ଗୋଟିଏ ବର୍ଷାରେ ଧସିଲା ପଥର ପ୍ୟାକିଂ

ସୁନ୍ଦରଗଡ,୧୯।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହର ମଧ୍ୟଭାଗରେ ଥିବା ବହୁ ପ୍ରତିକ୍ଷୀତ ବିଜୁଳିବନ୍ଧ ପ୍ରକଳ୍ପକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ନିର୍ମାଣଧୀନ ବନ୍ଧର ଚତୁଃପାର୍ଶ୍ୱରେ ଚାଲିଥିବା ପଥରପ୍ୟାକିଂ କାର୍ଯ୍ୟ ମାତ୍ର ଗୋଟିଏ ବର୍ଷାରେ ଧସିଗଲାଣି। ଅନେକ ସ୍ଥାନରେ ପଥର ଧସିବା ଯୋଗୁ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଏହାର ସ୍ଥାୟୀତ୍ୱକୁନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ ) ପାଣ୍ଠିରୁ ଏହା ନିର୍ମାଣ ହୋଇଥିଲା। ପୂର୍ବତନ ଜିଲାପାଳ ସୁରେନ୍ଦ୍ର ମୀନାଙ୍କ ସମୟରୁ ଆରମ୍ଭ ହୋଇଥିବା ଏହି ବିବାଦିୟ ପ୍ରକଳ୍ପ ଅନେକବାର ଖୋଳା ପୋତା ହେବା ସହିତ ଏହା ପୂର୍ବରୁ ଥିବା ଜିଲାପାଳ ନିଖିଳ ପବନ କଲ୍ୟାଣଙ୍କ ସମୟରେ ଚୂଡାନ୍ତ ଡିପିଆର ପ୍ରସ୍ତୁତ ହେବା ସହିତ ଏକ ବହୁବିଧ ପ୍ରକଳ୍ପ ତିଆରିହେବା ଟେଣ୍ଡର ଆହ୍ବାନ କରାଯାଇ ଜିଲା ଖଣିଜ ପ୍ରତିଷ୍ଠାନରୁ ପାଣ୍ଠି ଯୋଗାଇ ଦିଆଯାଇଥିଲା। ଗ୍ଲୋବାଲ ଟେଣ୍ଡର ଜରିଆରେ ନିର୍ମାଣକାରୀ ସଂସ୍ଥା ସକାଶେ ଟେଣ୍ଡରରେ ଭାଗ ନେବା ପାଇଁ କଠିନ ସର୍ତ୍ତ ଗୁଡିକ ରଖାଯାଇ ଥିବା ଯୋଗୁ ସ୍ଥାନୀୟ ଠିକା ସଂସ୍ଥା ଗୁଡିକ ତଥା ଠିକାଦାରମାନେ ଟେଣ୍ଡରରେ ଭାଗ ନେଇ ପାରି ନ ଥିଲେ। ଏହା ମଧ୍ୟରେ ଦିଲ୍ଲୀର ୱାପକସ ନାମକ ଏକ ନିର୍ମାଣକାରୀ ଠିକା ସଂସ୍ଥା ଟେଣ୍ଡର ପାଇବା ସହିତ କାର୍ଯ୍ୟାଦେଶ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। କାର୍ଯ୍ୟ ଆରମ୍ଭ କରିବାର ଅନେକ ଦିନ ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଧିମେଇ ଯାଇଥିବା ବେଳେ ଟେଣ୍ଡର କାର୍ଯ୍ୟାଦେଶ ପାଇଥିବା ୱାପକସ ନିଜେ ନ କରି ରିଦ୍ଧି କନଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାକୁ କା ଠିକାଦାର ଭାବେ ନିୟୋଜିତ କରିଥିଲା। ହେଲେ ରିଦ୍ଧି କନଷ୍ଟ୍ରକସନ ନିଜେ କାର୍ଯ୍ୟ ନ କରି ସହରର ଏକ ଅନଭିଜ୍ଞ ଠିକାଦାରଙ୍କୁ ନିଯୋଜିତ କରିଥିଲା। ଯହାଦ୍ବାରା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର କିଛିଦିନ ପରେ ପଇସା ନେଣଦେଣ ନେଇ ତିନି ସଂସ୍ଥା ଭିତରେ ଗଣ୍ଡଗୋଳ ସୃଷ୍ଟି ହେବା ସହିତ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥିଲା। ଫଳରେ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଛି। ପ୍ରକଳ୍ପ ବିଳମ୍ବକୁ ନେଇ ଅନେକ ରାଜନୈତିକ ଦଳ ଓ ନାଗରିକ କମିଠି ତଥା ବିଭିନ୍ନ ସାମାଜିକ ସଂଗଠନ ଅଭିଯୋଗ କରି ଆସୁଥିବା ବେଳେ ବାରମ୍ବାର ଏହାର ପ୍ରକଳ୍ପ ମୂଲ୍ୟ ବଢି ବଢି ଚାଲିଛି। ସଠିକ ତଥ୍ୟ ବାରମ୍ବାର ଜିଲା ଖଣିଜ ପ୍ରତିଷ୍ଠାନକୁ ମଗାଯାଉଥିବାବେଳେ ସେ ପ୍ରଦାନ କରିପାରୁନାହିଁ। ନିକଟରେ ସ୍ଥାନୀୟ ନାଗରିକ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଜିଲାଖଣିଜ ପ୍ରତିଷ୍ଠାନର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଭେଟିଥିଲେ। ଏହା ମଧ୍ୟରେ ୨ଜଣ ଜିଲାପାଳ ବଦଳି ହୋଇ ସାରିଥିବା ବେଳେ ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ୩ୟ ଜିଲାପାଳ ମଧ୍ୟ ତାଙ୍କର କାର୍ଯ୍ୟରେ ଯୋଗଦେବାର ବର୍ଷେ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟର ଅଗ୍ରଗତ ଧିମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri