Categories: ଜାତୀୟ

କିଙ୍ଗ୍‌ ଚାଲର୍‌ସଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩।୧ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିଛନ୍ତି। ବ୍ରିଟେନର କାର୍ଯ୍ୟାଳୟ ଗ୍ରହଣ କରିବା ପରେ ରାଜା ଚାଲର୍‌ସଙ୍କ ସହ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବାର୍ତ୍ତାଳାପ। ଜଳବାୟୁ ସମ୍ପର୍କିତ କାର୍ଯ୍ୟକ୍ରମ, ଜୈବ ବିବିଧତା ସଂରକ୍ଷଣ ଏବଂ ଶକ୍ତି ପରିବର୍ତ୍ତନ ପାଇଁ ଅର୍ଥ ପ୍ରଦାନ ପାଇଁ ଅଭିନବ ସମାଧାନ ସହ ଜଡିତ ପ୍ରସଙ୍ଗଗୁଡିକ ଉପରେ ମୋଦି ଏବଂ କିଙ୍ଗ ଚାଲର୍‌ସଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। ଏହା ସହିତ ମିଶନ ଲାଇଫର ପ୍ରାସଙ୍ଗିକତା ଉପରେ ଭାରତର ଜି-୨୦ ଅଧ୍ୟକ୍ଷତା ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।

ପିଏମଓ ଅନୁଯାୟୀ, ଆଲୋଚନା ସମୟରେ କମନୱେଲଥ ଦେଶର କାର୍ଯ୍ୟକଳାପକୁ ଆହୁରି ମଜବୁତ କରିବାର ଉପାୟ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ କିଙ୍ଗ ଚାଲର୍‌ସ ମତ ବିନିମୟ କରିଛନ୍ତି। ଦୁଇ ଦେଶକୁ ଏକତ୍ର କାର୍ଯ୍ୟ କରିବାରେ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସମୃଦ୍ଧ କରିବାରେ ବ୍ରିଟେନରେ ଭାରତୀୟ ସମ୍ପ୍ରଦାୟର ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଏହି ସମୟରେ ପିଏମ ମୋଦୀି ଏକ ସଫଳ ଶାସନ ପାଇଁ ରାଜା ଚାଲର୍‌ସଙ୍କୁ ଶୁଭକାମନା ଜଣାଇଛନ୍ତି।

ଜି-୨୦ ଅଧ୍ୟକ୍ଷତା ପାଇଁ ଭାରତର ପ୍ରାଥମିକତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କିଙ୍ଗ ଚାଲର୍‌ସଙ୍କୁ ସୂଚନା ଦେଇଛନ୍ତି। ମିଶନ ଲାଇଫର ପ୍ରାସଙ୍ଗିକତା ବିଷୟରେ ମଧ୍ୟ ସେ କହିଥିଲେ। ଯାହା ମାଧ୍ୟମରେ ଭାରତ ଏକ ପରିବେଶ ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି ବୋଲି ସେ ଅବଗତ କରାଇଥିଲେ।

Share