ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ପିଲା ବସିବାକୁ ବେଞ୍ଚ ନାହିଁ

ବୈପାରିଗୁଡ଼ା,୧୬ା୧ (ଡିି.ଏନ୍‌.ଏ.): ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ଅତ୍ୟାଧୁନିକ ଶୈଳୀରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସରକାର ୫-ଟି ଯୋଜନାରେ ସ୍କୁଲଗୁଡ଼ିକୁ ସାମିଲ କରିଛନ୍ତି। ସ୍ମାର୍ଟ ଶ୍ରେଣୀକକ୍ଷ ବ୍ୟବସ୍ଥା କରାଯାଇଛି। ସେଠାରେ ପିଲାଙ୍କ ପଢ଼ିବା ପାଇଁ ସ୍ମାର୍ଟବୋର୍ଡର ବ୍ୟବସ୍ଥା ରହିଛି। ଇଣ୍ଟରନେଟ୍‌ ସଂଯୁକ୍ତ ଉକ୍ତ ସ୍ମାର୍ଟବୋର୍ଡରେ ପିଲାମାନେ ଅଡିଓ ଏବଂ ଭିଜୁଆଲରେ ପାଠ୍ୟ ବିଷୟ ଅତି ସହଜରେ ବୁଝିପାରିବେ। ମାତ୍ର ବାସ୍ତବ କ୍ଷେତ୍ରରେ ଉକ୍ତ ଯୋଜନାରେ ଅନେକ ଅବ୍ୟବସ୍ଥା ଥିବା ନଜରକୁ ଆସୁଛି। ଏହାର ଏକ ଉଦାହରଣ ବୈପାରିଗୁଡ଼ା ବ୍ଲକ ସଦର ମହକୁମାରେ ଥିବା ବ୍ଲକର ପୁରାତନ ହାଇସ୍କୁଲ। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାର ଗତ ଜୁନ ୫ରେ ଉକ୍ତ ହାଇସ୍କୁଲ ସମେତ ବ୍ଲକର ୯ଟି ହାଇସ୍କୁଲକୁ ୫-ଟିରେ ସାମିଲ କରିଥିଲେ।
ଉକ୍ତ ଯୋଜନାରେ ହାଇସ୍କୁଲକୁ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ପଢ଼ିବାକୁ ୨ଟି ସ୍ମାର୍ଟ ଶ୍ରେଣୀ କକ୍ଷ, ଗୋଟିଏ ଇ ଲାବ୍‌ ଓ ଗୋଟିଏ ଇ-ଲାଇବ୍ରେରି ରହିଛି। ତେବେ ଦଶମ ଶ୍ରେଣୀରେ ୨୧୫ ଜଣ ଛାତ୍ରୀଛାତ୍ର ଥିବା ବେଳେ ୨ଟି ସେକ୍ସନ କରାଯାଇଛି। ସେକ୍ସନ ‘ଏ’ରେ ୧୦୭ ଜଣ ଏବଂ ସେକ୍ସସନ ‘ବି’ରେ ୧୦୮ ଜଣ ଅଧ୍ୟୟନ କରୁଛନ୍ତି। ସେହିପରି ନବମ ଶ୍ରେଣୀରେ ୨୬୧ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କୁ ୩ଟି ସେକ୍ସନରେ ଭାଗ କରାଯାଇଛି। ସେକ୍ସନ ‘ଏ’ରେ ୯୦, ‘ବି’ରେ ୯୧ ଓ ‘ସି’ରେ ୮୦ ଜଣ ରହିଛନ୍ତି। ପିଲାଙ୍କ ପାଇଁ ପ୍ରତ୍ୟେକ ଶ୍ରେଣୀ କକ୍ଷରେ ୨୦ଟି ବେଞ୍ଚ୍‌ ପଡ଼ିବାର ବ୍ୟବସ୍ଥା ରହିଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଦଶମ ଶ୍ରେଣୀ ପିଲାଙ୍କୁ ଦିନେ ଛାଡ଼ି ଦିନେ ସେକ୍ସନ ଅଦଳବଦଳ କରି ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ଶିକ୍ଷାଦାନ କରାଯାଉଛି। ନବମ ଶ୍ରେଣୀ ପିଲାଙ୍କୁ ପ୍ରତି ୩ ଦିନରେ ଥରେ ପ୍ରତି ସେକ୍ସନ ପିଲାଙ୍କୁ ରୋଟେସନ କରି ସ୍ମାର୍ଟରୁମ୍‌ରେ ବସାଯାଉଛି। ଅନ୍ୟ ଦିନରେ ସମସ୍ତଙ୍କୁ ନର୍ମାଲ କ୍ଲାସ୍‌ରୁମ୍‌ରେ ବସାଇ ଶିକ୍ଷାଦାନ କରାଯାଉଛି। ତେବେ ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ପ୍ରତି ବେଞ୍ଚରେ ୨ ଜଣ ପିଲା ବସିବା ସୁବିଧା ଥିବା ବେଳେ ଏତେ ସଂଖ୍ୟକ ପିଲା କିପରି ବସୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦଶମ ଶ୍ରେଣୀରେ ଅଧିକ ୪ଟି ବେଞ୍ଚ ଆଡ୍‌ଜଷ୍ଟ କରାଯାଇଥିବାବେଳେ ଆଉ ବେଞ୍ଚ ପକାଇବାକୁ ସ୍ଥାନ ନାହିଁ। ନବମ ଶ୍ରେଣୀରେ ମଧ୍ୟ ଅନୁରୂପ ଅବସ୍ଥା। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ମମତା ସଏଙ୍କୁ ପଚାରିବାରୁ ସେ କହିଲେ, ପିଲାଙ୍କୁ ଆଡ୍‌ଜେଷ୍ଟମେଣ୍ଟ କରି ବସାଯାଉଛି। ବେଞ୍ଚରେ ୨ ଜଣ ବଦଳରେ ୩ ଜଣଙ୍କୁ ବସାଯାଉଛି। ଜାଗା ନ ହେଲେ ତଳେ ମଧ୍ୟ ବସାଇବାକୁ ପଡୁଛି। ସେହି ହିସାବରେ ୨୪ ବେଞ୍ଚରେ ୭୨ ଜଣ ଛାତ୍ରୀଛାତ୍ର ବସିଲେ ବାକି ପିଲା ବସିବେ କେଉଁଠି ବୋଲି ତାଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ସେହିପରି ବିଦ୍ୟାଳୟ ଇ-ଲାଇବ୍ରେରିରେ ୯ଟି କମ୍ପ୍ୟୁଟର ରହିଛି। ମାତ୍ର ସେଗୁଡିକ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ଇ-ଲାଇବ୍ରେରିରେ ଅନ୍‌ଲାଇନ ବଦଳରେ ବହି ପଢୁଛନ୍ତି ଛାତ୍ରୀଛାତ୍ର। ସୂଚନାଯୋଗ୍ୟ, ବିଦ୍ୟାଳୟକୁ ୫-ଟି ଯୋଜନାରେ ୪୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ସେଥିରୁ ୩୮ ଲକ୍ଷ ଟଙ୍କା ୨ଟି ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ ଲାଇବ୍ରେରି ,ଇ-ଲାବ୍‌ ସମେତ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ପାଇଁ ବିନିଯୋଗ ହୋଇଛି। ତେବେ ସୌନ୍ଦର୍ଯ୍ୟକରଣ ଲାଗି ବିଦ୍ୟାଳୟ କାନ୍ଥ ଓ ପାଚେରିରେ ଅଙ୍କାଯାଇଥିବା ଚିତ୍ର ବର୍ଷେ ନ ପୂରୁଣୁ ଫିକା ପଡ଼ିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri