୍ରଶାସନ ଏବଂ ବିଧାୟକଙ୍କ ସହଯୋଗରେ ପୁରୀର ବିଭିନ୍ନ ଜାଗା ଆଖଡ଼ାର ଉନ୍ନତି ହେଉଛି। ଶ୍ରୀମନ୍ଦିର ସହ ଜାଗା ଆଖଡାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପର୍କ ରହିଛି। ପୂର୍ବରୁ ଏହି ଜାଗାଗୁଡ଼ିକ ଅପରିଷ୍କାର ହୋଇପଡୁଥିବା ବେଳେ ଏବେ ପୁନରୁଦ୍ଧାର ପରେ ପୁଣି ଜାଗା ଆଖଡା ପରମ୍ପରା ଉଜ୍ଜୀବିତ ହେବ।
-ରାହୁଲ କୁମାର ପ୍ରଧାନ, ଅମିନ ଜାଗାର କୋଷାଧ୍ୟକ୍ଷ
ଜାଗା ଆଖଡ଼ାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟରେ ସାହିର ଯୁବକମାନେ ବହୁତ ସହଯୋଗ କରୁଛନ୍ତି। ଜାଗା ଆଖଡ଼ାର ଉନ୍ନତୀକରଣ କାରଣରୁ ଧୀରେ ଧୀରେ ଲିଭିଯାଉଥିବା ପୁରୀର କଳା କୌଶଳର ବିକାଶ ହେବ। ଯବୁପିଢି ନିଶା କବଳରୁ ମୁକ୍ତ ହୋଇ ଜାଗା ଆଖଡ଼ାକୁ ଆସି ପାରମ୍ପରିକ କୁସ୍ତି, ରେସଲିଂ ଆଦି ସମର କଳା ଶିକ୍ଷା କରିବେ। ଜାଗା ସଂସ୍କୃତି କେବଳ ପୁରୀରେ ଦେଖିବାକୁ ମିଳିଥାଏ। ଏହା ମହାନ ପରମ୍ପରା। ପୁରୀରେ ଥିବା ଜାଗା ଆଖଡ଼ାଗୁଡିକ ମଧ୍ୟରୁ ଅନେକ ଜାଗାର ଉନ୍ନତି ହୋଇସାରିଲାଣି, ବାକି ଯାହା ଅଛି, ତାହା ୨୦୨୪ ମଧ୍ୟ ଭାଗକୁ ସରିଯାଇଥିବ।
-ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ
ପୁରୀ ସହରର ଐତିହ୍ୟ, ପରମ୍ପରା, ସଂସ୍କୃତି ଜାଗା ଆଖଡ଼ା ସହ ଜଡ଼ିତ। ତେଣୁ ପୁରୀର ଜାଗା ଆଖଡ଼ାର ଉନ୍ନତି ପାଇଁ ମୁକ୍ତା ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୪୧ଟି ଜାଗା ଆଖଡ଼ାର ଉନ୍ନତୀକରଣ ହାତକୁ ନିଆଯାଇଛି। ଆଗକୁ ଅନ୍ୟ ଜାଗା ଆଖଡ଼ାଗୁଡିକର ଉନ୍ନତି କରାଯିବ।
-ସରୋଜ କୁମାର ସ୍ବାଇଁ, ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ।...

ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ଏମିତି ପ୍ରତିକ୍ରିୟା ଆମେରିକାକୁ ଲାଗିବ ବଡ଼ ଝଟକା

ବେଜିଂ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମ୍ପ୍ରତିକ ଭାରତ ଗସ୍ତ ପ୍ରତି ଚାଇନା ଏକ ସକାରାତ୍ମକ ମନୋଭାବ ପ୍ରକାଶ କରିଛି, କହିଛି ଯେ ଭାରତ, ଚାଇନା...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri