Categories: ଜାତୀୟ

ଗୁଜରାଟ ଦଙ୍ଗା ଉପରେ ହୋଇଥିବା ଡକ୍ୟୁମେଣ୍ଟାରୀକୁ ନେଇ ବିବିସିକୁ ହାଇକୋର୍ଟଙ୍କ ସମନ

ନୂଆଦିଲ୍ଲୀ,୨୨।୫: ଗୁଜରାଟ ଦଙ୍ଗା ଉପରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ଉପରେ ଦାଖଲ ହୋଇଥିବା ମାନହାନି ମାମଲାରେ ବିବିସିକୁ ଦିଲ୍ଲୀ ହାଇକୋର୍ଟ ସମନ ଜାରି କରିଛି। ହାଇକୋର୍ଟରେ ଦାଖଲ ହୋଇଥିବା ମାମଲାରେ କୁହାଯାଇଛି, ଏହି ଡକ୍ୟୁମେଣ୍ଟାରୀ ଦ୍ୱାରା କେବଳ ପ୍ରଧାନମନ୍ତ୍ରୀ ନୁହେଁ ନ୍ୟାୟପାଳିକା ଏବଂ ସମଗ୍ର ଦେଶର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି। ବରିଷ୍ଠ ଓକିଲ ହରିଶ ସାଲଓ୍ବେ ସଂଗଠନ ପକ୍ଷରୁ ହାଜର ହୋଇଥିଲେ। ସେ କହିଛନ୍ତି, ଡକ୍ୟୁମେଣ୍ଟାରୀ ଭାରତ ଏବଂ ନ୍ୟାୟପାଳିକା ସମେତ ସମଗ୍ର ସିଷ୍ଟମକୁ ବଦନାମ କରିଛି। ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସଚିନ ଦତ୍ତ ଗୁଜରାଟର ଏକ ଏନଜିଓ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାରେ ଏହି ସମନ ଜାରି କରିଛନ୍ତି। ତେବେ ସେପ୍ଟେମ୍ବରରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି।

Share